ମାସିକ ଧର୍ମରେ କେତେ ଦିନରେ ସ୍ନାନ କରିବା ନିୟମ ଓ କେତେ ଦିନରେ ପୂଜା କରିବା ନିୟମ ରହିଛି ? ପଢନ୍ତୁ ଆଜିର Anuchinta

ବନ୍ଧୁଗଣ, ମାସିକ ଋତୁସ୍ରାବ ସମୟରେ ମହିଳା ମାନଙ୍କୁ ଆମ୍ଭେ ଅଶୁଦ୍ଧ ବୋଲି କହିଥାଉ । ମହିଳା ମାନେ ଋତୁମତୀ ହୋଇଥିବା ସମୟରେ ସେମାନେ ସ୍ପର୍ଶ କରିଥିବା ଖାଦ୍ୟ ବ୍ରାହ୍ମଣ ମାନେ ଗ୍ରହଣ କରି ନଥାନ୍ତି ।

ଆସନ୍ତୁ ଜାଣିବା ମହିଳା ମାନେ କାହିଁକି ଏହି ସମୟରେ ଅଶୁଦ୍ଧ ? କେବେ ସେମାନେ ଶୁଦ୍ଧ ହୋଇଥାନ୍ତି ? ତଥା ମାସିକ ଋତୁସ୍ରାବ ସମୟରେ ଆମ୍ଭେ କେତେ ଦିନ ଅଶୁଦ୍ଧ ହୋଇଥାଉ ତଥା କେତେ ଦିନ ଶୁଦ୍ଧ ହୋଇଥାଉ ? ଶାସ୍ତ୍ର ଅନୁଯାୟୀ ଋତୁସ୍ରାବ ର ପ୍ରଥମ ଦିନରେ ନାରୀ କୁ ଚାଣ୍ଡାଳୀ ବୋଲି କୁହାଯାଏ । ଦ୍ଵିତୀୟ ଦିନରେ ବ୍ରହ୍ମ ଘାତିନୀ, ତୃତୀୟ ଦିନରେ ରାଜକୀ ବୋଲି କୁହାଯାଇଥାଏ । ଏବଂ ଚତୁର୍ଥ ଦିନରେ ସେମାନେ ଶୁଦ୍ଧ ହୋଇଥାନ୍ତି । ପଞ୍ଚମ ଦିନରେ ଶାସ୍ତ୍ର ମତ ଅନୁଯାୟୀ ଦେବକର୍ମ ତଥା ଅନ୍ୟକର୍ମ ନିମନ୍ତେ ବିବେଚିତ ହୋଇଥାନ୍ତି ।

ମାତ୍ର କୌଣସି କାରଣ ବଶତ ଯଦି ଆମ୍ଭର ୭ ରୁ ୮ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ହୋଇଥାଏ ତେବେ ସେହି ସମୟରେ କୌଣସି ପ୍ରକାରର ଦେବ କାର୍ଯ୍ୟ କରିବା କଥା ନୁହେଁ । ମାତ୍ର ଯଦି ଆପଣଙ୍କର ପିରିୟଡି ସାଇକେଲ ୫ ମ ଦିନରୁ ବନ୍ଦ ହୋଇ ଯାଇଛି ତେବେ ଆପଣ ପୂଜା କରି ପାରିବେ । ଆପଣ ସମସ୍ତ ଦେବା ଦେବୀ ଙ୍କ ପୂଜା କରି ପାରିବେ । କିନ୍ତୁ ମହାଦେବ ଙ୍କ ପୂଜା କେହି କେହି ୭ ଦିନ ଅର୍ଥାତ ୮ ଦିନ ପରେ କରିଥାନ୍ତି ।

ଆପଣଙ୍କ ଘରେ ମଧ୍ୟ ଆପଣ ମହାଦେବ ଙ୍କୁ ପୂଜା କରୁଥିବେ ଏଣୁ ଘର ଠାକୁରଙ୍କ ପୂଜା ୭ ମ ଦିନ ଅଥବା ୮ ମ ଦିନରୁ କରିବା ଆବଶ୍ୟକ । ପିରିୟଡ ହେବା ମାତ୍ରେ ହଟାତ ଗାଧୋଇବା ଡାକ୍ତର ଙ୍କ ପକ୍ଷେ ଉଚିତ ନୁହେଁ କାରଣ ଆମ ଶରୀର ସେତେବେଳେ ଦୁର୍ବଳ ଥିବ ଏବଂ ସେହି ସମୟରେ ଆମ୍ଭର ସ୍ନାନ କରିବା ଉଚିତ ନୁହେଁ । ମହିଳା ମାନେ ଅଳ୍ପ ରେଷ୍ଟ ନେଇ ନିଜ ଶରୀରକୁ ରିକିଏ ଉଷୁମ ରଖନ୍ତୁ ।

କିନ୍ତୁ ଯଦି ଆପଣ ଏକା ରହୁଛନ୍ତି ଅଥବା ଆପଣଙ୍କ ଘରେ ଅନ୍ୟ କେହି ନାହାନ୍ତି ଘର କାମ କରିବାକୁ ତେବେ ଆପଣ ନିଶ୍ଚିନ୍ତ ସ୍ନାନ କରି କରିବେ । କାରଣ ଆପଣ ସେହି ସମସ୍ୟରେ ସମସ୍ତ ଜିନିଷ କୁ ସ୍ପର୍ଶ ନିଶ୍ଚିତ କରିବେ ଏଥିନିମନ୍ତେ ସ୍ନାନ ନିଶ୍ଚିତ ଆବଶ୍ୟକ । ସାଧାରଣ ତ ମହିଳା ମାନଙ୍କର ପ୍ରଥମ ୩ ଦିନ ବହୁତ କଷ୍ଟ ହୋଇଥାଏ ଅର୍ଥାତ ତାଙ୍କର ଅଣ୍ଟା ବିନ୍ଧିବା, ତଳ ପେଟ କାମୁଡିବା, ଦୁର୍ବଳ ଲାଗିବା ଏହିଭଳି କଷ୍ଟ ସବୁ ହୋଇଥାଏ ।

ଏଣୁ ଏହି ସମୟରେ ଯଦି ଘରର ସମସ୍ତ ଭାର ତାଙ୍କ ଉପରେ ପଡିଯିବ, ତଥା ଗୋଟେ ପଟେ ଶରୀର କଷ୍ଟ ଏବଂ ଅନ୍ୟ ପଟେ ଘରର ସମସ୍ତ କାମ ର ଭାର । ଏଥିରୁ ମୁକ୍ତି ଦେବା ନିମନ୍ତେ ପୂର୍ବ କାଳରେ ମହିଳା ମାନଙ୍କୁ ୩ ଦିନ ର ରେଷ୍ଟ ଦିଆଯାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *