ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ଧରା ପୃଷ୍ଟରେ ଜନ୍ମ ଓ ମୃତ୍ୟୁ ୨ ଟି ସ୍ଵାଭାବିକ କଥା ହୋଇଥାଏ । କାରଣ ଯେଉଁ ପ୍ରାଣୀର ଜନ୍ମ ହୋଇଛି । ସେହି ପ୍ରାଣୀ ଦିନେ ନା ଦିନେ ମୃତ୍ୟୁବରଣ କରିବ ତାହା ମଧ୍ୟ ସୁନିଶ୍ଚିତ ହୋଇଥାଏ । କାରଣ ଏହି ଦୁନିଆରେ ସବୁଠାରୁ ବଡ ସତ୍ୟ କଥା ହେଉଛି ମୃତ୍ୟୁ । ଆଜି ଆପଣ ମାନେ ଜାଣିବାକୁ ପାଇବେ । ଯେତେବେଳେ ଜଣେ ମନୁଷ୍ୟର ମୃତ୍ୟୁ ହୋଇଥାଏ । ତାର ଅନ୍ତିମ ସଂସ୍କାର କିପରି କରାଯାଇଥାଏ ଓ ଶବକୁ କାହିଁକି ଏକୁଟିଆ ଛଡା ଯାଇନଥାଏ ।
ଯେଉଁ ଲୋକର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହୋଇଥାଏ । ତାର ଶବକୁ ରାତି ସାରା ଘରେ ରଖି ଯାଇଥାଏ । ସକାଳେ ଯାଇ ସେହି ଲୋକର ଅନ୍ତିମ ସଂସ୍କାର ସମାପନ କରାଯାଇଥାଏ । ଯେଉଁ ବ୍ୟକ୍ତିର ପଞ୍ଚକ ସମୟରେ ମୃତ୍ୟୁ ହୋଇଥାଏ । ତେବେ କିଛି ସମୟ ପାଇଁ ଶବର ଅନ୍ତିମ ସଂସ୍କାର କରାଯାଇନଥାଏ । ଯେତେବେଳେ ପଞ୍ଚକ ସମୟ ସମାପ୍ତ ହୋଇଥାଏ ।
ତେବେ ବ୍ୟକ୍ତିର ଅନ୍ତିମ ସଂସ୍କାର କରାଯାଇଥାଏ । କାରଣ ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତିର ସୂର୍ଯ୍ୟାସ୍ତ କିମ୍ବା ପଞ୍ଚକ ସମୟରେ ଅନ୍ତିମ ସଂସ୍କାର କରାଯାଇଥାଏ । ତେବେ ତାଙ୍କ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇନଥାଏ । ଯଦି ରାତିରେ କାହାର ମୃତ୍ୟୁ ହୋଇଯାଇଥାଏ । ତେବେ ସକାଳେ ଯାଇ ମୃତ ବ୍ୟକ୍ତିର ସବ ସଂସ୍କାର କରାଯାଇଥାଏ ।
ଏହା ସହିତ ରାତି ସାରା ମୃତ ବ୍ୟକ୍ତିର ଶରୀରକୁ ଏକୁଟିଆ ଛଡା ଯାଇନଥାଏ । ଶବକୁ ଏକୁଟିଆ ଛଡା ନଯିବାର ଅନେକ କାରଣ ରହିଅଛି । ଯଦି ଶବକୁ ଏକୁଟିଆ ଛଡା ଯାଇଥାଏ । ତେବେ ମୃତ ଶରୀରକୁ ବିଲେଇ ଓ କୁକୁର ପଶି ଖାଇ ଦେବାର ଆଶଙ୍କା ରହିଥାଏ । ଏପାର ହେବେ ସେହି ଆତ୍ମାକୁ ଯମ ଲୋକରେ ଯିବା ସମୟରେ ଅନେକ କଷ୍ଟ ଯନ୍ତ୍ରଣା ସହିବାକୁ ପଡିଥାଏ ।
ଯଦି ମୃତ ଶରୀରକୁ ଏକୁଟିଆ ଛାଡି ଦେବେ । ତାହେଲେ କିଛି ସମୟ ପରେ ତାର ଶରୀରରୁ ଦୁର୍ଗନ୍ଧ ବାହାରିଥାଏ । ସେଥିପାଇଁ ସେହି ଶବ ପାଖରେ କେହି ନା କେହି ବସି ରହି ଧୂପକାଠି ଜଳାଇଥାଏ । ଯଦି କେଉଁ ବ୍ୟକ୍ତିର ପୁଅ କିମ୍ବା ଝିଅ ଘରେ ନଥିବା ଅବସ୍ତାରେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ତେବେ ସେହି ବ୍ୟକ୍ତିର ପୁଅ ଓ ଝିଅ ଆସିବା ପର୍ଯ୍ୟନ୍ତ ଶବ ସଂସ୍କାର କରାନଯାଇ କିଛି ସମୟ ପର୍ଯ୍ୟନ୍ତ ଘରେ ରଖାଯାଇଥାଏ ।
ନିଜର ସନ୍ତାନ ହାତରୁ ମୃତ ବ୍ୟକ୍ତିକୁ ମୁଖାଗ୍ନୀ ନମିଳିଲେ । ତାହାର ଆତ୍ମାକୁ ଶାନ୍ତି ମିଳିନଥାଏ । ଯଦି ସୂର୍ଯ୍ୟ ଅସ୍ତ ପରେ ଶବ ସଂସ୍କାର କରାଯାଇଅଥାଏ । ତେବେ ସେ ରାକ୍ଷସ, ଦାନବ ଓ ପିଶାଚ ହୋଇ ଜନ୍ମ ଲାଭ କରିଥାଏ । ତେବେ ଏହି ସବୁ ନିୟମ ମାନି ଶବ ସଂସ୍କାର କରିବା ଦ୍ଵାରା ମୃତ ବ୍ୟକ୍ତିର ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ