ମହିଳା ମାନଙ୍କୁ ଶ୍ମଶାନକୁ ଯିବା ପାଇଁ କାହିଁକି ବର୍ଜିତ କରାଯାଇଛି ? Garud Puran

ବନ୍ଧୁଗଣ କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତା’ ର ଶବସଂସ୍କାର ପାଇଁ ସେହି ବ୍ୟକ୍ତିର ପରିବାର ଲୋକ ଓ ବନ୍ଧୁପରିଜନ ମାନେ ଶ୍ମଶାନକୁ ଯାଇଥାନ୍ତି । ହେଲେ କେବଳ ପୁରୁଷ ଲୋକମାନେ ହିଁ ଶ୍ମଶାନକୁ ଯାଇଥାନ୍ତି । ହେଲେ ଶ୍ମଶାନକୁ ମହିଳା ମାନଙ୍କୁ ଯିବାକୁ କାହିଁକି ବାରଣ କରାଯାଇଛି ତାହା କ’ଣ ଆପଣ ଜାଣିଛନ୍ତି । ତେବେ ଗରୁଡ ପୁରାଣରେ ଏହି ବିଷୟରେ କ’ଣ କୁହାଯାଇଛି ଆସନ୍ତୁ ଜାଣିବା ।

ମହିଳା ମାନଙ୍କ ଠାରେ ସାଧାରଣତଃ ପୁରୁଷ ମାନଙ୍କ ଅପେକ୍ଷା କମ୍ ସହନଶକ୍ତି ରହିଥାଏ । ଯଦି ଶ୍ମଶାନ ଘାଟରେ ଶବକୁ ପୋଡ଼ା ଯାଉଥିବା ସମୟରେ କାହାର କାନ୍ଦଣା ଶୁଭିଯାଏ ତାହେଲେ ଆତ୍ମାକୁ ଶାନ୍ତି ମିଳିନଥାଏ । ଏମିତି ମଧ୍ୟ ହୋଇଥାଏ ଯେ ପୁରୁଷ ମାନେ ଶବର ମୁଣ୍ଡକୁ ବାଡିରେ ବାଡେଇବା ଦ୍ଵାରା ତାହା ବୋହୁତ ଜୋର ଶବ୍ଦ କରିଥାଏ ଯାହାକୁ ମହିଳା ମାନେ ହୁଏତ ସହିପାରିବେ ନାହିଁ । ସେହି କାରଣରୁ ଛୋଟ ପିଲା ଓ ମହିଳା ମାନଙ୍କୁ ଶ୍ମଶାନ ମନା ହୋଇଥାଏ ।

ପୁରୁଷ ମାନଙ୍କର ସହ୍ୟ ଶକ୍ତି ଅଧିକ ଥାଏ କିନ୍ତୁ ମହିଳା ମନେ ଶବ ଓ ତାହାର ଜ୍ଵଳନକୁ ନ ସହିପାରି କାନ୍ଦିପକାନ୍ତି । ଯାହାକି ଅଶୁଭ ହୋଇଥାଏ । ଶବ ଘରୁ ଗଲା ପରେ ଭଲ ଭାବେ ଘରର ସଫା କରିବା ଉଚିତ୍ ଯାହାକୁ କେବଳ ଜଣେ ମହିଳା ହିଁ କରି ପାରିବ । ତେଣୁ ମହିଳା ମାନେ ଘରେ ରହି ଘରର ସଫା ସୁତୁରାର ଦାୟିତ୍ଵ ତୁଲାଇଥାନ୍ତି ।

ଘରକୁ ପୁରୁଷ ମାନେ ଆସିବା ପରେ ସେମାନଙ୍କୁ ସ୍ବଚ୍ଛ ହେବା ସମୟରେ ତାଙ୍କୁ ଦରକାର ଥିବା ଜିନିଷ ଦେଇ ସାହାଜ୍ଯ କରିଥାନ୍ତି । କାରଣ ଶ୍ମଶାନରେ ପୋଡା ଯାଇଥିବା ଶବ ର ଦାହ ପରେ ତାର ଚାରିପାଖରେ ଥିବା ଖରାପ ଶକ୍ତି ବା ଧୂଳି ରୋଗର କାରଣ ହୋଇଥାଏ । ତେଣୁ ଘରକୁ ଆସି ପୁରୁଷମାନେ ସ୍ବଚ୍ଛ ହୋଇଯିବା ଉଚିତ ।

ହିନ୍ଦୁ ଧର୍ମ ଅନୁସାରେ ସାଧାରଣତଃ ଶ୍ମଶାନରେ ଅନେକ ଦୁଷ୍ଟ ଶକ୍ତି ରହିଥାଏ ଯାହାକି ପୁରୁଷ ମାନଙ୍କ ଅପେକ୍ଷା ଅଧିକ ମହିଳା ମାନଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଯାହାକି ମହିଳାମାନଙ୍କ ଉପରେ ଏହାର କୁପ୍ରଭାବ ପଡିଥାଏ । ତେଣୁ ଗରୁଡ଼ ପୂରାଣ ଅନୁସାରେ ମହିଳା ମାନଙ୍କୁ ଶ୍ମଶାନ ମନା ହୋଇଥାଏ ।

ବିଶେଷ କରି କୁଆଁରୀ ମହିଳା ମାନଙ୍କ ଆଡ଼କୁ ନକରାତ୍ମକ ଶକ୍ତି ଅଧିକ ଆକର୍ଷିତ ହୋଇଥାଏ ଏବଂ ଶରୀରରେ ପ୍ରବେଶ ହୋଇଯିବାର ମଧ୍ୟ ଆଶଙ୍କା ରହିଥାଏ । ଭୂତ ପ୍ରେତର ଏହି ଭୟାବହକୁ ବଞ୍ଚାଇବାକୁ ମହିଳା ମାନଙ୍କୁ ଶ୍ମଶାନ ମନା ହୋଇଥାଏ ।

ଏହିଭଳି ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *