ମହାଶକ୍ତିଶାଳୀ ହନୁମାନ ମନ୍ତ୍ରଙ୍କୁ ଥରେ ଜପ କରନ୍ତୁ, ତାପରେ ଦେଖନ୍ତୁ ଚମତ୍କାର

ହନୁମାନଙ୍କର ଏହି ମନ୍ତ୍ରକୁ ଜପିବା ମାତ୍ରେ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବା ସହ ଧନସମ୍ପତ୍ତିରେ ଶୁଖି ସମ୍ପନ୍ନ ଜୀବନ କଟିବ । ଏହି ମନ୍ତ୍ର ଏତେ ଶକ୍ତିଶାଳୀ ହୋଇଥାଏ ଯେ ଏହି ମନ୍ତ୍ରର ପ୍ରଭାବରେ ଘରେ ବହୁତ ମଙ୍ଗଳ ହୋଇଥାଏ । ମଙ୍ଗଳବାର ଦିନଟି ହନୁମାନଙ୍କର ହୋଇଥାଏ । ହନୁମାନ ଭଗବାନ ଶିବଙ୍କର ଏକାଦଶ ଅବତାର ହୋଇଥାଆନ୍ତି । ହନୁମାନଙ୍କୁ କଳିଯୁଗରେ ସବୁଠାରୁ ସକ୍ରିୟ ଦେବତା ବୋଲି କୁହାଯାଇଥାଏ । ହନୁମାନ ଅନ୍ୟଦେଵତାଙ୍କ ଠାରୁ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି ।

କଳି ଯୁଗରେ ଯେଉଁଠାରେ ପ୍ରଭୁ ଶ୍ରୀ ରାମଙ୍କ ନାମ ନିଆଯାଏ ସେଠାରେ ପ୍ରଭୁ ହନୁମାନ ଶୀଘ୍ର ପହଞ୍ଚି ଯାଇଥାନ୍ତି । ମଙ୍ଗଳବାର ଦିନ ହନୁମାନ ଜନ୍ମ ହୋଇଥିଲେ, ତେଣୁ ମଙ୍ଗଳବାରକୁ ହନୁମାନଙ୍କ ବାର ବୋଲି କୁହାଯାଏ । ହନୁମାନଙ୍କ ସ୍ମରଣ ମାତ୍ରକେ ସଙ୍କଟ କଟିଯାଇଥାଏ ।

ସଂକଟକୁ ଦୁରେଇ ଦେବାପାଇଁ ଆପଣ ଏହି ମନ୍ତ୍ରକୁ ଜପ କରନ୍ତୁ । ସେହି ମନ୍ତ୍ରଟି ହେଲା: “ଶ୍ରୀ ହନୁମନ୍ତେ ନମଃ”, ଏହି ମନ୍ତ୍ରକୁ ୧୦୮ ଥର ଜପିବା ଦ୍ୱାରା ଆପଣ ସବୁ ସଙ୍କଟରୁ ଉଦ୍ଧାର ପାଇବେ । ଏହି ମନ୍ତ୍ରକୁ ତିନି ଥର ଜପିବାଦ୍ୱାରା ଆପଣଙ୍କ ମନରେ ଏକ ସକାରାତ୍ମକ ଉର୍ଜାର ଆଗମନ ହୋଇଥାଏ ।

ସୋଇଲାବେଳେ ଏହି ମନ୍ତ୍ରକୁ ଜପ କରି ସୋଇଲେ ରାତିରେ କୌଣସି ନକାରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଆସିବେନି ଓ ଆପଣ ମଧ୍ୟ ଶାନ୍ତିରେ ସୋଇବେ । ସେହି ଶୋଇବା ମନ୍ତ୍ରଟି ହେଲା:

” ଓଁ ନମଃ ହନୁମତେ, ରୁଦ୍ରଵତାରାୟ, ବିଷ୍ଣୁ ରୂପାୟ,

ଅମିତ ବିକ୍ରମାୟ, ପ୍ରକଟ ପରାକ୍ରମାୟ, ମହାବଳାୟ,

ସୂର୍ଯ୍ୟକୋଟି ସମପ୍ରଭାୟ, ରାମ ଦୂତାୟ ସ୍ୱାହା ” ।

ଏହି ମନ୍ତ୍ରକୁ ଶୋଇଲା ପୂର୍ବରୁ ସିଦ୍ଧଚିତ୍ତ ହୋଇ, ଭଲ ଭାବରେ ଗୋଡ଼ ହାତ ଧୋଇ, କାହାସହିତ କଳି ଝଗଡା ନକରି , ମନରେ କୌଣସି ଖରାପ ଭାବନା ନ ଆଣି ଏହି ମନ୍ତ୍ରକୁ ପ୍ରତ୍ୟକ ମଙ୍ଗଳବାର ରାତିରେ ତିନି ଥର ଜପ କରନ୍ତୁ । ଦେଖିବେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବା ସହ ଆପଣଙ୍କ ଜୀବନ ମଧ୍ୟ ସୁଖ ଶାନ୍ତିରେ କଟିବ ଓ ଆପଣଙ୍କ ଘର ଧନ ଧ୍ୟାନ୍ୟରେ ପୁରିଯିବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *