ମୁହଁର ଦୁର୍ଗନ୍ଧ ପାଇଁ ଚିନ୍ତିତ ରହୁଛନ୍ତି କି ? ମୁହଁରୁ ଦୁର୍ଗନ୍ଧ ଦୂର କରିବାର ସବୁଠାରୁ ବେଷ୍ଟ ତରିକା !

ଭଗବାନ ଏହି ସଂସାରକୁ ବହୁତ ସୁନ୍ଦର ଭାବେ ବନେଇଛନ୍ତି । ଏହା ସହ ମଣିଷକୁ ମଧ୍ୟ ବହୁତ ଭାବି ଚିନ୍ତି ଗଢିଛନ୍ତି । ତେବେ ମଣିଷକୁ ଏମିତି ଗଢାଯାଇଛି, ଯାହା ପାଖରେ ଭାବନା, ଚିନ୍ତା ସୁଖ, ଦୁଃଖ ଭଳି ଅନେକ କିଛି ଅଛି । ଏହା ଛଡା ମଣିଷକୁ ଭଗବାନ ଗୋଟେ ଏମିତିକା କ୍ଷମତା ପ୍ରଦାନ କରିଛନ୍ତି ଯାହା ଦ୍ଵାରା ମଣିଷ କୌଣସି କାମ କରିବା ବା କଥା କହିବା ଆଗରୁ ଭାବି ଚିନ୍ତି କହିବ । ତେବେ ପ୍ରତ୍ଯେକଟି ମନୁଷ୍ୟ ନିଜକୁ ସବୁ କ୍ଷେତ୍ରରେ ପରଫେକ୍ଟ କରିବାକୁ ବହୁତ ଇଛା କରିଥାଏ ।

ହେଲେ ଯଦି କୌଣସି ବ୍ୟକ୍ତି ଠାରେ କିଛି ବି କମି ରହିଜାଇଥାଏ । ତେବେ ହୁଏତ ଅନ୍ୟ ମାନଙ୍କ ଆଗରେ ତାଙ୍କର ଭଲ ଇମ୍ପ୍ରେସନ ବନିପାରିନଥାଏ । କିଛି ଲୋକଙ୍କର ପାଟିରୁ ଦୁର୍ଗନ୍ଧ ବାହାରିବା ଭଳି ପ୍ରୋବ୍ଲେମ ଥାଏ । ଯାହା ହୁଏତ ଛୋଟିଆ ସମସ୍ଯା ହୋଇପାରେ, ହେଲେ ଯଦି ଆପଣଙ୍କ ମୁହଁରୁ ଦାନ୍ତ ସଫା କଲା ପରେ ମଧ୍ୟ ଦୁର୍ଗନ୍ଧ ବାହାରୁଛି ତେବେ ଆପଣ ଏହାକୁ ଅଣଦେଖା କରିବା ଉଚିତ ନୁହେଁ ।

ନହେଲେ ଆପଣଙ୍କର ଅନ୍ୟ ସାମ୍ନାରେ ଇମ୍ପ୍ରେସନ ଭଲ ରହିନପାରେ । ଆଜି ଏମିତି କିଛି ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ମୁହଁରୁ ଆସୁଥିବା ଦୁର୍ଗନ୍ଧ ସମସ୍ଯାର ସମାଧାନ କରିଦେବ ।

1- ଆପଣ ମାନେ ସମସ୍ତେ ଆପଲ ସାଇଡର ଭିନେଗାର ବିଷୟରେ ବହୁତ ଜାଣିଥିବେ । ଭିନେଗାର ଯାହା ସୁଗାର, କୋଲେଷ୍ଟ୍ରୋଲ ଏବଂ ଅନ୍ୟ ସମସ୍ଯାରେ କାମ ଦେଇଥାଏ । ପ୍ରଥମେ ଆପଣ ଗୋଟେ ଗ୍ଳାସ ପାଣିରେ ଦୁଇ ଚାମଚ ଆପଲ ସାଇଡର ଭିନେଗାର ପକାନ୍ତୁ । ଏହା ପରେ ଏହି ପାଣି ଦ୍ଵାରା ପାଟି କୁଳି କରନ୍ତୁ ଓ କିଛି ସମୟ ଏହି ପାଣିକୁ ପାଟିରେ ରଖି ଏହାକୁ ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କ ପାଟିରୁ ଦୁର୍ଗନ୍ଧ କମିଯିବ ଏବଂ ଆପଣଙ୍କ ଦାନ୍ତ ସଫା ହେବା ସହ ଆପଣଙ୍କ ମାଢି ମଧ୍ୟ ସୁସ୍ଥ ରହିବ ।

2- ଭାରତରେ ବହୁତ ବର୍ଷ ଧରି ପାନ ମଧୁରୀ ବ୍ୟବହାର କରାଯାଇଛି, ପାନ ମଧୁରୀ କେବଳ ପାନ ପାଇଁ ନୁହେଁ ବଂର ଅଲଗା ରୋଷେଇ ବା ପିଠାପଣା ଆଦି ପାଇଁ ମଧ୍ୟ ବ୍ୟବହାର ହୋଇଥାଏ । ତେବେ କ’ଣ ଆପଣ ଜାଣିଛନ୍ତି ଆମ ପୂର୍ବଜ ମାନେ ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ମଧ୍ୟ ପାନ ମଧୁରୀ ବ୍ୟବହାର କରୁଥିଲେ । ତେବେ ଖାଇବା ପରେ ବା ଖାଲି ପେଟରେ ଅଧ ଚାମଚ ପାନ ମଧୁରୀ ସେବନ କରିବା ଆମ ସ୍ଵାସ୍ଥ ପାଇଁ ବହୁତ ଭଲ ହୋଇଥାଏ । ଏଥିସହ ଏଥିରେ ଥିବା ଏସିଡ ମୁଖ ଦୁର୍ଗନ୍ଧକୁ ମଧ୍ୟ ଦୂର କରିଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *