ନମସ୍କାର ବନ୍ଧୁଗଣ ଆମ ମଥାର ରେଖା ସହିତ ଆମ ଭାଗ୍ୟ ର ଅନେକ ସମ୍ପର୍କ ରହିଛି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ର ମଥାର ରେଖା କୁ ଦେଖି ଅନୁମାନ କରାଯାଇ ପାରିବ କି ସେହି ବ୍ୟକ୍ତି ଜଣକ କେତେ ଭାଗ୍ୟଶାଳୀ । ମଥାର ରେଖା ଅତୀତ,ବର୍ତ୍ତମାନ ଏବଂ ଭବିଷ୍ୟତର ସୂଚନା ଦେଇଥାଏ । ମଥାରେ ଥିବା ପ୍ରତ୍ୟକ ଟି ରେଖା ମଧ୍ୟରେ ଅନେକ ଅଲଗା ଅଲଗା ରହସ୍ୟ ମଧ୍ୟ ରହିଥାଏ । ଯାହା ବ୍ୟକ୍ତି ର ଧନ, ବ୍ୟବସାୟ, ଏବଂ ପାରିବାରିକ ଆଦି ସମ୍ପର୍କରେ ସୂଚନା ଦେଇଥାଏ ।
ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ମଥାରେ ସାଧାରଣତଃ ପାଞ୍ଚ ରୁ ଛଅ ଟି ରେଖା ରହିଥାଏ । ତେବେ ଏହା କେତେ ଲୋକଙ୍କ ମଧ୍ୟରେ ଜଣା ଯାଏ ଏବଂ କିଛି ଲୋକଙ୍କ ପାଖରେ ଜଣା ଯାଏ ନାହିଁ । ତେବେ ଆସନ୍ତୁ ଜାଣିବା ମଥାରେ ଥିବା ପ୍ରତ୍ୟକ ଟି ରେଖର ମହତ୍ତ୍ଵ ବିଷୟରେ । ମଥାର ପ୍ରଥମ ରେଖା ଧନ ସହିତ ଜଡିତ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟ ର ମଥାରେ ଥିବା ପ୍ରଥମ ରେଖା କୁ ଧନର ରେଖା କୁହାଯାଏ ଏବଂ ଏହା ଯେତେ ସ୍ପଷ୍ଟ ଦେଖାଯିବ ସେହି ମନୁଷ୍ୟ ର ଧନ ସେତେ ଅଧିକ ବୃଦ୍ଧି ହେବ ।
କିନ୍ତୁ ଯଦି ଏହା ସ୍ପଷ୍ଟ ଦେଖାଯାଏ ନାହିଁ ତେବେ ଏହାର ଅର୍ଥ ସେହି ବ୍ୟକ୍ତି ର ଜୀଵନ ରେ ଧନ କୁ ନେଇ ସମସ୍ୟା ଦେଖାଯିବ । ତେବେ ମଥାର ଦ୍ଵିତୀୟ ରେଖା ସ୍ୱାସ୍ଥ୍ୟ ସମ୍ପର୍କୀୟ ସୂଚନା ଦେଇଥାଏ । ତେଣୁ ଏହାକୁ ସ୍ୱାସ୍ଥ୍ୟ ରେଖା ମଧ୍ୟ କୁହାଯାଇ ପାରିବ । ଯଦି ବ୍ୟକ୍ତି ର ଏହି ଦ୍ଵିତୀୟ ରେଖା ଟି ସ୍ପଷ୍ଟ ଦେଖାଯିବ ତେବେ ସେହି ବ୍ୟକ୍ତି ର ସ୍ୱାସ୍ଥ୍ୟ ବହୁତ ଭଲ ରହିବ ଏବଂ ଯଦି ଏହାର ବିପରୀତ ହୁଏ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ଦେଖାଯାଇ ପାରିବ ।
ମଥାର ତୃତୀୟ ରେଖା ଭାଗ୍ୟ ସହିତ ଜଡ଼ିତ । ଏହି ରେଖା ବହୁତ କମ ଲୋକଙ୍କ ମଧ୍ୟରେ ସ୍ପଷ୍ଟ ଦେଖିବାକୁ ମିଳେ । ତେଣୁ ଏହି ରେଖା ଥିବା ବ୍ୟକ୍ତି ମାନେ ବହୁତ ଭାଗ୍ୟଶାଳି ଥାଆନ୍ତି । ଏମାନଙ୍କୁ ସର୍ଵଦା ସଫଳତା ମିଳେ ଏବଂ ଏମାନେ କେବେବି ପଛକୁ ଫେରି ଦେଖନ୍ତି ନାହିଁ ।
ମଥାରେ ଥିବା ଚତୁର୍ଥ ରେଖା ଜୀଵନ ର ଉତଥାନ ପଥନ ସହିତ ଜଡ଼ିତ । ୨୬ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଦେଖାଯାଉଥିବା ସମସ୍ୟା ଏବଂ ସଂଘର୍ଷ ବିଷୟରେ ଏହି ରେଖା ସୂଚନା ଦେଇଥାଏ । ଏହି ବ୍ୟକ୍ତି ମାନେ ମାତ୍ର ଚାଲିଶୀ ବର୍ଷ ବୟସ ରେ ସଫଳତାର ଶୀର୍ଷ ରେ ପହଁଚି ଥାଆନ୍ତି । ଏମାନଙ୍କ ଜୀଵନ ରେ ଆର୍ଥିକ ଅବସ୍ଥା ଉତ୍ତମ ଥାଏ ।
ମଥାରେ ଥିବା ପଞ୍ଚମ ରେଖା କୁ ବିପଦ ଜନକ ବୋଲି କୁହାଯାଏ । ଏହି ରେଖା ଜୀଵନ ର କଷ୍ଟ ଏବଂ ସମସ୍ୟା କୁ ଦର୍ଶାଇ ଥାଏ । ବେଳେବେଳେ ଦେଖିବାକୁ ମିଳେ କି ଏହି ବ୍ୟକ୍ତି ମାନେ ଘର ସଂସାର ଛାଡି ବୈରାଗ ଜୀଵନ ବିତାଇଥାନ୍ତି । ମଥାରେ ଥିବା ଷଷ୍ଠ ରେଖା ଥିବା ବ୍ୟକ୍ତି ନିଜ ଆଶା ଠାରୁ ଅଧିକ ଉନ୍ନତି କରିଥାନ୍ତି । ଏହାକୁ ଦୈବୀକ ରେଖା ମଧ୍ୟ କୁହା ଯାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ