Health Tips- ମୋଟାପଣ, ଦାନ୍ତବିନ୍ଧା, ଚର୍ମ ରୋଗ, ହାତଗୋଡ ବିନ୍ଧା ସହ ୧୦୦ ପ୍ରକାର ରୋଗକୁ ଠିକ୍ କରେ ଏହି ପତ୍ର, ଜାଣନ୍ତୁ କିପରି କରିବେ ପ୍ରୟୋଗ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ଭାରତ ବର୍ଷରେ ଅନେକ ପ୍ରକାର ଗଛବୃକ୍ଷ ଦେଖିବାକୁ ମିଳିଥାଏ । ସେହି ସବୁ ଗଛର କିଛ ନା କିଛି ଫାଇଦା ଆମ ଶରୀର ଉପକାରୀତା ପାଇଁ ରହିଥାଏ । କାରଣ ସବୁ ଗଛ ମଧ୍ୟରୁ କେତେକ ବୃକ୍ଷରେ ଆୟୁରଭେଦିକ ଗୁଣ ବହୁ ପରିମାଣରେ ରହିଥାଏ । ସେଥିପାଇଁ ଭାରତକୁ ଚେରମୂଳୀର ସଂଗ୍ରହାଳୟ ମଧ୍ୟ କୁହାଯାଇଥାଏ । ଆଜି ଆପଣ ବରକୋଳି ଗଛର ଆମ ଶରୀର ପାଇଁ ଥିବା ଫାଇଦା ବିଷୟରେ ଜାଣିବାକୁ ପାଇବେ ।

ଆପଣ ମାନେ ଜାଣିଛନ୍ତି କି ବରକୋଳି ଠାରୁ ବରକୋଳି ଗଛର ପତ୍ରର ଅଧିକ ମହତ୍ଵ ରହିଥାଏ । ବରକୋଳି ପତ୍ରରେ ଆଣ୍ଟିଇନଫ୍ଲାମେଣ୍ଟାରି ତତ୍ଵ ରହିଥାଏ । ବ୍ୟକ୍ତିର ଯଦି ଘା’ ହୋଇଯାଇଥାଏ । ଏହା ଛଡା ଘା’ ଶୀଘ୍ର ନ୍ଶୁଖି ସେଥିରୁ ପୂଜ ବାହାରିଥାଏ । ତେବେ ବରକୋଳି ପତ୍ରକୁ ଗ୍ରାଇଣ୍ଡିଙ୍ଗ ଘା’ ହୋଇଥିବା ଜାଗାରେ ଲଗାଇଲେ । ଘା’ ବହୁତ ଶୀଘ୍ର ଭଲ ହୋଇ ଶୁଖିଯାଇଥାଏ ।

ଯେଉଁ ବ୍ୟକ୍ତିର ଆଖିରେ ଆଲୁଅ ହୋଇଥିବ । ସେହି ବ୍ୟକ୍ତି ଯଦି ବରକୋଳି ପତ୍ରକୁ ବାଟି ତାହାର ରସକୁ ଆଖିର ଆଲୁଅ ହୋଇଥିବା ଜାଗାର ବାହାର ପଟେ ଲଗାଇବ । ତେବେ ଆଲୁଅ ବହୁତ ଶୀଘ୍ର ଭଲ ହୋଇଯିବ । ଯେଉଁ ବ୍ୟକ୍ତି ୟୁରିନ ଇନଫେକସନ ହୋଇଯାଇଥିବ । ଏହା ସହିତ ପରିସ୍ରା କରିବା ସମୟରେ ବହୁତ ଅଧିକ ଜଳାପୋଡା ଅନୁଭୂତ ହେଉଥିବ ।

ସେମାନେ ବରକୋଳି ପତ୍ରକୁ ବାଟି ତାହାର ରସ ବାହାର କରି ସେଥିରେ ଅଧ ଗ୍ଳାସ ଉଷୁମ ପାଣି ମିଶାଇ ସେବନ କଲେ । ପରିସ୍ରା ଜଳାପୋଡା ଭଲ ହୋଇଯାଇଥାଏ । ପ୍ରାୟତଃ ବୟସ୍କ ଲୋକଙ୍କର ବହୁତ ସମୟ ବସିକି ଉଠି ଠିଆ ହେବା ସମୟରେ ହାତ ଓ ଗୋଡରେ ଜ୍ଵଳନ ହୋଇଥାଏ । ସେଥିପାଇଁ ବରକୋଳି ପତ୍ରକୁ ବାଟି ତାହାର ରସକୁ ଯଦି ହାତ ଓ ଗୋଡରେ ଲଗାଇ ତାହାକୁ ମାଲିସ କରିବେ । ତେବେ ଜ୍ଵଳନରୁ ମୁକ୍ତି ପାଇପାରିବେ ।

ଯେଉଁ ମାନଙ୍କର ଦାନ୍ତ ବିନ୍ଧା ଭଳି ସମସ୍ଯା ରହିଥାଏ । ସେମାନେ ୧୦ ରୁ ୧୫ ଟି ବରକୋଳି ପତ୍ରକୁ ଧୋଇ ଏକ ଗ୍ଯାସରେ ପାତ୍ର ବସାଇ ସେଥିରେ ଏକ ଗ୍ଳାସ ପାଣି  ଢାଳନ୍ତୁ । ତାପରେ ସେହି ପାଣିରେ ବରକୋଳିପତ୍ରକୁ ନେଇ ପକାନ୍ତୁ । ପାଣି କିଛି ସମୟ ଫୁଟି ଗଲା ପରେ ସେହି ପାଣିକୁ ନେଇ ପାଟିରେ ଗାର୍ଗିଲିଙ୍ଗ କରନ୍ତୁ । ତେବେ ଆପଣଙ୍କର ଦାନ୍ତ ବିନ୍ଧା ଦୂର ହୋଇଯିବ ।

ଏହା ସହିତ ଏହି ପାଣିରେ ଗାର୍ଗିଲ୍ଗ କରିବା ଦ୍ଵାରା ମାଢି ଓ ଗଲା ସଂକ୍ରମଣ ଜନିତ ସମସ୍ଯା ଦୂର ହୋଇଥାଏ । ଯେଉଁ ଅଧିକ ମେଡବହୁଳର ଶିକାର ହେଉଛନ୍ତି । ସେମାନେ ଏକ ମୁଠା ବରକୋଳି ପତ୍ର ନେଇ ତାହାକୁ ଛେଚି ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ । ତାପରେ ଅଧ ଗ୍ଳାସ ପାଣିରେ ସେହି ପେଷ୍ଟକୁ ପକାଇ ରାତି ସାରା ରଖନ୍ତୁ । ସକାଳୁ ଖାଲି ପେଟରେ ସେହି ପାଣିକୁ ଛାଣି ସେବନ କରନ୍ତୁ ।

ଯାହା ଦ୍ଵାରା ଆପଣଙ୍କର ମୋଟାପଣ କମିବା ସହ ଶରୀର ଅନେକ ପ୍ରକାର ରୋଗବେମାରୀରୁ ଦୂରରେ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *