ମହିଳାଙ୍କ ଷୋଳ ଶୃଙ୍ଗାରର ପ୍ରକୃତ ଅର୍ଥ କ’ଣ ? ମହିଳା ମାନେ ନିଶ୍ଚୟ ଜାଣନ୍ତୁ…

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ମହିଳା ମାନଙ୍କୁ ଶୋଳ ଶ୍ରୁଙ୍ଗାର କରିବା ପାଇଁ କୁହାଯାଇଥାଏ । ତେବେ ଏହି ଶୋଳ ଶ୍ରୁଙ୍ଗାରର ଅର୍ଥ କଣ ଓ ମହିଳା ମାନେ ଏହା କାହିଁକି କରନ୍ତି ଆସନ୍ତୁ ଏହି ସମ୍ପର୍କରେ ଆଜି ଏଠାରେ ବିସ୍ତାର ଭାବେ ଜାଣିବା । ଯେତେବେଳେ ରାଜକୁମାରୀ ସୀତାଙ୍କ ବିବାହ ଅବସରରେ ତାଙ୍କର ଶୃଙ୍ଗାର କରାଯାଉଥିଲା । ସେତେବେଳେ ତାଙ୍କ ମନରେ ଜିଜ୍ଞାସା ଉଠିଥିଲାକି ନାରୀଙ୍କ ଷୋଳ ଶୃଙ୍ଗାର କାହିଁକି କରାଯାଇଥାଏ । ଏହି ପ୍ରଶ୍ନ ସେ ତାଙ୍କ ମା’କୁ ପଚାରିଥିଲେ ।

ଏହା ଉପରେ ରାଣୀ ସୁମେନା କହିଥିଲେ ଯେଉଁ ପ୍ରକାର ଚନ୍ଦ୍ରମାଙ୍କ ଷୋଳ କଳା ପୁରୁଷଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି ଠିକ ସେହିପରି ନାରୀ ମାନଙ୍କ ପାଇଁ ମଧ୍ୟ ଷୋଳ ଶୃଙ୍ଗାର ନିର୍ଦ୍ଧାରିତ କରାଯାଇଛି । ତେଣୁ ପ୍ରତ୍ଯେକଟି ମହିଳାଙ୍କୁ ଶୋଳ ଶ୍ରୁଙ୍ଗାର କରିବା ପାଇଁ କୁହାଯାଇଥାଏ । ତେବେ ଏହି ଶୋଳ ଶ୍ରୁଙ୍ଗାରର ଅର୍ଥ ବୁଝାଇବାକୁ ଯାଇ ସୀତାଙ୍କ ମାତା ରାଜକୁମାରୀ ସୀତାଙ୍କୁ ଗୋଟି ଗୋଟି କରି ନାରୀର ଶୋଳଟି ଶ୍ରୁଙ୍ଗାର ବିଷୟରେ ତାଙ୍କୁ କହି ବୁଝାଇଥିଲେ ।

ବିନ୍ଦିର ଅର୍ଥ ବୁଝାଇବାକୁ ଯାଇ କହିଥିଲେ, ଯେଉଁ ପ୍ରକାର ଭଗବାନ ସୂର୍ଯ୍ୟ ନିଜ ପ୍ରକାଶରେ ଦୁନିଆକୁ ପ୍ରକାଶମାନ କରିଥାନ୍ତି ଠିକ ସେହିପରି ତୁମକୁ ମଧ୍ୟ ନିଜ ସବୁ କଥାର ଜଳାଞ୍ଜଳି ଦେଇ ନିଜ ଶଶୁର ଘରକୁ ସ୍ନେହ ପ୍ରେମରେ ପ୍ରକାଶମାନ କରିବ । କଜ୍ଜଳର ଅର୍ଥ ବୁଝାଇବାକୁ ଯାଇ କହିଥିଲେ, ତୁମକୁ ଆଖିରେ ଲଜ୍ୟା ଓ ଶୀତଳତା ଧାରଣ କରିବାର ଅଛି । ଗୁରୁଜନ ମାନଙ୍କ ସହିତ କଥା ହେବା ସମୟରେ ତୁମ ଆଖି ସବୁବେଳେ ତଳକୁ କରି କଥା ହେବା ଉଚିତ ବୋଲି ଦର୍ଶାଇଥାଏ । କାଜଲ ତୁମକୁ ଖରାପ ନଜରରୁ ମଧ୍ୟ ସୁରକ୍ଷିତ ରଖିଥାଏ ।

ନାକଫୁଲର ଅର୍ଥ ବୁଝାଇବାକୁ ଯାଇ କହିଥିଲେ, ନାକ ଫୁଲର ଅର୍ଥ ଆଜିଠୁ ତୁମକୁ ନିଜ ଉପରେ ଲଗାମ ଲଗେଇବାକୁ ହେବ । କାରଣ ନାରୀର ମନ ବହୁତ ଚଞ୍ଚଳ ହୋଇଥାଏ ସେ କେବେବି ଭଟକି ଯାଇପାରେ । ମଥାଟୀକାର ଅର୍ଥ ବୁଝାଇବାକୁ ଯାଇ କହିଥିଲେ, ଆଜିଠୁ ଏହି ଟୀକା ତୁମ ପରିବାରର ଯଶ ଓ ପ୍ରତିଷ୍ଠାର ପ୍ରତୀକ ଅଟେ । ଏବେ ତୁମେ ଗୋଟେ ନୁହେଁ ବଂର ଦୁଇଟା ଘରର ସମ୍ମାନ ରକ୍ଷା କରିବାର ଦାୟିତ୍ଵ ନେବ ।

କାନଫୁଲର ଅର୍ଥ ବୁଝାଇବାକୁ ଯାଇ କହିଥିଲେ, ଏହି କାନ ଫୁଲ ତୋତେ ସବୁବେଳେ ଅନ୍ୟଲୋକଙ୍କ ପ୍ରସନ୍ନତା ଶୁଣିବା ପାଇଁ ଲାଳାୟିତ କରିବେ । କିନ୍ତୁ ଏହାର ଠିକ ବିପରୀତ ଯିଏ ତୁମକୁ ଯାହା ବି କିଛି କଟୁ ବଚନ କହିବେ ତାକୁ କିଛି ଶୁଣିବ ନାହିଁ । ହାତର ମୁଦି ଲଗାଇବାର ଅର୍ଥ ବାହାଘର ପରେ ତୁମେ ତୁମ ସ୍ଵାମୀଙ୍କ ପ୍ରତି ସବୁବେଳେ ନିଷ୍ଠାବାନ ରହିବା ସହ ଗୋଡର ମୁଦି ପିନ୍ଧିବା ଅର୍ଥ ହେଉଛି ତୁମେ ସବୁବେଳେ ଛଳକପଟ ଠାରୁ ନିଜକୁ ଦୂରରେ ରଖିବ ।

ପାଦରେ ପାଉଁଜି ପିନ୍ଧିବା ଦ୍ଵାରା ଏହା ତୁମ ଘରର ସମୃଦ୍ଧି ବଢାଇଥାଏ । ହାତରେ ଚୁଡି ଏବଂ କଡା ଲଗାଇବାର ଅର୍ଥ ହେଉଛି ତୁମେ କାହାକୁ ମଧ୍ୟ କେବେବି କଟୁ ବଚନ କହିବ ନାହିଁ । ହାତରେ ବ୍ରତ ବା ବାଜୁ ଲଗାଇବାର ଅର୍ଥ ତୁମେ ତୁମ ପରିବାରର ଧନ ସମ୍ପତ୍ତିର ରକ୍ଷା କରିବ । ଅଣ୍ଟାବିଛା ଘରର ଦାୟିତ୍ଵକୁ ଉତ୍ତମ ରୂପେ ନିର୍ବାହ କରିବାକୁ ସୁଚାଇଥାଏ । ଏହିପରି ନାରୀର ଶୋଳଟି ଶ୍ରୁଙ୍ଗାରର କିଛି ନା କିଛି ମହତ୍ଵପୂର୍ଣ୍ଣ ଉଦ୍ଧେଶ୍ୟ ରହିଅଛି । ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *