ମଶା ଘଉଡେଇବାର ଦେଶୀ ଉପାୟ, ଗୋଟିଏ ଥରରେ ଘରର ସବୁ ମଶା ଛୁ ମନ୍ତର ହେଇଯିବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରକାର ଉପକାରୀ ପ୍ରାଣୀ ରହିବା ସହିତ ଅପକାରୀ ପ୍ରାଣୀ ମଧ୍ୟ ରହିଥାଏ । ସେହି ଅପକାରୀ ପ୍ରାଣୀଙ୍କ ମଧ୍ୟରୁ ମଶା ଅନ୍ୟତମ । ଏହି ମଶା କାମୁଡିବା ଦ୍ଵାରା ମାଲେରିଆ ପରି ଅନେକ ରୋଗ ବେମାରୀ ମଣିଷକୁ ଆକ୍ରାନ୍ତ କରିଥାଏ । ବିଭିନ୍ନ ପ୍ରକାର ମଶା ଦ୍ଵାରା ବିଭିନ୍ନ ପ୍ରକାର ଶରୀରରେ ସ୍ଵାସ୍ଥ ଜନିତ ସମସ୍ଯା ଆସିଥାଏ।   ପ୍ରାୟତଃ ସମସ୍ତଙ୍କ ଘରେ ରାତି ସମୟରେ ବହୁତ ଅଧିକ ମାତ୍ରାରେ ମଶା ହୋଇଥାନ୍ତି ।

ମଶା କାମୁଡିବା କାରଣରୁ ନିଦ ଖରାପ ହେବା ସହିତ ମ୍ୟାଲେରିଆ, ଡେଙ୍ଗୁ ଭଳି ସମସ୍ଯା ହୋଇଥାଏ । ବହୁତ ଲୋକ ମଶାରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାର କଏଲ୍ ବା ମଶାବତୀ ବ୍ୟବହାର କରିଥାନ୍ତି । ଏହି ମଶାବତୀରୁ ବାହାରୁଥିବା କେମିକାଲ ଯୁକ୍ତ ଧୂଆଁରୁ ସ୍ଵାସ ଜନିତ ସମସ୍ଯାରେ ବହୁତ ଲୋକ ପୀଡିତ ହୋଇଥାନ୍ତି । ସେଥିପାଇଁ ଆପଣ ଏକ ଘରୋଇ ଉପାୟରେ ଏପରି ଧୂଆଁ ପ୍ରସ୍ତୁତ କରନ୍ତୁ ।

ଯାହା ଦ୍ଵାରା ମଶା ହେବ ନାହିଁ କି ଏହାର ଧୂଆଁ ଆପଣଙ୍କ ଶରୀର ପକ୍ଷେ କ୍ଷତିକାରକ ହେବ ନାହିଁ । ଆପଣ ୩ ରୁ ୪ କୋଲା ରଶୁଣ ଆଣି ରଶୁଣକୁ କାହା ସାହାଜ୍ଯରେ ଛେଚି ଦିଅନ୍ତୁ ଓ ତାକୁ ଏକ ମାଟି ଜାଗାରେ ରଖନ୍ତୁ । ସେହି ଛେଚା ହୋଇଥିବା ରଶୁଣରେ କିଛି କର୍ପୁରକୁ ଗୁଣ୍ଡ କରି ମିଶାନ୍ତୁ । ଏହା ସହିତ ଏକ ଚାମଚ ଦେଶୀ ଘିଅ ସେଥିରେ ମିଶାନ୍ତୁ ।

ଦେଶୀ ଘିଅ ପକାଇବା ଦ୍ଵାରା ଏହା ବହୁତ ସମୟ ଜଳିବାରେ ସାହାଜ୍ଯ କରିବ । ତାପରେ ଭଲ ଭାବରେ ମିକ୍ସ କରି ଏହାକୁ ଜଳାନ୍ତୁ । ଏହାକୁ ଘରେ ଜଳାଇବା ଦ୍ଵାରା କୌଣସି ପ୍ରକାର ବାୟୁ ପ୍ରଦୂଷଣ ହେବାର ସମ୍ଭାବନା ରହିନଥାଏ । ଘରେ ଥିବା ଛୋଟ ପିଲା, ବୟସ୍କ ବ୍ୟକ୍ତି, ଶ୍ଵାସ ଜନିତ ସମସ୍ୟାରେ ପୀଡିତ ବ୍ୟକ୍ତି ଓ ପରିବାରର ସମସ୍ତ ସଦସ୍ୟ ଏହାକୁ ପ୍ରସ୍ତୁତ କରି ଜଳାଇ ଆରାମରେ ଶୋଇପାରିବେ ।

ଏହା ଏକ ଘରୋଇ ଉପାୟରେ ପ୍ରସ୍ତୁତ ହୋଇଥିବାରୁ ଏହା କୌଣସି ପ୍ରକାର ସାଇଡିଫେକ୍ଟ କୌଣସି ବ୍ୟକ୍ତି ଉପରେ ପଡିନଥାଏ । ପ୍ରାୟତଃ ଘରେ ମଶାବତୀ ଜଳିବା ଦ୍ଵାରା ମଧ୍ୟ ମଶାବତୀ ସରିଗଲା ପରେ ପୁନଶ୍ଚ ମଶା ଆସିଥାନ୍ତି । ଏହି ଉପଚାର ପ୍ରସ୍ତୁତ କରି ଜଳାଇବା ଦ୍ଵାରା ଘରେ ଗୋଟିଏ ମଧ୍ୟ ଆସିବେନି ।

ଏହା ସହିତ ଘର ଆଖ ପାଖ ପରିବେଶରେ ଏହି ଧୂଆଁ ବ୍ୟାପିବା କାରଣରୁ ସେହି ସ୍ଥାନରେ ମଶା ଦେଖିବାକୁ ମଧ୍ୟ ମିଳିବ ନାହିଁ । ଯଦି ଏହି ପୋଷ୍ଟଟି ଆପଣଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିଯିବେ ନାହିଁ ।ଧନ୍ୟବାଦ

Leave a Reply

Your email address will not be published. Required fields are marked *