ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି, ମନୁଷ୍ୟ ଦୁଃଖୀ ହେବାର କାରଣ ? Shreekrishna Vani

ବନ୍ଧୁଗଣ ହିନ୍ଦୁ ଧର୍ମର ଲୋକ ମାନଙ୍କ ପାଇଁ ଶାସ୍ତ୍ରର ବହୁତ ମହତ୍ୱ ରହିଛି । ଶାସ୍ତ୍ରରେ ଲେଖା ହୋଇଥିବା ପ୍ରତ୍ୟେକଟି କଥାର ସତ୍ୟତା ଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ରରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ରଚିତ ଶ୍ରୀମଦ ଭଗବତ ଗୀତାକୁ ହିନ୍ଦୁ ଧର୍ମର ମୁଖ୍ୟ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଇଥାଏ । ଦୁନିଆରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ଏହି ଭଗବତ ଗୀତାରେ ନ ଥିବ ।

ମନୁଷ୍ୟର ସାମାଜିକ ଜୀବନ କଥା ବସ୍ତୁକୁ ନେଇ ଭଗବତ ଗୀତା ରଚନା କରାଯାଇଛି । ସେଥିରେ ମନୁଷ୍ୟ ଜୀବନର ପ୍ରତିଟି କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । କେତେକ ମନୁଷ୍ୟ ବେଳେବେଳେ ଉଦାସ ରହୁଥିବା ଦେଖା ଯାଇଥାଏ । ତେବେ ତାଙ୍କର ଉଦାସୀନତାର କାରଣ କ’ଣ ହୋଇଥାଏ ତାହା କେହି ଜାଣି ନ ଥାନ୍ତି । ଏହି ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ମନୁଷ୍ୟର ଉଦାସର କାରଣ ବିଷୟରେ ଅନେକ କଥା କହିଛନ୍ତି ।

ବନ୍ଧୁଗଣ ଯେତେବେଳେ କୌଣସି ମନୁଷ୍ୟ ମନରେ ଉଦାସୀନତା ଭାବ ଆସିଥାଏ । ସେତେବେଳେ ସେ ବହୁତ ଭାଙ୍ଗି ପଡିଥାଏ । ମନ ଉଦାସ ରହିଲେ କୌଣସି କାର୍ଯ୍ୟରେ ମନ ଲାଗି ନ ଥାଏ । ଯାହା ଦ୍ୱାରା ଆପଣଙ୍କର କୌଣସି କାର୍ଯ୍ୟ ସଫଳ ହୋଇପାରିନ ଥାଏ । ମନୁଷ୍ୟ ମନରେ ଉଦାସ ଭାବ ରହିଲେ ସେ ବଞ୍ଚିବା ଅପେକ୍ଷା ମରିବାକୁ ବହୁତ ପସନ୍ଦ କରିଥାଏ । ଆମ ସମସ୍ତ ଙ୍କ ଜୀବନରେ ଏହି ପରି ଉଦାସ ଭାବ ନିହାତି କେବେ ନା କେବେ ଦେଖା ଦେଇଥାଏ । ଯାହା ଦ୍ୱାରା ଆମର କୌଣସି କାର୍ଯ୍ୟରେ ମନ ଲାଗିନଥାଏ । ଏହା ଦ୍ବାରା ଆମର ବହୁତ କ୍ଷତି ହୋଇଥାଏ ।

ଉଦାସ ଭାବକୁ ଯଦି ଆମେ ପ୍ରଶୟ ଦେବା, ତେବେ ଧୀରେ ଧୀରେ ଆମ ଜୀବନ ରେ ଉଦାସୀନତାର ଅଭ୍ୟାସ ହୋଇଯାଇଥାଏ । ଯାହା ଦ୍ୱାରା ଆମେ ସବୁ କାର୍ଯ୍ୟକୁ ଅଧାରୁ ହିଁ ଛାଡି ଦେଇଥାଉ କିନ୍ତୁ ଆମେ କେବେ ଜାଣି ନ ଥାଉ ଆମ ଉଦାସର କାରଣ କ’ଣ ହୋଇଥାଏ । ଉଦାସ ଏକ ଏପରି ଜିନିଷ ଯାହା ଆମ ମନ ଭିତରେ ଥିବା ଦୁଃଖ କଷ୍ଟ ଓ କଠିନତାକୁ ବାହାରକୁ ଆଣିଥାଏ । ଏହା ଦ୍ୱାରା ଆମ ମୁଖରେ ଏକ ଉଦାସ ଭାବ ଦେଖା ଦେଇଥାଏ ।

ଆମେ ଯେତେବେଳେ ଉଦାସ ଥାଉ ସବୁବେଳେ କହିଥାଉ କି ଆମର ଭାଗ୍ୟ ଖରାପ ଅଛି କିମ୍ବା ସମୟ ଆମର ସାଥ ଦେଉନାହିଁ ଏମିତି ଅନେକ କିଛି କଥା କହିଥାଉ । ଆମେ କେବେ ମଧ୍ୟ ସମୟକୁ ବଦଳାଇପାରିବା ନାହିଁ । ଏହି ସମୟକୁ ଦୋଷ ଦେଇ ଆମେ ଯେଉଁ କାର୍ଯ୍ୟରେ ଅସଫଳ ହୋଇଥାଉ ସେଥିରୁ ହିଁ ଉଦାସୀନତା ଭାବ ଆସିଥାଏ । ତେଣୁ ସବୁବେଳେ ନିଜ ଉପରେ ନିଜର ଆତ୍ମ ବିଶ୍ୱାସ ରଖନ୍ତୁ ଓ ସମୟ ସହିତ ତାଳ ଦେଇ ସମସ୍ତ କାର୍ଯ୍ୟ କରିଚାଲନ୍ତୁ । ଏହା ଦ୍ବାରା ଆପଣଙ୍କ ମନରେ କେବେ ମଧ୍ୟ ଉଦାସୀନତା ଭାବ ଦେଖାଯିବ ନାହିଁ ।

ଏହି ଲେଖାଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାଇବା ସହ ପେଜକୁ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *