୧;- ବନ୍ଧୁଗଣ ପ୍ରତି ସୋମବାର ଦିନ ଶିବବ୍ରତ କରନ୍ତୁ । ଗୋଟିଏ ସମୟ ଅରୁଆ ଖାଇବେ, ଶିବ ଙ୍କ ନାମରେ ନଡିଆ ଟିଏ ଆଣି ଘରେ ଘରେ ରଖିବେ ନାଲି କପଡାଟିଏ ଘୂରାଇ । ଏହା ଉପରେ ତ୍ରିଶାଖା ତଥା ପଞ୍ଚଶାଖା ବେଲପତ୍ର ରଖିବେ । ପ୍ରଭୁ ଙ୍କୁ ଭୋଗ କରିବେ । ଓମ ନମଃ ଶିବାୟ ୧୦୮ ଥର ପାଠ କରିବେ । ଘରର ଇଶାଣ କୋଣ ରେ ଶିବ ଙ୍କ ନାମ ର ନଡିଆ ଟିଏ ରଖିଦେବେ । ଆପଣ ଯାହା କାମନା କରିବେ, ୧୭ ସୋମବାର ଆପଣଙ୍କୁ ଫଳ ମିଳୁଛି କି ନାହିଁ ଆପଣ ଜାଣି ପାରିବେ ।
୨;- ଶ୍ମଶାନ ପାଖରେ ଥିବା ଶିବ ମନ୍ଦିରରେ ସୋମବାର ଦିନ କ୍ଷୀର ଏବଂ ମହୁ ଚଢାଇବା ଦ୍ଵାରା ଅଚାନକ ଧନ ପ୍ରାପ୍ତି ହୋଇଥାଏ ।
୩;- ପ୍ରତ୍ୟକ ଅମାବାସ୍ୟା ଦିନ ଘର ଭଲ ଭାବେ ସଫା କରିବା ସହିତ ଠାକୁର ଘରେ ଧୂପ ଦୀପ ଜଳାଇବା ଦ୍ଵାରା ଧନର ଆଗମନ ହୋଇଥାଏ ।
୪;- ଯଦି କୌଣସି କାରଣରୁ ଧନର ଅପବ୍ୟୟ ହେଉଥାଏ ତେବେ ଚମକୁଥିବା ଲାଲବସ୍ତ୍ର ପିନ୍ଧିବା ଉଚିତ ନୁହେଁ କିମ୍ବା ଲାଲମସୁର ଡାଲି ବ୍ୟବହାର କରିବା ଅନୁଚିତ ।
୫;- ଯଦି ଧନହାନି ହେଉଥାଏ, ତେବେ ଏଗାରଟି ଗୋମତୀ ଚକ୍ରକୁ ହଳଦୀ ଲଗାଇ ହଳଦିଆ କପଡାରେ ବାନ୍ଧି ନଦୀରେ ଭସାଇବା ଦ୍ଵାରା ଧନହାନି ଦୂର ହୋଇଥାଏ ।
୬;- ଧନ ଯଦି ସଞ୍ଚୟ ହୋଇ ପାରୁ ନଥାଏ କୌଣସି କାରଣରୁ ଖର୍ଚ୍ଚ ହୋଇଯାଉଥାଏ ତେବେ ଧନ ରଖୁଥିବା ସ୍ଥାନରେ ଲାଲକପଡା ବିଛାଇବା ଦ୍ଵାରା ଲାଭପ୍ରଦ ହୋଇଥାଏ ।
୭;- ମାସର ପ୍ରଥମ ରବିବାର ଦିନ ୩ ଟି ଗୋମତି ଚକ୍ର, ୩ ଟି କଉଡି ଏବଂ ୩ ଟି ହଳଦୀଖଣ୍ଡ ହଳଦିଆ ବସ୍ତ୍ରର୍ତେ ଗୁଡାଇ ଆଲମାରୀରେ ରଖିବା ଦ୍ଵାରା ଧନବୃଦ୍ଧି ହୋଇଥାଏ ।
୮;- ଅଚାନକ ଧନପ୍ରାପ୍ତି କରିବା ପାଇଁ ବରଗଛ ଓହଳରେ ମନୋଷ୍କାମନା କହି ଗଣ୍ଠି ବାନ୍ଧିବା ଦ୍ଵାରା ଧନ ମିଳିଥାଏ ଏବଂ ମିଳିବା ପରେ ତାହା ଖୋଲିଦେବା ଉଚିତ ।
୯;- ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଦ୍ଵାରା ଆର୍ଥିକ ଶାରୀରିକ ଏବଂ ମାନସିକ ଭାବେ ଲାଭପ୍ରଦ ହୋଇଥାଏ ।
୧୦;- ଘରେ ଯଦି ଆଇନ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଲାଗିଥାଏ ତେବେ ତୁରନ୍ତ ହଟାଇବା ଉଚିତ । ଏହାଦ୍ଵାରା ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ