ପ୍ରଥମ ଋତୁସ୍ରାବ ବା ମେନାର୍କି କାହିଁକି ହୁଏ ? Menarche (First Period) Dr Smruti Shree Sahu

ପ୍ରଥମ କରି ଋତୁସ୍ରାବ ବା ପିରିୟଡ୍ ହେଲେ ତାହାକୁ ମେନାର୍କୀ କୁହାଯାଇଥାଏ । ମେନାର୍କୀ ସାଧାରଣତଃ 10 ରୁ 16 ବର୍ଷ ବୟସ ମଧ୍ୟରେ ହୋଇଥାଏ । କେତେକ ଝିଅ ମାନଙ୍କ ଠାରେ ଏହା ଶୀଘ୍ର ହୋଇଯାଉଥିବା ବେଳେ କିଛି ଝିଅଙ୍କର ଏହା ବିଳମ୍ବରେ ହୋଇଥାଏ । ତେବେ ଏହି ସମ୍ପର୍କରେ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁଙ୍କ ଠାରୁ ଚାଲନ୍ତୁ ଭଲ ଭାବରେ ଜାଣିବା । ତେବେ ଡାକ୍ତରଙ୍କ କହିବା ଆଧାରରେ ଯଦି 10 ବର୍ଷ ପୂର୍ବରୁ କୌଣସି ଝିଅର ଋତୁସ୍ରାବ ହୋଇଯାଇଥାଏ । ତାହାକୁ ଇୟରଲି ମିନାର୍କୀ ବୋଲି କୁହାଯାଇଥାଏ ।

ଯେଉଁ ଝିଅ ମାନଙ୍କର 15 ବର୍ଷ ପରେ ଋତୁସ୍ରାବ ହୋଇଥାଏ । ତାହାକୁ ଲେଟ ମିନାର୍କୀ ବୋଲି କୁହାଯାଇଥାଏ । ଏହି ମେନାର୍କୀ ଆରମ୍ଭ ହେବା ପୂର୍ବରୁ ବଡିରେ ବହୁତ କିଛି ପରିବର୍ତ୍ତନ ଝିଅଙ୍କ ଠାରେ ହୋଇଥାଏ । ବ୍ରେଷ୍ଟ ଡେଭଲୋପମେଣ୍ଟ, ପୂବାର୍କୀ ଓ ଝିଅଙ୍କର ହାଇଟ ମଧ୍ୟ ସେହି ସମୟରେ ବଢିଥାଏ । ବ୍ରେନରେ ଥିବା ହାଇପୋଥେଲାମସ, ପିଟୁଟାରିରେ ହରମୋନ କ୍ଷରଣ ହେବାର ଇମପଲସିସ ଗୁଡିକ ଆରମ୍ଭ ହୋଇଥାଏ ।

ଏକ ନିର୍ଦ୍ଧିଷ୍ଟ ବୟସରେ ଶରୀରରେ ହରମୋନ ପ୍ରଡକସନ ହେବା ଆରମ୍ଭ ହୋଇଯାଇଥାଏ । ଜିଏନଆରଏଚ ନାମକ ଏକ ହରମୋନ ରିଲିଜ ହୋଇଥାଏ । ଓଭାରୀରୁ ଇମପଲସିସ ଆକ୍ସନ ଦ୍ଵାରା ହରମୋନ ରିଲିଜ ହୋଇଥାଏ । ତାପରେ ଶରୀରରେ ଇଷ୍ଟ୍ରୋଜେନ ନାମକ ହରମୋନ ଏତେ ପରିମାଣର ହୋଇଥାଏ । ଯେ ଯାହା ଫଳରେ ଝିଅ ମାନଙ୍କର ପିରିୟଡ୍ ହେବା ଆରମ୍ଭ ହୋଇଥାଏ ।

ସାଧାରଣତଃ ଝିଅ ମାନଙ୍କର 10 ବର୍ଷ ବୟସ ବେଳକୁ ଶରୀରରେ ଏହି ସବୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ । ଯେତେବେଳେ ଇଷ୍ଟ୍ରୋଜେନ ହରମୋନର ପ୍ରଡକସନ ବଡିରେ ଅଧିକ ହୋଇଥାଏ । ସେ ପ୍ରଥମେ ବଡିର ଅନ୍ୟ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ । ପ୍ରଥମେ ବ୍ରେଷ୍ଟ ଉପରେ ପ୍ରଭାବ ପଡିବା ଦ୍ଵାରା ବ୍ରେଷ୍ଟ ଆକାରରେ ପରିବର୍ତ୍ତନ ହୋଇଥାଏ । ତାପରେ ପ୍ରାଇଭେଟ ପାର୍ଟ ମାନଙ୍କରେ ଚୁଟି ଆସିବା ଆରମ୍ଭ ହୋଇଥାଏ ।

ବୋନ ଡେଭଲୋପମେଣ୍ଟ ହେବା ପରେ ଝିଅ ମାନଙ୍କର ଉଚ୍ଚତା ମଧ୍ୟ ସେହି ସମୟରେ ଶୀଘ୍ର ବୃଦ୍ଧି ପାଇଥାଏ । ତାପରେ ଗୋଟିଏ ନିର୍ଦ୍ଧିଷ୍ଟ ଲେଭଲ ଆସିବା ପରେ ତାହାର ପ୍ରଭାବ ୟୁଟ୍ରସ ଉପରେ ପଡିଥାଏ । ଯାହାଫଳରେ ଝିଅ ମାନଙ୍କର ଋତୁସ୍ରାବ ବା ପିରିୟଡ୍ସ ହେଲା ବୋଲି କୁହାଯାଇଥାଏ ।

ତେବେ ଝିଅ ମାନଙ୍କର ହେଉଥିବା ପ୍ରଥମ ଋତୁସ୍ରାବକୁ ମେନାର୍କୀ ବୋଲି କୁହାଯାଇଥାଏ । ଆଶା କରୁଛୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ପେଜକୁ ଗୋଟେ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *