ମଣିଷ ଜୀବନରେ ଧନବାନ ହେବାକୁ ଇଚ୍ଛା କରିଥାଏ । କିନ୍ତୁ କିଛି କ୍ଷେତ୍ର ରେ ଏହା ସଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ବିଫଳ ହୋଇଥାଏ । ଏହାର କାରଣ ହେଉଛି ମଣିଷ ଜୀବନର କର୍ମର ଫଳ । ମଣିଷ ଭଲ କାମ କରିଥିଲେ ଭଲ ଫଳ ଓ ଖରାପ କାମ କରିଥିଲେ ଖରାପ ଫଳ ପ୍ରାପ୍ତ ହୋଇଥାଏ । ମଣିଷ ପାଖରେ କାହିଁକି ପଇସା ରୁହେ ନାହି ବା ପଇସାର ଅଭାବ କେଉଁ କାରଣ ପାଇଁ ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କ ସହ ଆଲୋଚନା କରିବାକୁ ଯାଉଛୁ ।
ପଇସା କୁ ଅନ୍ୟ ଅର୍ଥ ରେ ଲକ୍ଷ୍ମୀ କୁହାଯାଏ । ପଇସାର ଅପମାନ କରିବାର ଅର୍ଥ ହେଉଛି ମା ଲକ୍ଷ୍ମୀ ଙ୍କୁ ଅପମାନ କରିବା । ଯାହା କିଛି ଲୋକ ମାନେ ଜାଣତରେ ହେଉ ବା ଅଜଣାତରେ ହେଉ କରିଥାନ୍ତି । ତେବେ ଗୁରୁବାର ଦିନ କିଛି ନିୟମ ପାଳନ କରିବା ଉଚିତ ଯାହା ଆମ ହିନ୍ଦୁ ଧର୍ମରେ କୁହା ଯାଇଛି ।
ଭୁଲରେ ବି ଗୁରୁବାର ଦିନ ଚାଉଳ, ଖାଇ, ଚୂଡା ଭାଜିବା ଉଚିତ ନୁହେଁ । ଆମିଷ ଭୋଜନ କରିବା ଉଚିତ ନୁହେଁ । ଏହା ଛଡା ତୁଳା ଭିଣିବା ଉଚିତ ନୁହେଁ ଗୁରୁବାର ଦିନ । ଗୁରୁବାର ଦିନ ଲାଉ ରେ ଆମିଷ ମିଶାଇ ଖାଇବା ଉଚିତ ନୁହେଁ । ଏହା ବ୍ଯତୀତ ଖଟ ରେ ଛାଇ ତଳେ କେବେ ବି ଭୁଲରେ ଶୋଇବା ଉଚିତ ନୁହେଁ । ଗୁରୁବାର ଦିନ ଖାଇବା ସମୟରେ ଭାତ ଥାଳୀରୁ ଅର୍ଣ୍ଣ ତଳେ ପଡିଲେ ଧରିତ୍ରି କୋପ କରିଥାଏ ।
ମୁହଁ ନ ଧୋଇ କି ଭୋଜନ କରିବା, ସଭାରେ ବସି ମିଛ କହିବା, ନିଦରୁ ଉଠି ମୁହଁ ନ ଧୋଇବା, ବିନା ଆସନରେ ଭୂମିରେ ବସିବା, ଅନ୍ଧାର ଘରେ ଭୋଜନ କରିଲେ, ପିନ୍ଧା ଲୁଗା କାନୀରେ ବିଞ୍ଚି ହେଉଥିବେ, ନଖ ମୁନରେ ଭୂମି ବିଦାରିତ କରୁଥିବେ, ଗୁରୁଜନ ମାନଙ୍କୁ ଭକ୍ତି କରିବେ ନାହି, ସ୍ନାନ କରିବା ପରେ ଦେହରେ ତେଲ ଲଗାଉଥିବେ ତେବେ ମଣିଷ ଧନ ହୀନ ହୋଇଥାଏ ।
ଏହି ସବୁ ଦୁର୍ଗୁଣ ମଣିଷ ପାଖରେ ଥିଲେ ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ଟଙ୍କା ଯେଉଁ ବାଟେ ଆସିବ ସେହି ବାଟ ଦେଇ ଖର୍ଚ୍ଚ ହେବାରେ ଲାଗିବ । ତେଣୁ ପ୍ରତେକ ବ୍ୟକ୍ତି ଏହି ସବୁ ଦୁର୍ଗୁଣ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ । ଏପରି କରିବା ଦ୍ଵାରା ମଣିଷ ଜୀବନରେ ମଙ୍ଗଳ ହେବା ସହ ଧାନ ବୃଦ୍ଧି ହୋଇଥାଏ । ଯାହା ଦ୍ଵାରା ମଣିଷ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ