Vastu Tips- ମଙ୍ଗଳବାର ଦିନ ଏମିତି ପୋଷାକ ଭୁଲରେ ବି ପିନ୍ଧନ୍ତୁ ନାହିଁ, ସାରା ଜୀବନ ପିଛା ଛାଡିବ ନାହିଁ ଦରିଦ୍ରତା

ଭଗବାନ ଶ୍ରୀରାମଙ୍କ ପରମ ଭକ୍ତ ପରମ ପ୍ରତାପୀ ଶ୍ରୀ ହନୁମାନଙ୍କୁ ପ୍ରସନ୍ନ କରିବା ବିଲକୁଲ୍ ମଧ୍ୟ କଷ୍ଟ ସାଧ୍ୟ ନୁହେଁ । କେବଳ ତାଙ୍କ ପୂଜା ପାଠ ସମ୍ବନ୍ଧିତ କିଛି ସାଧାରଣ ନିୟମ ଗୁଡିକ ପାଳନ କରିବାକୁ ହୋଇଥାଏ ଓ ହନୁମାନ ପ୍ରସନ୍ନ ହୋଇଯାନ୍ତି ।

ମାତ୍ର ଅଧିକାଂଶ ଲୋକଙ୍କୁ ସେହି ନିୟମ ସବୁ ଜଣା ନ ଥିବାରୁ ସେମାନେ ଭୁଲ୍ କରି ଦିଅନ୍ତି । ଯାହା ଦ୍ବାରା ହନୁମାନଙ୍କ କୃପାରୁ ବଞ୍ଚିତ ହୋଇଥାନ୍ତି । ଆଜି ଆମେ ସେହି ନିୟମ ଗୁଡିକ ବିଷୟରେ ଜାଣିବା । ମଙ୍ଗଳବାର ଦିନକୁ ହନୁମାନଙ୍କ ସେବା କରିବା ପାଇଁ ସବୁଠୁ ଶ୍ରେଷ୍ଠ ଦିନ ବୋଲି ମାନା ଯାଏ । ଶନିବାର ଦିନ ମଧ୍ୟ ହନୁମାନଙ୍କ ପୂଜା କରାଯାଏ । ଦେବତାଙ୍କୁ ସବୁବେଳେ ତାଙ୍କ ପ୍ରିୟ ଓ ପବିତ୍ର ବସ୍ତୁ ଅର୍ପଣ କରିବା ଉଚିତ୍ । ଏହା ଦ୍ବାରା ତାହା ସେମାନେ ଶୀଘ୍ର ସ୍ବୀକାର କରନ୍ତି ଓ ପ୍ରସନ୍ନ ହୁଅନ୍ତି ।

ଶ୍ରୀ ହନୁମାନଙ୍କୁ ମଙ୍ଗଳବାର ଓ ଶନିବାର ତାଙ୍କ ପ୍ରିୟ ବସ୍ତୁ ସିନ୍ଦୂର, ଲାଲ୍ ଚନ୍ଦନ, କେଶର, ତୁଳାର ପତ୍ର ଓ ଫୁଲ, ପାନ ବିଡା, ଗୁଡ଼ ଓ ଚଣା, ପଞ୍ଚତତ୍ତ୍ଵର ପ୍ରସାଦ, ରାଶି ଓ ସୋରିଷ ତେଲ ଆଦି ଅବଶ୍ୟ ଅର୍ପଣ କରିବା ଉଚିତ୍ । ପଞ୍ଚତତ୍ତ୍ଵ ଉପରେ ହନୁମାନଙ୍କ ଆଧିପତ୍ୟ ରହିଥାଏ । ସେଥିପାଇଁ ହନୁମାନଙ୍କୁ ପାଞ୍ଚଟି ଲେଖେ ଫୁଲ ଓ ଫଳ ଆଦି ଅର୍ପଣ କରିବା ଉଚିତ୍ । ବିଶେଷ କରି ଲାଲ୍ ଓ ହଳଦିଆ ରଙ୍ଗର ଫୁଲ ଓ ଫଳରେ କଦଳୀ ଓ ସେଓ ଆଦି ଅର୍ପଣ କରନ୍ତୁ ।

ହନୁମାନଙ୍କ ପୂଜା କରିବା ସମୟରେ ଉଭୟ ଶା-ରୀ-ରି-କ ଓ ମାନସିକ ଶୁଦ୍ଧତା ଏବଂ ପବିତ୍ରତାର ଧ୍ୟାନ ରଖିବା ଉଚିତ୍ । ପୂଜା ଦିନ ଗୁଡ଼ିକରେ ବ୍ରହ୍ମଚାରୀ ନିୟମର ପାଳନ କରିବା ଆବଶ୍ୟକ । ମହିଳାମାନେ ଶ୍ରୀ ହନୁମାନଙ୍କ ପୂଜା କରିବା ସମୟରେ କିଛି ନିୟମ ଅବଶ୍ୟ ପାଳନ କରିବା ଉଚିତ୍ । ପୁତ୍ର ପ୍ରାପ୍ତି କାମନା ଥିଲେ ପ୍ରତ୍ୟେକ ଶନିବାର ଦିନ ହନୁମାନଙ୍କୁ ଅଟାରେ ତିଆରି ଦୀପ, ତୁଳାର ମାଳା ଓ ହରଡ଼ ଡାଲି ଆଦି ଅର୍ପଣ କରି ପାରିବେ ।

ହନୁମାନଙ୍କୁ ନଡ଼ିଆ ଅର୍ପଣ କରିବା ପରମ୍ପରା ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଛି । ମାତ୍ର ହନୁମାନଙ୍କୁ କେବେ ଗୋଟା ନଡ଼ିଆ ଚଢ଼ାନ୍ତୁ ନାହିଁ । ହନୁମାନ ମନ୍ଦିରରେ ନଡ଼ିଆ ଭାଙ୍ଗି ଅଧା ନଡ଼ିଆ ହନୁମାନଙ୍କୁ ଅର୍ପଣ କରନ୍ତୁ ଓ ଆଉ ଅଧା ନିଜ ପାଇଁ ପ୍ରସାଦ ସ୍ୱରୂପ ରଖନ୍ତୁ । ନଡ଼ିଆ ଅର୍ପଣ କରିବା ସମୟରେ ତାହା ହାତରେ ଧରି ଆଖି ବନ୍ଦ କରି ଅଳ୍ପ ସମୟ ଠିଆ ହୁଅନ୍ତୁ ଓ ଧ୍ୟାନ ରଖନ୍ତୁ ନଡିଆର ଚୂଳ ହନୁମାନଙ୍କ ଆଡ଼କୁ ରହିବା ଉଚିତ୍ ।

ଖରାପ ନଜର ଲାଗିଥିବା ବ୍ୟକ୍ତିଙ୍କ ନଡ଼ିଆରେ ନଜର ଉତାରି ସେହି ନଡ଼ିଆକୁ ହନୁମାନଙ୍କ ମନ୍ଦିରରେ ଭାଙ୍ଗିବା ଦ୍ଵାରା ହନୁମାନ ମନ୍ଦ ଶକ୍ତି ଗୁଡ଼ିକୁ ନିଜ ସାମର୍ଥ୍ୟରେ ନଷ୍ଟ କରି ଦିଅନ୍ତି । ଶନିଙ୍କ ଦୋଷରୁ ମୁକ୍ତି ପାଇବା ନିମନ୍ତେ ଏବଂ ଯେକୌଣସି ମନ୍ଦ ଶକ୍ତିର ପ୍ରଭାବରୁ ମୁକ୍ତି ପାଇବା ନିମନ୍ତେ ଶନିବାର ଦିନ ସୋରିଷ ତେଲରେ ଚଣା ଡାଲିର କିଛି ଦାନା ମିଶାଇ ହନୁମାନ ମନ୍ଦିରରେ ଅର୍ପଣ କରନ୍ତୁ । ହନୁମାନଙ୍କ ଅନ୍ୟ ନାମ ସଙ୍କଟମୋଚନ । ସେଥିପାଇଁ ଘରେ ପ୍ରତିଦିନ ହନୁମାନଙ୍କ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ ।

କେବେ ମଧ୍ୟ କଳା ରଙ୍ଗର ବସ୍ତ୍ର ପିନ୍ଧି ହନୁମାନ ମନ୍ଦିରକୁ ଯାଆନ୍ତୁ ନାହିଁ କି ତାଙ୍କର ପୂଜା କରନ୍ତୁ ନାହିଁ । ଅନ୍ୟ କେଉଁ ରଙ୍ଗ ତଥା ବିଶେଷ ଭାବେ ଲାଲ୍ ଓ କେଶରୀ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ବାରା ହନୁମାନଙ୍କ କୃପା ପ୍ରାପ୍ତ ହେବେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *