୧. କେବେବି ଗୋଟିଏ ହାତ ରେ ଭଗବାନ ଙ୍କୁ ନମସ୍କାର କରନ୍ତୁ ନାହିଁ । ଯଦି ଆପଣ ହ୍ୟାଣ୍ଡେଲ ଧରିଛନ୍ତି ତେବେ ମୁଣ୍ଡ ନୂଆଇ ଦିଅନ୍ତୁ ସେତିକି ହିଁ ଯଥେଷ୍ଟ । ୨. ନାରୀ ମାନେ ସ୍ନାନ କରି ସାରିବା ପରେ ନିଜ ଆଙ୍ଗୁଳି ରେ କେବେବି ସିନ୍ଦୁର ପିନ୍ଧନ୍ତୁ ନାହିଁ ।
ଲୁହା କଣ୍ଟା କିମ୍ବା ଝିଙ୍କ କାଠି ରେ ସିନ୍ଦୁର ପିନ୍ଧନ୍ତୁ । ଏହା ଉଭୟ ପତି ପତ୍ନୀ ଙ୍କ ପାଇଁ ମଙ୍ଗଳ ହୋଇଥାଏ । ୩. ପୂର୍ବ ପୁରୁଷ ଙ୍କ ଫଟୋ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ନ ଲଗାଇ ଉତ୍ତର ଦିଗରେ ଲଗାନ୍ତୁ । ଏହାଦ୍ବାରା ସମ୍ପୂର୍ଣ୍ଣ ପରିବାର ର ସର୍ବବିଧ ମଙ୍ଗଳ ହୋଇଥାଏ ।
୪. କେବେବି ଅଚଳ ଥିବା ଘଣ୍ଟା ଘରେ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ ଏବଂ ସର୍ଵଦା ଘଣ୍ଟା ର ସମୟ ଆଗୁଆ ରଖନ୍ତୁ ।
୫. ଘରେ ଥିବା ଗୋଡ଼ରେଜ ର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ । ନଚେତ ଘରେ କୌଣସି ସଦସ୍ୟ ଙ୍କ ଦେହ ସର୍ଵଦା ଖରାପ ରହିବ ଏବଂ ସେହି ବ୍ୟକ୍ତି ଉପରେ ସର୍ଵଦା ପଇସା ଖର୍ଚ୍ଚ ହେବ ।
୬. ଘରେ ଥିବା ଝାଡ଼ୁ ରେ କେବେବି ଗୋଡ଼ ରେ ମାରନ୍ତୁ ନାହିଁ । ଶନିବାର ଦିନ ଝାଡ଼ୁ କିଣିବା ଅଶୁଭ ହୋଇଥାଏ ଏବଂ ଝାଡ଼ୁ କୁ ସର୍ଵଦା ପଶ୍ଚିମ ଦିଗରେ ରଖନ୍ତୁ ।
୭. ସୁନା କୁ କେବେବି ବାମ ହାତରେ ପିନ୍ଧନ୍ତୁ ନାହିଁ । ସୁନା କୁ ହଳଦିଆ କିମ୍ବା ଲାଲ କପଡା ରେ ଗୁଡ଼ାଇ ରଖିବା ଶୁଭ ଦାୟକ ହୋଇଥାଏ ।
୮. ଅଶ୍ୱସ୍ତ ଗଛ ମୂଳରେ ପ୍ରତି ଗୁରୁବାର ଦିନ ଜଳ ଅର୍ପଣ କରନ୍ତୁ ଏବଂ କଞ୍ଚା କ୍ଷୀର ରେ ହଳଦୀ ମିଶାଇ ଗଛ ମୂଳରେ ଅର୍ପଣ କରନ୍ତୁ ଓ ଗଛ ଚାରି ପାଖ ଭ୍ରମଣ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।
୯. କେବେବି ଅନ୍ଧାର ରେ ଏକୁଟିଆ ବସନ୍ତୁ ନାହିଁ କିମ୍ବା ଅନ୍ଧାର ରେ ଭୋଜନ କରନ୍ତୁ ନାହିଁ । କାରଣ ଅନ୍ଧାର ରେ ଅଲକ୍ଷ୍ମୀ ଙ୍କ ବାସ ରହିଥାଏ ।
୧୦. କେବେବି ତଳେ ବସି ଭଗବାନ ଙ୍କୁ ପୂଜା କରନ୍ତୁ ନାହିଁ । ଏହା ସହିତ କାଠର ପିଢ଼ା ଅଥବା ପଥର ଉପରେ ବସି ଭଗବାନ ଙ୍କୁ ପୂଜା କରିବା ଅଶୁଭ ହୋଇଥାଏ । ତେଣୁ ସର୍ଵଦା କୁଶ ଅଥବା କପଡ଼ା ର ଆସନ ରେ ବସି ପୂଜା କରନ୍ତୁ ।
୧୧. ଶ୍ରୀଯନ୍ତ୍ର ଓ ଲାଲ କପଡ଼ା ରେ ଗୁଡ଼ା ଯାଇଥିବା ଗୋଟିଏ ନଡ଼ିଆ କୁ ମାତଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ ମାତଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।