Shiv Puran: ମୃତ୍ୟୁ ପୂର୍ବରୁ ବ୍ୟକ୍ତିଙ୍କୁ ମିଳିଥାଏ କେଉଁ ସବୁ ସଙ୍କେତ, ଶିବ ପୁରାଣରେ ଅଛି ଉଲ୍ଲେଖ…

ନମସ୍କାର ବନ୍ଧୁଗଣ, ମଣିଷ ଜନ୍ମ ସମୟରୁ ହିଁ ନିଜ ସହ ନିଜ ମୃତ୍ୟୁର ନିର୍ଧାରିତ ସମୟ ନେଇ ଆସିଥାଏ । କିନ୍ତୁ ତାହା ସମ୍ପର୍କରେ ସାଧାରଣ ଲୋକ ଜାଣିବା ସମ୍ଭବ ନୁହେଁ । ସଂସାରର ଏକ ନିରାଟ ସତ୍ୟ ଯାହାକୁ କେବେ କେହି ବଦଳାଇ ଦେଇପାରିବେ ନାହିଁ ତାହା ହେଉଛି ମୃତ୍ୟୁ । ତେବେ ଭଗବାନ ଆମକୁ ସବୁ କିଛି ଘଟଣା ଘଟିବାର ସଙ୍କେତ ଆଗରୁ ଦେଇଥାନ୍ତି । ସେହିଭଳି ମଣିଷ ଜୀବନରେ ମୃତ୍ୟୁ ଆସିବା ପୂର୍ବରୁ ମଧ୍ୟ ଭଗବାନ କିଛି ସଙ୍କେତ ଦେଇଥାନ୍ତି ଆମକୁ । ତେବେ ସେହିସବୁ ସଙ୍କେତ ସମ୍ପର୍କରେ ଆସନ୍ତୁ ଜାଣିବା ।

ମୃତ୍ୟୁ ଆସିବାର ୬ ମାସ ପୂର୍ବରୁ ସଙ୍କେତ ମିଳିବା ଆରମ୍ଭ ହୋଇଥାଏ । ଆଉ କେବଳ ମୃତ୍ୟୁର ଏକ ଦିନ ପୂର୍ବରୁ ସେହି ସଙ୍କେତ ସ୍ପଷ୍ଟ ହୋଇଯାଏ । ୧- ଶିବ ପୁରାଣ ଅନୁଯାୟୀ ଯଦି ଜଣେ ବ୍ୟକ୍ତିଙ୍କୁ ହଠାତ ରଙ୍ଗ ଚିହ୍ନିବା ପାଇଁ ଅସୁବିଧା ହୁଏ ଆଉ ହଠାତ ସବୁକିଛି କଳା ଦେଖାଯାଏ ତେବେ ତାଙ୍କ ମୃତ୍ୟୁ ପାଖେଇ ଆସୁଛି ବୋଲି ଜାଣି ନିଅନ୍ତୁ । ସେହିଭଳି ହଠାତ ଯଦି ନୀଳ ମାଛ ଆସି ବ୍ୟକ୍ତିଙ୍କୁ ଘେରି ଯାଆନ୍ତି ତେବେ ତାଙ୍କ ମୃତ୍ୟୁ ଖୁବ ନିକଟତର ବୋଲି ଜାଣିନେବେ । ଏହି ନୀଳ ରଙ୍ଗର ମାଛ ମୃତ୍ୟୁକୁ ସୁଚାଇ ଥାଏ ।

୨-  ମୃତ୍ୟୁ ଆସିବା ପୂର୍ବରୁ ମଣିଷ ଶରୀରର ରଙ୍ଗ ବଦଳି ଯାଇଥାଏ । ଯଦି ଜଣେ ମଣିଷ ଶରୀରର ରଙ୍ଗ ହଠାତ ନୀଳ କିମ୍ବା ଧଳା ପଡିବାକୁ ଲାଗେ ତେବେ ଏଭଳି ବ୍ୟକ୍ତିଙ୍କ ମୃତ୍ୟୁ ନିକଟରେ ବା ୬ ମାସ ଭିତରେ ତାଙ୍କର ମୃତ୍ୟୁ ହୋଇପାରେ । ତେଣୁ ଆପଣ ଶରୀରର ରଙ୍ଗ ବଦଳିବା ସଙ୍କେତକୁ ଧ୍ୟାନ ଦେବା ଉଚିତ ।

୩- ଶରୀରର ଛାଇ ଏକମାତ୍ର ମଣିଷକୁ ସାଥ ଦେଇଥାଏ ସବୁବେଳେ । ଆଉ ଯଦି ସେହି ଛାଇ ଆପଣଙ୍କ ଠାରୁ କେବେ ଅଲଗା ହୁଏ ତେବେ ଏହା ମୃତ୍ୟୁ ନିକଟତର ହେବାର ଏକ ବଡ ସୂଚନା ଅଟେ । ୪- ତେଲ, ଘିଅ, ଦର୍ପଣରେ ଯେଉଁ ବ୍ୟକ୍ତି ନିଜ ଶରୀରର ପ୍ରତିଛବିକୁ ଦେଖିପାରେ ନାହିଁ  ଅତି ବେଶୀରେ ସେହି ମଣିଷର ଆୟୁଷ ୬ ମାସ ହୋଇଥାଏ ।

୫- ଆଉ ଯଦି ମଣିଷକୁ ଏକା ସାଙ୍ଗରେ ତିନୋଟି ରୋଗ ହେବାର ଦେଖା ଯାଏ ତେବେ ତାହା ମଧ୍ୟ ମଣିଷ ଜୀବନର କିଛି ଶେଷ ମୂହର୍ତ୍ତ ହୋଇଥାଏ । ତେବେ ସେହି ରୋଗ ଗୁଡିକ ହେଉଛି କଫ, ପିତ, ବାତ । ଏହି ତିନୋଟି ଜାଗା ଏକା ସାଙ୍ଗରେ ଯେଉଁ ମଣିଷ ପାଖରେ ଦେଖାଯାଏ ତାଙ୍କ ଆୟୁଷ ବହୁତ କମ ବୋଲି ଜାଣିଯିବେ ।

ଏହା ଥିଲା ସେହିସବୁ ସଙ୍କେତ ଯାହାକୁ ଆପଣ ଜାଣିବା ଦ୍ଵାରା ଆପଣଙ୍କ ପାଇଁ ସହଜ ହେବ ଆପଣଙ୍କ ଜୀବନର କିଛି ଅଧୁରା କାର୍ଯ୍ୟକୁ ପୁରା କରିବା ପାଇଁ ଆଉ ଶାନ୍ତିରେ ନିଜ ମୃତ୍ୟୁକୁ ଗ୍ରହଣ କରିବା ପାଇଁ । ତେବବେ ଏହି ପୋଷ୍ଟଟିକୁ ଲାଇକ କରିବା ପାଇଁ ଭୁଲିବେନି । ଆଶା କରୁଛୁ ଆପଣ ମାନଙ୍କ ପାଇଁ ଆମର ଏହି ପୋଷ୍ଟଟି ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *