ବନ୍ଧୁଗଣ, ମାତ୍ର ଆପଣ ଯଦି ମନରେ ଚିନ୍ତା ରଖୁଛନ୍ତି ଯେ ମନ୍ତ୍ର ସାଧନା କରି ଜଗନ୍ନାଥ ଙ୍କୁ ପାଇଯିବା ମାତ୍ର ତାହା କାଠିକର ପାଠ ଅଟେ । ମୁଣ୍ଡ ପିଟି ପିଟି ପ୍ରାଣ ହରାଇଲେ ମଧ୍ୟ ଆପଣ ଜଗନ୍ନାଥ ମହାପ୍ରଭୁ କୁ ପାଇ ପାରିବେ ନାହିଁ । ଆମ୍ଭେ ଭକ୍ତଜନ ମାନେ ଯେତେବେଳେ ଯିବା ପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭର ମଧ୍ୟ ବିଧି ବିଧାନ ରହିଅଛି । ଆମ୍ଭେ ସେହି ବିଧି ବିଧାନ ମାର୍ଗ ରେ ଗଲେ ହିଁ କାଳିଆ ସାଆନ୍ତ କୁ ପାଇବା ।
କାରଣ ସେ ଦାରୁ ଠାକୁର ମୁଣ୍ଡ ବାଡେଇଲେ ମଧ୍ୟ ସେ ଶୁଣିବେ ନାହିଁ । ସେ ଭାବ କୁ ନିକଟ ଅଭାବ କୁ ଦୂର । ସୂଚୀ, ନୀତି, ନିୟମ ମଧ୍ୟରେ ସେ ବନ୍ଧା ହୋଇ ରହିଛନ୍ତି ପାବନ କ୍ଷେତ୍ରରେ । ଗୋଟିଏ ଦର୍ଶନାଧି ମହାପ୍ରଭୁ ଙ୍କ ପାଖକୁ ଯାଇଥାଏ । ଆମ୍ଭ ନୀତି ରେ ଅଛି ଯେ ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ଗଲେ ଧୁଳିଆ ପାଦ ରେ ଦର୍ଶନ କରିବାର ପ୍ରଥା ରହିଅଛି । ଅର୍ଥାତ ପାଦ ଧୋଇ ଦର୍ଶନ କରିବାର ବିଧି ବିଧାନ ରହିନାହିଁ ।
ଧୂଳିଆ ପାଦ ରେ ମହାପ୍ରଭୁ ଙ୍କୁ ଦର୍ଶନ କରିବାର ପରମ୍ପରା ଆମ୍ଭର ଶ୍ରୀ କ୍ଷେତ୍ରରେ ଥିଲା । ଭଗବାନ ଙ୍କ ଦର୍ଶନ କରିବାକୁ ହେଲେ ନିଷ୍ଠା ର ସହିତ ଶୌଚ ହୋଇ ଯିବାକୁ ହୋଇଥାଏ । ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ହେଲେ ଅନେକ ପ୍ରକାରର ବିଧି ରହିଅଛି । ଗରୁଡ ପଛରେ ଛିଡା ହୋଇ ପ୍ରଥମେ ବଡ ଠାକୁର ଙ୍କୁ ଦର୍ଶନ କରିବେ । ଏହା ପରେ ମହାପ୍ରଭୁ ଙ୍କୁ ଦର୍ଶନ କରିବେ ।
ଦର୍ଶନ କରିବାର ବିଧି କାରଣ ବିଭିନ୍ନ ଦେବତା ଙ୍କୁ ଦର୍ଶନ କରିବାର ବିଧି ପରମ୍ପରା ମନକୁ ଆଚାର୍ଯ୍ୟ ରୁଷିମାନେ ସ୍ଥିର କୃତ କରିଛନ୍ତି । ଭଗବାନ ସୂର୍ଯ୍ୟନାରାୟଣ ଙ୍କୁ ନମସ୍କାର କରି ଜଳାର୍ଘ୍ୟ ପ୍ରଦାନ କରି ୭ ଥର ପରିକ୍ରମା କରିଲେ ଭଗବାନ ସୂର୍ଯ୍ୟନାରାୟଣ ସନ୍ତୁଷ୍ଠ ହୋଇଥାନ୍ତି । ଭଗବାନ ଗଣେଶ ଙ୍କୁ ଲଡୁଟିଏ ଦେଇ ପ୍ରଣାମ କରିଦେଲେ ସେ ସନ୍ତୁଷ୍ଠ ହୋଇ ବରଦାନ ଦେଇଥାନ୍ତି ।
ଜଗନ୍ନାଥ ମହାପ୍ରଭୁ ଙ୍କୁ ପଚାରିଥିଲେ ବ୍ରହ୍ମା ଏ କଳିଯୁଗର ମନୁଷ୍ୟ ପ୍ରଭୁ ଙ୍କୁ ପାଇବା ନିମନ୍ତେ ସର୍ବଦା ବ୍ୟାକୁଳ ହୋଇଥାନ୍ତି । ଜଗନ୍ନାଥ ସ୍ଵୟଂ କହିଛନ୍ତି ଯେ ମତେ ଧ୍ୟାନ କରି କେହି ପାଇ ପାରିବେ ନାହିଁ । ମାତ୍ର କିପରି ପାଇବା କେବଳ ତାଙ୍କୁ ଭଲ ପାଇବା । ଆମ୍ଭର ଦର୍ଶନ କରିବାର ବିଧି କଣ ରହିଅଛି ? ଯେ ଗରୁଡସ୍ତମ୍ଭ କୁ ଆଲିଙ୍ଗନ କରିବା ।
ଗରୁଡ ପଛରେ ରହି ମହାପ୍ରଭୁ ଙ୍କ ସେହି ପବିତ୍ର ନେତ୍ର କୁ ଚାହିଁ, ଗରୁଡସ୍ତମ୍ଭ କୁ ମହାପ୍ରଭୁ ବୋଲି ଚିନ୍ତା କରି ଆଲିଙ୍ଗନ କରିବା, ମୋ ପ୍ରଭୁ ବୋଲି ଭାବି ତାଙ୍କୁ ଦର୍ଶନ କରିବା ଆତ୍ମୀୟ ଭାବରେ ତେବେ ନିଶ୍ଚିତ ଭାବରେ ଜଗନ୍ନାଥ ଙ୍କୁ ପାଇପାରିବା ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।