ବନ୍ଧୁଗଣ, ଆମ୍ଭ ମନରେ ଯେଉଁ ନେଗେଟିଭ ବିଚାର ଆସୁଛି ସେଥିରୁ ଆମେ ସବୁଦିନ ଲାଗି କିଭଳି ମୁକ୍ତି ପାଇବା ? ଆମ ମନକୁ ଆମେ କେମିତି କଣ୍ଟ୍ରୋଲ କରିବା ? ଏହା ହେଉଛି ଆମ ମଣିଷ ସମାଜର ସବୁଠାରୁ ବଡ ସମସ୍ୟା । ଆଉ ଯଦି ଥରେ ଆମେ ଆମ ମନକୁ ଆୟତ ରେ କରି ପାରୁଛେ, ତେବେ ଆମ୍ଭ ଜୀବନର ୯୦ ପ୍ରତିଶତ ସମସ୍ୟାର ସମାଧାନ ହୋଇଯିବ । ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିବା ।
ଗୋଟିଏ ସୁନ୍ଦର ପିଲା ତାହାର ଦାନ୍ତ ଗୁଡିକ ବହୁତ ଭଲ ମାତ୍ର ତାହା ଭିତରୁ ଗୋଟିଏ ଦାନ୍ତ ଭଙ୍ଗା । ମାତ୍ର ସେହି ପିଲାଟିର ଜିଭ ସବୁବେଳେ ସେହି ଭଙ୍ଗା ଦାନ୍ତ ପାଖକୁ ଯାଉଥିବ । ଏହାର କାରଣ କ’ଣ ? ଗୋଟେ ବହୁତ ସୁନ୍ଦର ଝିଅ, ଦେଖିବାକୁ ବହୁତ ସୁନ୍ଦର । ମାତ୍ର ସବୁ ସୁନ୍ଦରତା ଭିତରେ ତା ମୁହଁର ଗୋଟେ କୋଣରେ କେଉଁଠାରେ ଟିକିଏ ଦାଗ ଅଛି । ମାତ୍ର ସେ ଯେତେ ସୁନ୍ଦର ଅଛି ତାହାକୁ ନେଇ ଖୁସି ନଥିଲେ ମୁହଁ ର ଦାଗ ନିମନ୍ତେ ସବୁବେଳେ ଦୁଖିତ ରହିଥାଏ, ସେ ଭାବୁଥିବ ଏହି ଦାଗଟା ନଥାନ୍ତା କି ?
ମାତ୍ର ଏମିତି କାହିଁକି ହୁଏ ? ଜଣେ ବ୍ୟକ୍ତି ଥିଲେ ସେ ବିଭିନ୍ନ ପ୍ରକାରର ଶାସ୍ତ୍ର ଯୋଗ ଧ୍ୟାନ ସବୁ କଲାପରେ ତଥାପି ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା ଯେ ମୁଁ ଏଇ ଦୁନିଆରା ସବୁଠାରୁ ଚମତ୍କାରୀ ଶକ୍ତି କୁ କିଭଳି ପ୍ରାପ୍ତ କରିବି ? ମାତ୍ର ସମସ୍ତେ କହିଲେ ଏହା ତ ସମ୍ଭବ ନୁହେଁ ଆମ୍ଭ ପାଖରେ ଯାହା ଜଣା ଅଛି ତୁମ୍ଭକୁ ଆମେ ସେ ସବୁ ଜିନିଷ ଶିଖାଇ ସାରିଛୁ । ସେ ସବୁ ଆଡକୁ ଘୁରି ବୁଲିଲେ ।
ଏହି ସମୟରେ କେହି ଜଣେ କହିଲେ ଆମ୍ଭର ଜଣେ ସନ୍ଥ ଅଛନ୍ତି ଜଣେ ସାଧୁ ଅଛନ୍ତି ତାଙ୍କର ଅପାର ଶକ୍ତି ଅଛି ତୁମ୍ଭେ ତାଙ୍କୁ ଯାଇ ଥରେ ଦେଖାକର । ତାଙ୍କୁ ଯଦି ଯାଇ ତୁମ୍ଭେ ଦେଖାକର ତେବେ ସେ ହୁଅନ୍ତି ତ ତୁମ୍ଭ ସମସ୍ୟାର ସମାଧାନ କରି ପାରନ୍ତି । ସେ ହୁଏତ କିଛି ଚମତ୍କାରୀ ଶକ୍ତି ଦେଇ ପାରନ୍ତି ।
ସାଧୁ କହିଲେ ମୁଁ ତୁମକୁ କିଛି ମନ୍ତ୍ର ଦେବି ଯାହାକୁ ଶିଖି ତୁମ୍ଭେ ନିଜ ମନକୁ ଶାନ୍ତ କରି ପାରିବ । ସାଧୁ କହିଲେ ତୁମେ ନଇ ରେ ଯାଇ ୩ ଥର ବୁଡ ପକାଅ କିନ୍ତୁ ମାଙ୍କଡ କଥା ଭାବିବା ନାହିଁ । ଏହାପରେ ବ୍ୟକ୍ତି ଜଣକ ଯାଇ ବୁଡ ପକାଇଲା ବେଳେ ପ୍ରତ୍ୟକ ବୁଡ ରେ ମାଙ୍କଡ ର ଛବି ଦେଖାଗଲା । ଏହାପରେ ବ୍ୟକ୍ତି ଜଣକ ଦୁଖରେ ଯାଇ କହିଲା ଯେ ମୁଁ ମାଙ୍କଡ ର ଛବି ଦେଖିଲି । ଏଣୁ ଆମ୍ଭ ମସ୍ତିଷ୍କ ସବୁବେଳେ ଖରାପ ଚିନ୍ତା ହିଁ କରିବ ଅର୍ଥାତ ଯେଉଁ ଜିନିଷ କୁ ମନା ହୋଇଥିବ ସେ ତାହା ସୁନିଶ୍ଚିତ କରିବ ହିଁ କରିବ । ଏହି ବିଶ୍ଵ ର ଜଣେ ମହାନ ଗୁରୁ କୁହନ୍ତି ତୁମ୍ଭେ ଯାହାକୁ ଚାହୁଁଛ ତାହାକୁ ଫୋକସ କର ।
ଆପଣ ଯାହା ଚାହୁଁଛନ୍ତି ତାହା ଉପରେ ଫୋକସ କରନ୍ତୁ ହଁ ଉପରେ ଫୋକସ କରନ୍ତୁ ନା ଉପରେ ଆଦୌ ଧ୍ୟାନ ଦିଅନ୍ତୁ ନାହିଁ । ସବୁବେଳେ ଭାବନ୍ତୁ ମୁଁ କଣ ଚାହୁଁଛି ? ଏହିସବୁ ଜିନିଷ ଉପରେ ଆପଣ ଧ୍ୟାନ ଦିଅନ୍ତୁ ତେବେ ଯାଇ ଆପଣ ନେଗେଟିଭ ଜିନିଷରୁ ମୁକ୍ତ ପାଇବେ ।
ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ