ଯଦି ଆପଣ ଘରେ ଲଗାଇଛନ୍ତି ମନି ପ୍ଳାଣ୍ଟ, ତ ଏହି 1 ଭୁଲ କେବେ ବି କରିବେନି, ପୁରା ପରିବାର ବର୍ବାଦ ହେଇଯିବ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଗଛ ଲଗାଇବା ହେଉଛି ସବୁଠାରୁ ପୂଣ୍ୟ କାର୍ଯ୍ୟ । ଘରେ ଗଛ ଲଗାଇବା ଦ୍ୱାରା ଘରେ ସର୍ବଦା ସୁଖ ଶାନ୍ତି ସ୍ଥାପନ ହୋଇଥାଏ ଏବଂ ଏହାସହିତ ଘରେ ଗଛ ଲଗାଇବା ଦ୍ୱାରା ପରିବାର ର ସମସ୍ତ ସଦସ୍ୟ ସୁସ୍ଥ ମଧ୍ୟ ରହିଥାନ୍ତି ।

ଘରେ ଗଛ ଲଗାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ମିଳିଥାଏ ଏବଂ କେବଳ ଏତିକି ନୁହେଁ ଏହାସହିତ ଗଛ ଘରର ସୌନ୍ଦର୍ଯ୍ୟ କୁ ବଢ଼ାଇ ଥାଏ ଏବଂ ଆକର୍ଷିତ କରିଥାଏ । କିନ୍ତୁ ବନ୍ଧୁଗଣ ଘରେ ଗଛ ଲଗାଇବା ନିମନ୍ତେ କିଛି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଆପଣଙ୍କ ଅଜାଣତରେ ଆପଣ ଲଗାଇଥିବା କିଛି ଏପରି ଗଛ ମଧ୍ୟ ରହିଛି ଯାହା ଆପଣଙ୍କ ଘର ର ସୁଖ ଶାନ୍ତି କୁ ନଷ୍ଟ କରିଦେଇଥାଏ ଏବଂ ଆପଣ ବିପଦ ରେ ମଧ୍ୟ ପଡ଼ିପାରନ୍ତି ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଗଛ ଏପରି ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ଘର ସୁଖ ଶାନ୍ତି ରେ ପରିପୂର୍ଣ୍ଣ ହୋଇଯାଏ ଏବଂ କିଛି ଏଭଳି ଗଛ ମଧ୍ୟ ରହିଛି ଯାହା ଘରେ ଲଗାଇବା ଦ୍ୱାରା ତାହା ଘର ର ସମସ୍ତ ସୁଖ ଶାନ୍ତି କୁ ନଷ୍ଟ କରିଥାଏ ଏବଂ ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ମଧ୍ୟ ହୋଇଥାଏ । ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ହିଁ ଘରେ ଗଛ ଲଗାଇବା ଉଚିତ । ତେବେ ଏହି ଭଳି ଏକ ଗଛ ଅଛି ଯାହାର ନାମ ମନି ପ୍ଲାଣ୍ଟ । ତେବେ ଆଜି ଆମେ ଏହି ଗଛ ର ବିଶେଷତ୍ଵ ଏବଂ ତାକୁ କେଉଁ ମାଟିରେ ଲଗାଇବା ଉଚିତ ଏବଂ କେଉଁଠି ଉଚିତ ନୁହେଁ ତାହା ଜାଣିନେବା ।

ଏହି କଥା ତ ସମସ୍ତେ ଜାଣିଥାନ୍ତି କି ଘରେ ମନି ପ୍ଲାଣ୍ଟ ଲଗାଇବା ଅତ୍ୟନ୍ତ ଶୁଭ ଅଟେ । ଏହି ଗଛ ଘରେ ଥିଲେ ଘରର ସମସ୍ତ ଅସୁବିଧା ଦୂର ହୁଏ ଏବଂ ତା ସହିତ ଧନ ଏବଂ ସୁଖ ସମୃଦ୍ଧି ଆସିଥାଏ ଏବଂ ତା ଛଡ଼ା ଘରେ ଥିବା ନକରାତ୍ମକ ଶକ୍ତି ଦୁରେଇ ଯାଏ ଏବଂ ସକରାତ୍ମକ ଶକ୍ତି ଆସିଥାଏ । ତେଣୁ ଅଧିକାଂଶ ଲୋକ ନିଜ ଘରେ ମନି ପ୍ଲାଟ ଲଗାଇବାକୁ ପସନ୍ଦ କରିଥାନ୍ତି ଏଵଂ ତାକୁ ଶୁଭ ବୋଲି ମଧ୍ୟ ଭାବିଥାନ୍ତି ।

ତେବେ ବେଳେବେଳେ ଲୋକ ମାନଙ୍କ ର କିଛି ଭୁଲ ଯୋଗୁଁ ଏହା ଶୁଭ ଫଳ ଦେବା ପୂର୍ବରୁ କ୍ଷତି କରାଇ ଦେଇଥାଏ ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର କିଛି ନିୟମ ମଧ୍ୟ ରହିଛି ସେ ନିୟମ ଗୁଡିକ ହେଉଛି ଏହିଭଳି-

୧- ପ୍ରଥମରେ ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଲାଟ କୁ ଦକ୍ଷିଣ- ପୂର୍ବ ଦିଗ ରେ ରଖୁବା ଉଚିତ । ଏହି ଦିଗ ରେ ମନି ପ୍ଲାଟ କୁ ଲଗାଇବା ଦ୍ୱାରା ଆପଣ ଙ୍କ ଘରେ ସକରାତ୍ମକ ବାତାବରଣ ସ୍ଥାପନ ହୋଇଯାଏ ଏବଂ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ମଧ୍ୟ ଆସିଥାଏ ।

୨- ଦ୍ଵିତୀୟ ରେ ହେଉଛି ମନି ପ୍ଲାଟ ର ଭଲ ଭାବରେ ଯତ୍ନ ନେବା ସଫା ସୁତୁରା ରଖିବା ଏବଂ ଖରାପ ପତ୍ର କୁ ବାହାର କରିଦେବା । ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଲାଟ ସର୍ଵଦା ହରା ଭରା ରହିବା ଉଚିତ ଏହା ଦ୍ୱାରା ହିଁ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୩- ତୃତୀୟ ରେ ହେଉଛି ମନି ପ୍ଲାଟ ଭଲ ବଢିବା ପାଇଁ ତାକୁ ଏକ ବଡ଼ ଗମଲା ରେ ଲଗାଯିବା ଉଚିତ । ତା ସହ ମାଟି ରେ ଯଦି ପଥର ଗୋଡି ରହିଥାଏ ତେବେ ତାକୁ ବାହାର କରିଦେବା ଉଚିତ ଏବଂ ଭଲ ସାର କିମ୍ବା ଗୋବର ଖତ ଦେଇ ଲଗାଇବା ଉଚିତ ଏହା ଦ୍ଵାରା ମନି ପ୍ଲାଟ ଭଲ ଭାବରେ ବଢ଼ିଥାଏ । ଏବଂ ଘରେ ସୁଖ ଶାନ୍ତିର ବାତାବରଣ ରହିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *