Anuchinta;- ମନ୍ଦିରକୁ ଯିବା ସମୟରେ ଆପଣଙ୍କ ଏହି ଗୋଟେ ଭୁଲ୍, ଜୀବନରେ ଦୁଃଖ, କଷ୍ଟକୁ ଡାକି ଆଣିଥାଏ…

ବନ୍ଧୁଗଣ ଆମେ ସମସ୍ତେ ଦେବାଦେବୀଙ୍କୁ ଦର୍ଶନ କରିବା ନିମନ୍ତେ ମନ୍ଦିରକୁ ଯାଇଥାଉ । ଯେଉଁଠାରେ ଆପଣ ଦେବାଦେବୀଙ୍କୁ ଦର୍ଶନ କରିବା ସହ ସେଠାରେ ତାଙ୍କର ପୂଜାଆରାଧନା କରିଥାଉ । ମନ୍ଦିରକୁ ବହୁତ ପବିତ୍ର ସ୍ଥାନ ବୋଲି ମାନାଯାଇଥାଏ । ତେଣୁ ଏହି ପବିତ୍ର ସ୍ଥାନକୁ ଯିବା ପୂର୍ବରୁ ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥାର ଅବଶ୍ୟ ଧ୍ୟାନ ରଖିବାକୁ ପଡିବ । ତେବେ ମନ୍ଦିରକୁ ଯିବା ସମୟରେ ଏହି ଭୁଲ ଯେମିତି ଆପଣଙ୍କ ଦ୍ଵାରା ନ ହୋଇଯାଉ ସେହି କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ।

ମନ୍ଦିରରେ ଯେତେବେଳେ ଆପଣ ଦେବାଦେବୀଙ୍କର ଦର୍ଶନ କରିବାକୁ ଯାଉଛନ୍ତି, ଯଦି ଆପଣ ମନ୍ଦିର ବେଢାରେ ବସିଛନ୍ତି ।  ତେବେ ଦେବାଦେବୀଙ୍କ ଆଡକୁ ପଛ କରିକି ବସିବେ ନହିଁ । ପ୍ରାର୍ଥନା କରିବାକୁ ଉତ୍ତର ଦିଗକୁ ମୁହଁ କରି ବସିବେ । ଯଦି କୌଣସି ମନ୍ଦିର ବୁଲୁବାକୁ ଯାଉଛନ୍ତି ତେବେ ମନ୍ଦିର ପରିକ୍ରମା ନିଶ୍ଚିତ ରୂପରେ କରନ୍ତୁ । ଏମିତି କରିବା ଦ୍ଵାରା ବହୁତ ଶୁଭ ହୋଇଥାଏ ଓ ଆପଣ ମାନଙ୍କର ମନୋକାମନା ପୁରା ହେବାର ବହୁତ ସମ୍ଭାବନା ରହିଥାଏ ।

ଯେକୌଣସି ଦେବାଦେବୀଙ୍କୁ ଦର୍ଶନ କଲା ବେଳେ ଦୀପ ଦାନ କରି ଯଦି ଆପଣ ଦର୍ଶନ କରନ୍ତି ଆପଣଙ୍କ ମାନଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ । ବିନା ଦୀପରେ ମନ୍ଦିର ଗଲେ କାର୍ଯ୍ୟ ନିଷ୍ଫଳ ହୋଇଥାଏ ଓ କାର୍ଯ୍ୟର କୌଣସି ଫଳ ମିଳିନଥାଏ ।

ପାଦ ନ ଧୋଇ କେବେବି ମନ୍ଦିର ଭିତରକୁ ଯିବେନି ।  ଏହାକୁ ଭୁଲ ବୋଲି ବିଚାର କରାଯାଇଥାଏ । ଯଦି ଏପରି ଭୁଲ ଆପଣ କରନ୍ତି ଗୋଟେ ବର୍ଷ ଭିତରେ ଆପଣଙ୍କର ଶାରୀରିକ କିମ୍ବା ଆର୍ଥିକ କୌଣସି ପ୍ରକାରର କ୍ଷତି ହୋଇଥାଏ ।

ଯଦି ମନ୍ଦିରରେ ଯିବା ସମୟରେ ଦେଖନ୍ତି ଗୋଡ ଧୋଇବା ପାଇଁ କିଛି ବ୍ୟବସ୍ଥା ନାହିଁ, ସେହି ସମୟରେ ଆପଣ ନିଜ କାନର ତଳ ଭାଗକୁ ଦୁଇ ହାତରେ ସ୍ପର୍ଶ କରିବେ । କାରଣ କାନରେ ଗଙ୍ଗା ମାତା ରହିଥାନ୍ତି, ଏହି ଉପାୟ କରି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ହେଲେ ସବୁଠାରୁ ଉତ୍ତମ ହେଉଛି ଗୋଡ ଧୋଇକି ହିଁ ମନ୍ଦିର ଭିତରକୁ ଯିବା ଓ ଦୀପ ଜାଳି ପରିକ୍ରମା କରିବା  ଦ୍ଵାରା ଆପଣଙ୍କର ସବୁ ମନସ୍କମନା ପୂରଣ ହୋଇଥାଏ ।

ବନ୍ଧୁଗଣ ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାଇବା ସହ ଆମ ପୋଷ୍ଟଟି ଭଲ ଲାଗିଥିଲେ । ଆଗକୁ ଆମ ସହ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *