ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି 7 ସଂକେତ ! ଶ୍ରୀକୃଷ୍ଣ କୁହନ୍ତି, ଏହା ହେଉଛି ବ୍ୟକ୍ତିର ମୃତ୍ୟୁର ପୂର୍ବ ସୂଚନା ! Garud Puran

ପୃଥିବୀ ପୃଷ୍ଠରେ ଜନ୍ମିତ ପ୍ରତ୍ଯେକଟି ପ୍ରାଣୀର ଜନ୍ମ ଅଛି, ମାନେ ମୃତ୍ୟୁ ମଧ୍ୟ ସୁନିଶ୍ଚିତ ରହିଛି । ମନୁଷ୍ୟ ଜନ୍ମ ହେବା ପୂର୍ବରୁ ହିଁ ତା’ ର ମୃତ୍ୟୁ ସମୟ ତାହା ସ୍ତିର ହୋଇଯାଇଥାଏ । ତେବେ ପ୍ରାଚୀନ ଗ୍ରନ୍ଥ ଗୁଡିକରେ ମୃତ୍ୟୁ ସହ ଜଡିତ ଅନେକ କଥା ରହିଛି । ଗରୁଡ ପୁରାଣରେ ଏହି ସମ୍ବଦ୍ଧରେ ଅନେକ କିଛି ଗୁରୁତ୍ଵପୂର୍ଣ୍ଣ କଥା ଲିଖିତ ହୋଇ ରହିଛି । ମନୁଷ୍ୟ ମୃତ୍ୟୁ ଭଳି କଠୋର ସତ୍ୟକୁ ଜାଣି ମଧ୍ୟ ମୃତ୍ୟୁ ନାମ ଶୁଣିଲା ମାତ୍ରେ ଭୟଭୀତ ହୋଇଯାଇଥାଏ । ତେବେ ଏଭଳି 7 ଟି ଲକ୍ଷଣ ରହିଛି ।

ଯେଉଁ ବ୍ୟକ୍ତି ଏହି 7 ଟି ଲକ୍ଷଣ ଦେଖିବାକୁ ପାଇବ । ସେହି ବ୍ୟକ୍ତିର ଏହା ମୃତ୍ୟୁ ପୂର୍ବର ଲକ୍ଷଣ ବୋଲି ଜାଣିନେବ । 1- ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ତା’ ର ନିକଟବର୍ତ୍ତୀ ହୋଇଯାଇଥାଏ । ସେତେବେଳେ ସେହି ବ୍ୟକ୍ତିର ଛାଇ ତା’ ସାଥ ଛାଡି ଦେଇଥାଏ । ଏହି ବ୍ୟକ୍ତିକୁ ତେଲ ଓ ପାଣି ମଧ୍ୟରେ ନିଜର ଛାଇ ଦେଖାଯାଇନଥାଏ ।

2- ଯେତେବେଳେ କୌଣସି ବ୍ୟକ୍ତିର ଆଖପାଖରେ ବା ସ୍ଵପ୍ନରେ ବାରମ୍ବାର ପୂର୍ବଜ ମାନଙ୍କର ଦେଖା ଦେଇଥାଏ । ତେବେ ସେହି ବ୍ୟକ୍ତିର ମୃତ୍ୟୁ ସମୟ ଅତି ନିକଟବର୍ତ୍ତୀ ଆସିଯାଇଛି ବୋଲି ଜାଣି ରଖିବା ଉଚିତ । 3- ବ୍ୟକ୍ତିର ମୃତ୍ୟୁ ନିକଟ ହୋଇସାରିଥିଲେ । ସେହି ବ୍ୟକ୍ତିର ଶରୀରରୁ ଏକ ଅଜବ ଦୁର୍ଗନ୍ଧ ବାହାରିଥାଏ । ଯାହା ତାକୁ ଜମାରୁ ମଧ୍ୟ ଭଲ ଲାଗି ନଥାଏ । ଏହି ଦୁର୍ଗନ୍ଧ ସୁଙ୍ଘିବା ପରେ ବ୍ୟକ୍ତିର ମୃତ୍ୟୁ ଅତି ନିକଟରେ ଅଛି ବୋଲି ସଂକେତ ମିଳିଯାଇଥାଏ ।

4- ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହେବାକୁ ଥାଏ । ସେତେବେଳେ ସେ ଆଇନା ଦେଖିବା ସମୟରେ ନିଜ ମୁହଁ ଅପେକ୍ଷା ଅନ୍ୟର ମୁହଁ ଦେଖିବାକୁ ପାଇଥାଏ । ସେ ଅଇନା ହିଁ ବ୍ୟକ୍ତିର ପୂର୍ବ ସୂଚନା ତାକୁ ଦେଇଥାଏ । 5- ଯେତେବେଳେ ମନୁଷ୍ୟ ଶରୀରର ରଙ୍ଗ ହଳଦିଆ ବା ସାମାନ୍ୟ ଲାଲ ଦେଖାଯିବା ଆରମ୍ଭ ହୋଇଯାଇଥାଏ । ସେତେବେଳେ ବ୍ୟକ୍ତିର ମୃତ୍ୟୁ ସମୟ ପାଖେଇ ଆସିଲାଣି ବୋଲି ସୂଚନା ମିଳିଥାଏ ।

6- ସୂର୍ଯ୍ୟ ଓ ଚନ୍ଦ୍ରମାର ରଶ୍ମି ଯେତେବେଳେ କୌଣସି ବ୍ୟକ୍ତିକୁ ଦେଖାଯାଇନଥାଏ । ସେତେବେଳେ ବ୍ୟକ୍ତିର ମୃତ୍ୟୁ ନିକଟରେ ବୋଲି ସଂକେତ ମିଳିଥାଏ । 7- କୌଣସି ବ୍ଯକ୍ତିର ଯଦି ଜିଭ ବଙ୍କା ହେବା ସହ ନାକ ଓ ମୁହଁ ଧୀରେ ଧୀରେ ଟାଣ ହେବାକୁ ଲାଗିଥାଏ । ଶରୀରରେ ଅସ୍ଵାଭାବିକ କିଛି ଲକ୍ଷଣ ଦେଖା ଯାଇଥାଏ ।

ତେବେ ବ୍ୟକ୍ତିର ମୃତ୍ୟୁ ପାଖେଇ ଆସୁଛି ବୋଲି ସୂଚନା ମିଳିଥାଏ । ତେବେ ଏଭଳି କିଛି ଲକ୍ଷଣ ଦେଖାଯିବା ମାତ୍ରେ ଏହା ମୃତ୍ୟୁ ପୂର୍ବର ସୂଚନା ବୋଲି ଶାସ୍ତ୍ରରେ ଲେଖା ରହିଛି । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *