ଗୁରୁବାର ମାଣବସା ଦିନ ତୁଳସୀ ଗଛ ମୂଳରେ ଚଢ଼େଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ରାତାରାତି ହେବେ ମାଲାମାଲ୍

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ବୃକ୍ଷ ବୋଲି କୁହାଯାଇଥାଏ । ତେଣୁ ଯେଉଁ ଘରେ ମା ବୃନ୍ଦାବତୀଙ୍କର ଅତି ନିଷ୍ଟା ଓ ଭକ୍ତି ସହକାରେ ପୂଜା କରାଯାଇଥାଏ । ସେହି ଘରେ ସଦା ସର୍ବଦା ଭଗବାନ ନାରାୟଣ ଓ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ । ମାର୍ଗଶିର ମାସର ପ୍ରତ୍ଯେକଟି ଗୁରୁବାର ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ବାର ହୋଇଥାଏ ।

ସେଥିପାଇଁ ମାଣବସା ଗୁରୁବାର ଦିନ ଯେଉଁ ମହିଳା ମାନେ ମା ବୃନ୍ଦବତୀଙ୍କୁ ଏହି ସବୁ ଉପାୟରେ ପୂଜା କରିଥାନ୍ତି । ତାଙ୍କୁ ମା ଲକ୍ଷ୍ମୀଙ୍କର ଅସୀମ ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ । ମାଣବସା ଗୁରୁବାର ଦିନ ଏକ ପିତ୍ତଳ ଢାଳରେ ଜଳ ଭର୍ତ୍ତି ପାତ୍ର ନେଇ ସେଥିରେ ଏକ ଚାମଚ କ୍ଷୀର ନେଇ ପକାନ୍ତୁ । ତାପରେ ସେଥିରେ କିଛି ଚିନି ମିଶ୍ରଣ କରନ୍ତୁ ।

ତାପରେ ସେହି ଜଳରେ ଅଳ୍ପ ଗଙ୍ଗାଜଳର ମଧ୍ୟ ମିଶ୍ରଣ କରିବେ । ତାପରେ ସେହି ପାଣିରେ ଟିକେ ହଳଦୀ ଓ ଫୁଲ ମିଶାଇବେ । ତାପରେ ସବୁ ମିଶିକି ଯେଉଁ ପାଣି ପ୍ରସ୍ତୁତ ହୋଇଯିବ । ସେହି ପାଣିକୁ ନେଇ ତୁଳସୀ ବୃକ୍ଷ ମୂଳରେ ନେଇ ଢାଳନ୍ତୁ । ଢାଳୁଥିବା ସମୟରେ ପ୍ରଭୁ ନାରାୟଣଙ୍କର ଦ୍ଵାଦଶ ମନ୍ତ୍ର ଓ ନମଃ ଭଗବତେ ବାସୁଦେବାୟଃ ଏହି ମନ୍ତ୍ରକୁ ୧୦୮ ଥର ଜପ କରିବେ ।

ତାପରେ ସେଠି ଜଳ ଚଢାଇବା ପରେ ଏକ ଘିଅ ଦୀପ ପ୍ରଜ୍ଵଳନ କରିନ୍ତୁ । ତାପରେ ଏକ ନାଲି ରଙ୍ଗର ନୂଆ ଛିଟ ମା’ ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ । ତାପରେ ମା’ ବୃନ୍ଦାବତୀଙ୍କ ଚାରି ପଟେ ପୂଜା କରି ସାରି ଓମ୍ ନମଃ ଭଗବତେ ବାସୁଦେବାୟଃ କହି ପ୍ରଦକ୍ଷିଣ କରନ୍ତୁ । ତାପରେ ନିଜର ମନବାଞ୍ଛା ମା’ ତୁଳସୀଙ୍କୁ ଜଣାଇ ପ୍ରଣାମ କରିବେ ।

କାରଣ ଅନ୍ୟ ଦିନର ତୁଳସୀ ପୂଜନ ଠାରୁ  ମାଣବସା ଗୁରୁବାର ଦିନ ମା ବୃନ୍ଦାବତୀଙ୍କୁ ପୂଜା କରିବା  ଦ୍ଵାରା ଅନେକ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ । ଏହା ସହିତ ସେହି ଘରେ ପ୍ରଭୁ ନାରାୟଣ ଓ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଘରେ ଆର୍ଥିକ ସ୍ଥିତି ଉତ୍ତମ ରହିବା ସହିତ ଘରେ ସୁଖ ଶାନ୍ତି ବଢିଥାଏ । ଏଥିପ୍ରତି ଧ୍ୟାନ ଦେବାକୁ ହେବ ଯେ କେବେ ମଧ୍ୟ ଏହି ପାଣିକୁ ନେଇ ତମ୍ବା ପାତ୍ରରେ ଢାଳିବା ଉଚିତ ନୁହେଁ ।

କାରଣ ତମ୍ବା ପାତ୍ରରେ ଯଦି କ୍ଷୀର ମିଶ୍ରୀତ ପାଣି ନେଇ ଢଳାଯାଇଥାଏ । ତେବେ ତାହା ବିଷ ସଦୃଶ ହୋଇଯାଇଥାଏ । ଗୁରୁବାର ମାଣବସା ଦିନ ଭୁଲ୍ ରେ ଆମିଷ ଘରକୁ ଆଣିବେ ନାହିଁ । ଘରେ ଅରୁଆ ରାନ୍ଧି ନିଜେ ଖାଇବା ସହ ଘର ପରିବାର ସମସ୍ତ ସଦସ୍ୟଙ୍କୁ ଖାଇବାକୁ ଦେବେ ।

ଯଦି ଏହି ସବୁ ନିୟମ ମାଣବସା ଗୁରୁବାର ଦିନ କରିବେ । ତେବେ ନିହାତି ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *