Health Tips- ସକାଳୁ ଉଠି ପିଅନ୍ତୁ ମେଥି ପାଣି, ତା’ପରେ ଶରୀରରେ ଯାହା ହେବ ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ

ନମସ୍କାର ବନ୍ଧୁଗଣ, ସ୍ୱାସ୍ଥ୍ୟ ସମସ୍ୟା ଆଜିର ଦୁନିଆର ଶ୍ରେଷ୍ଠ ସମସ୍ୟା । ଅନେକ ରୋଗରୁ ଉପସମ ମିଳି ପାରୁନାହିଁ । କିନ୍ତୁ ପ୍ରକୃତି ଆମକୁ ଅନେକ ଦ୍ରବ୍ୟ ବା ପଦାର୍ଥ ଦେଇଛି ଯାହାର ଉପଯୋଗ କରି ପ୍ରାକୃତିକ ଉପାୟରେ ସ୍ୱାସ୍ଥ୍ୟକୁ ଆମେ ସୁସ୍ଥ ରଖିପାରିବା । ତେବେ ଯଦି ଆପଣ ମେଥିପାଣିର ସେବନ କରନ୍ତି ତେବେ ଏହା ଆପଣଙ୍କ ପାଇଁ କେଉଁ ସବୁ ଉପକାରିତା ଆଣିଦେବ ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଆପଣ ନିୟମିତ ମେଥି ପାଣି ପିଇବା ଦ୍ଵାରା ଆପଣଙ୍କ ଓଜନହ୍ରାସ ହୋଇଥାଏ । ଏକ ମାସ ପର୍ଯ୍ଯନ୍ତ ଆପଣ ଏହି ପାଣି ପିଇବା ଦ୍ଵାରା ଆପଣଙ୍କ ଓଜନ ବହୁତ ଶୀଘ୍ର ହେବାକୁ ଲାଗିଥାଏ । ଖାଦ୍ୟପେୟର ନିୟନ୍ତ୍ରଣ ସହିତ ମେଥି ଦାନାର ସେବନ କରିବା ଦ୍ଵାରା ଶରୀରରୁ ଚର୍ବି ହ୍ରାସ ପାଇଥାଏ ।

ମେଥିରେ ଆଣ୍ଟିଅକ୍ସିଡେଣ୍ଟ ଆଉ ଆଣ୍ଟି ଇନଫ୍ଲାମେଟୋରି ଗୁଣ ରହିଥାଏ ତେଣୁ ମେଥି ପାଣିର ସେବନ କରିବା ଦ୍ଵାରା ଏହା ଗଣ୍ଠିଆ ରୋଗରୁ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ମେଥି ପାଣିକୁ ଆପଣ ଲଗାତାର ସେବନ କରିବା ଦ୍ଵାରା ଗଣ୍ଠିଆ ରୋଗ ମୂଳରୁ ଶେଷ ହୋଇଯାଇଥାଏ । ମେଥି ପାଣିର ସେବନ କରିବା ଫଳରେ ଶରୀରରୁ ଖରାପ କୋଲେଷ୍ଟ୍ରଲ ହ୍ରାସ ପାଇଥାଏ । ଏବଂ ଭଲ କୋଲେଷ୍ଟ୍ରଲ ବଢିବାକୁ ଲାଗିଥାଏ ।

ତେଣୁ ହୃଦଘାତ ଜନିତ ସମସ୍ୟା ଆସିନଥାଏ । ମେଥିରେ ପଟାସିୟମ ରହିଥାଏ ଆଉ ଏହା ଉଚ୍ଚ ରକ୍ତଚାପକୁ କମ କରିବା ପାଇଁ ସହାୟ ହୋଇଥାଏ । ମେଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏବଂ ଶରୀରକୁ ଏହା କ୍ୟାନ୍ସର ଜୀବାଣୁ ଠାରୁ ଦୂରେଇ ରଖିଥାଏ ।

ଯଦି ଆପଣଙ୍କ ଠାରେ ଡାଇବେଟିସ ସମସ୍ୟା ଅଛି ତେବେ ଆପଣ ଉଷୁମ ପାଣିରେ ଏକ ଚାମଚ ମେଥି ପାଉଡର ମିଶାଇ ସେବନ କରିବା ଦ୍ଵାରା ଏହା ବହୁତ ଲାଭଦାୟୀ ହୋଇଥାଏ । ଏବେ ଆସନ୍ତୁ ଜାଣିବା ମେଥି ପାଣି ବନାଇବାର ଉପାୟ । ଆପଣ ଦୁଇ ଚାମଚ ମେଥି ନେଇ ଏକ ଗ୍ଳାସ ପାଣିରେ ପକାଇ ତାହାକୁ ରାତିସାରା ଭିଜାଇ ରଖିଦିଅନ୍ତୁ । ସକାଳେ ଆପଣ ଏହି ବତୁରା ଯାଇଥିବା ମେଥି ସହ ପାଣି ଫୁଟାନ୍ତୁ ।

ଫୁଟିସାରିବା ପରେ ଆପଣ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ଆପଣ ଏହାକୁ ଛାଣି ନିଅନ୍ତୁ । ଏବେ ଆପଣ ମେଥି ଏବଂ ପାଣି ଆଲଗା କରିଦିଅନ୍ତୁ । ଏବଂ ଏହି ମେଥି ପାଣିରେ ଆପଣ ଦୁଇ ରୁ ତିନି ଚାମଚ ମହୁ ମିଶାନ୍ତୁ । ଏହାପରେ ଆପଣ ଏହି ମେଥି ପାଣିକୁ ଚାହା ଭଳି ସେବନ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *