ମହିଳା ମାନଙ୍କର ପିରିୟଡ୍ସ ବିଷୟରେ ପୁରୁଷ ମାନେ ଜାଣିବା କେତେ ଜରୁରୀ ? ପୁରୁଷ ମାନେ ନିହାତି ଜାଣନ୍ତୁ…

ବନ୍ଧୁଗଣ ପ୍ରାୟତଃ ଝିଅ ଓ ମହିଳାମାନେ ଋତୁସ୍ରାବ ସମୟରେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏମିତିରେ ଯଦି ଆପଣ ଏହି ବିଶେଷ କିଛି କଥା ଉପରେ ଧ୍ୟାନ ରଖିବେ ତେବେ ଆପଣଙ୍କୁ କୌଣସି ବି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଋତୁସ୍ରାବ ସମୟରେ ଆପଣ ନିଜକୁ ସବୁବେଳେ ସ୍ଵଚ୍ଛ ରଖିବେ । ୪ ରୁ ୬ ଘଣ୍ଟା ମଧ୍ୟରେ ନିଜର ପ୍ୟାଡକୁ ଚେଞ୍ଜ କରନ୍ତୁ । କାରଣ ଯଦି ଆପଣଙ୍କ ଅଧିକ ରକ୍ତ ବାହାରୁଛି ଓ ଆପଣ ପ୍ୟାଡ ଚେଞ୍ଜ କରୁ ନାହାନ୍ତି ତେବେ ଆପଣଙ୍କ ଇନଫେକସନ ହେବାର ଚାନ୍ସ ଅଧିକ ବଢିପାରେ ।

ଆପଣ ନିଜର ସେହି ପ୍ରାଇଭେଟ ପାର୍ଟକୁ କିଛି ସମୟ ବ୍ୟବଧାନରେ ସଫା କରନ୍ତୁ ଓ ଧ୍ୟାନ ରଖିବେ କି ଆପଣ ମଳଦ୍ଵାର ପର୍ଯ୍ୟନ୍ତ ସଫା କରିବେ । ନଚେତ ମଳଦ୍ଵାରର ବ୍ୟାକ୍ଟେରିୟା ବି ଇନଫେକସନ କରିପାରେ । ପ୍ରାୟତଃ ଝିଅମାନେ ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ସାବୁନ କିମ୍ବା ଅନ୍ୟ କେମିକାଲ ଜିନିଷ କିଣି ଆଣି ସଫା କରିଥାନ୍ତି । ଯାହାକି ଭୁଲ ଅଟେ । ବିଶେଷ କରି ଋତୁସ୍ରାବ ସମୟରେ ।

ଆପଣ ଡାକ୍ତରଙ୍କ ପରାମର୍ଶ ନେବା ପରେ ହିଁ ସାବୁନ କିମ୍ବା ଅଲଗା କେଉଁ ଜିନିଷ ବ୍ୟବହାର କରି ପାରିବେ । ପ୍ୟାଡକୁ ଫୋପାଡିବା ସମୟରେ ସବୁବେଳେ ତାକୁ ଭଲ ଭାବରେ ବନ୍ଦ କରି ଫୋପାଡିବା ଦରକାର । କେବେ ବି ଋତୁସ୍ରାବକୁ ଶୁଣିବାକୁ ମିଳୁଥିବା ଅନ୍ଧବିଶ୍ଵାସ ଉପରେ ବିଶ୍ଵାସ କରିବେ ନାହିଁ । ଋତୁସ୍ରାବ ସମୟରେ ମହିଳାମାନେ ନିଜର ଧ୍ୟାନ ରଖିବେ ଓ ଘର ଲୋକମାନେ ବି ତାଙ୍କର ଧ୍ୟାନ ରଖିବା ଉଚିତ ।

ଅଯଥା ବ୍ୟସ୍ତ ହେବେ ନାହିଁ, ଅଳ୍ପ ଅଳ୍ପ କରି କିଛି ସମୟ ବ୍ୟବଧାନରେ ଖାଦ୍ୟ ଖାଆନ୍ତୁ, କେବେ ବି ଖାଲି ପେଟରେ ରହିବେ ନାହିଁ, ବିଶେଷ କରି ଅବିବାହିତ ଝିଅମାନେ କୌଣସି କଥାରେ ଅଧିକ ଚିନ୍ତା କରିବେ ନାହିଁ । ସବୁବେଳେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବଜାରରେ ମିଳୁଥିବା କୌଣସି ବି ପ୍ରକାରର ମେଡିସନ ବିନା ଡାକ୍ତରଙ୍କ ପରାମର୍ଶରେ ଖାଇବେ ନାହିଁ ।

ତେବେ ଏଠାରେ ସବୁଠାରୁ ମୁଖ୍ୟ କଥା ହେଉଛି ଋତୁସ୍ରାବ ବିଷୟରେ ପୁରୁଷ ମାନେ ମଧ୍ୟ ନିହାତି ଜାଣିବାର ଆବଶ୍ୟକତା ରହିଛି । କାରଣ ଯଦି ଏହି ବିଷୟରେ ପୁରୁଷ ମାନଙ୍କର ମଧ୍ୟ ଜ୍ଞାନ ରହିଥିବ । ତେବେ ସେମାନେ ମଧ୍ୟ ତାଙ୍କ ପାର୍ଟନରର ଏହି ସମୟରେ ଯତ୍ନ ନେଇପାରିବେ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *