ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ଗ୍ରାମ ଓ ସହର ମାନଙ୍କରେ ସାମୁହିକ ଠାକୁର ପୂଜା ପାଇଁ ମନ୍ଦିର ମାନ ସ୍ଥାପନ କରାଯାଇଥାଏ । ସମସ୍ତ ମନ୍ଦିରକୁ ସୁନ୍ଦର ଭାବରେ ବିଭିନ୍ନ ପ୍ରକାର ଚିତ୍ର କଳା କରି ମନ୍ଦିରର ସୁନ୍ଦରତା ବୃଦ୍ଧି କରାଯାଇଥାଏ । ଆପଣ ମାନେ ଜାଣିଛନ୍ତି ମନ୍ଦିର ଚାରୁ ପାର୍ଶ୍ଵରେ ନଗ୍ନ ମୂର୍ତ୍ତି କାହିଁକି ସ୍ଥାପନ କରାଯାଇଛି । ଆଜି ଆପଣ ମାନେ ମନ୍ଦିର ମାନଙ୍କରେ କାହିଁକି ନାରୀ ମାନଙ୍କର ନଗ୍ନ ରୂପ କରାଯାଇଥାଏ । ତାହାର ଶାସ୍ତ୍ରୀୟ ମତ ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ ।
ବହୁ ପୁରାତନ କାଳରେ ମୁନିରୁଷି ବା ସାଧକ ମାନେ ସାଧନା କରିବା ପାଇଁ କୌଣସି ପ୍ରକାର ତୀର୍ଥ ସ୍ଥାନକୁ ଗମନ କରୁଥିଲେ । ବିଶେଷ କରି ମନ୍ଦିର ପରି ପବିତ୍ର ଜାଗାରେ ବସି ସାଧକ ମାନେ ସାଧନା କରୁଥିଲେ । ସ୍ଵର୍ଗରେ ଥିବା ଦେବତାଗଣ ସାଧକ ମାନଙ୍କୁ ସାଧନା କରିବାର ଦେଖି ସହ୍ୟ କରିପାରୁନଥିଲେ । କାରଣ ସାଧନା ବଳରେ ଜଣେ ସାଧକ ଦେବତା ଆସନ ମଧ୍ୟ ପାଇଯିବ ।
ସେଥିପାଇଁ ଦେବତାଗଣ ନିଜର ଆସନ ହରାଇ ଦେବା ଭୟରେ ସାଧକ ମାନଙ୍କର ସାଧନା ଭଙ୍ଗ କରିବାକୁ ଇନ୍ଦ୍ର ତଥା ଅନ୍ୟ ଦେବତା ମାନଙ୍କୁ ସେହି ପବିତ୍ର ସ୍ଥାନକୁ ପଠାଉଥିଲେ । ଏହିପରି ବାରମ୍ବାର ମୁନିରୁଷି ମାନଙ୍କର ସାଧନାରେ ଦେବତାଗଣ ବ୍ୟାଘାତ ସୃଷ୍ଟି କରୁଥିବାରୁ ମୁନିରୁଷି ମାନଙ୍କର ସାଧନା ସିଧି ହୋଇପାରୁନଥିଲା ।
ତେଣୁ ସାଧକ ମାନେ ମିଶି ଏକ ଉପାୟ ପାଞ୍ଚିଲେ । ସମସ୍ତେ ଏକ ମତ ହୋଇଲେ ମନ୍ଦିରର ଚାରୁ ପାର୍ଶ୍ଵରେ ଯଦି ରମ୍ଭା, ଉର୍ବଶୀ ଭଳି ସୁନ୍ଦର ନାରୀ ମାନଙ୍କର ଉଲଗ୍ନ ରୂପ ଯେଉଁ ଥିରେ ତନୁ ଯୁଗଳ ଦେଖାଯିବା ସହିତ ଶରୀରର ଅନ୍ୟାନ୍ୟ ରୂପକୁ ସଜ୍ଜିତ କରି ରଖାଯିବ । ତେବେ ଦେବଗଣ ଯେତେବେଳେ ସାଧନାରେ ବିଘ୍ନ କରିବାକୁ ଆସିବେ ।
ସେତେବେଳେ ଏହି ଉଲଗ୍ନ ରୂପ ଦେଖି ବିମୋହିତ ହୋଇ ପୁନଃ ନିଜ ସ୍ଥାନକୁ ଫେରିଯିବେ। ସତରେ ମଧ୍ୟ ଏହି ଉପାୟ କାର୍ଯ୍ୟକାରୀ ହୋଇ ସଫଳ ଥିଲା । ସେହି ପୁରୁଣା ଦିନ ମାନଙ୍କର କଥା ଏବେ ପର୍ଯ୍ୟନ୍ତ ମଧ୍ୟ ମନ୍ଦିରର ବେଢା ଚାରୁପାର୍ଶ୍ଵରେ ଦେଖିବାକୁ ମିଳୁଛି । ମନ୍ଦିରରେ ଉଲଗ୍ନ ମୂର୍ତ୍ତି ରହିବାର ଅନ୍ୟ ଏକ କାରଣ ମଧ୍ୟ ରହିଛି । ପ୍ରତିଦିନ ବହୁ ସଂଖ୍ୟକ ଲୋକ ମନ୍ଦିର ଦର୍ଶନ କରିବାକୁ ଆସିଥାନ୍ତି ।
ଯେଉଁ ବ୍ୟକ୍ତି ମନ୍ଦିରରେ ଥିବା ଏହି ଉଲଗ୍ନ ମୂର୍ତ୍ତି ଦେଖି ଆକର୍ଷିତ ହୋଇଯାଇଥାଏ । ସେ ଇଶ୍ଵର କାର୍ଯ୍ୟରେ ମନନିବେଶ କରିପାରିନଥାଏ । ତେଣୁ ମାନବ ମାନଙ୍କର ମନର ଭାବନାକୁ ପରୀକ୍ଷା କରିବା ପାଇଁ ମଧ୍ୟ ଏହି ମୂର୍ତ୍ତିମାନ ରଖାଯାଇଥାଏ । ଯେଉଁ ମନୁଷ୍ୟ ମାନେ ଏପରି ଉଲଗ୍ନ ମୂର୍ତ୍ତି ଦେଖି ମଧ୍ୟ ନାରୀ ମାନଙ୍କ ଭାବନା ମନକୁ ନଆଣି ନିଜକୁ ଇଶ୍ଵର ଭାବନାରେ ଲୀନ କରିଥାଏ ।
ସେହି ମନୁଷ୍ୟ ମାନେ ଇଶ୍ଵରଙ୍କର ସାନିଧ୍ୟ ଲାଭ କରିଥାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହିତ ନିହାତି ଭାବେ ଶେୟାର କରନ୍ତୁ । ଧନ୍ୟବାଦ