Ajira Upadesha- ଲକ୍ଷ୍ମୀ କାହା ପାଖରେ ବାସ କରନ୍ତି ?

୧;- ଲକ୍ଷ୍ମୀ କାହା ପାଖରେ ବାସ କରନ୍ତି ? ଯେଉଁଠାରେ ମୂର୍ଖ ଲୋକଙ୍କ ପୂଜା ହୁଏ ନାହିଁ । ଅର୍ଥାତ ଆପଣ ଜାଣୁଛନ୍ତି ଯେ ସେ ମୂର୍ଖ ତଥା ବଦମାସ ଅଟେ । କିନ୍ତୁ ତାକୁ ସାହାର୍ଯ୍ୟ କରୁଛନ୍ତି ତଥା ପୂଜା କରୁଛନ୍ତି । ୨;- ଯେଉଁଘରେ ରୋଷେଇ କରିଲା ପରେ ହାଣ୍ଡି ରୁ ଭାତ ଶୁଖେ ନାହିଁ । ସେହି ଘରେ ଲକ୍ଷ୍ମୀ ରହିବେ । ଏହା ଛଡା ଯେତେବେଳେ ଯେଉଁ ଅତିଥି ଆସୁଥିବେ ତାଙ୍କ ପେଟ ପୁରାଇ ଛାଡୁଥିବେ ଲକ୍ଷ୍ମୀ ସେହି ଜାଗା ଛାଡିବେ ନାହିଁ । ଲକ୍ଷ୍ମୀ ସେଠାରେ ସବୁବେଳେ ବାସ କରିବେ ।

୩;- ସବୁଠାରୁ ମହତ୍ଵପୂର୍ଣ୍ଣ କଥା ହେଉଛି, ଯେଉଁଘରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଆଦୌ ଝଗଡା ହୁଏ ନାହିଁ । ପରସ୍ପର ବୁଝାମଣା ମଧ୍ୟରେ ଆପଣ ଘର ଚଳାନ୍ତୁ । ସେହିଘର ବୈକୁଣ୍ଠ ନିଶ୍ଚିତ ଭାବରେ ହେବ । ୪;- ଯେଉଁ ଘରେ ଗୁରୁଜନ ମାନଙ୍କୁ ତଥା ବାପା ମା’ ବୟସ୍କ ଲୋକଙ୍କୁ ଆଗୁଆ ଖାଇବାକୁ ଦେଇ ପଛରେ ଗୃହସ୍ଵାମୀ ଖାଉଥିବେ, ସେମାନଙ୍କ ନିଶ୍ଵାସରୁ ସେମାନଙ୍କ ଆଶୀର୍ବାଦ ରୁ ଲକ୍ଷ୍ମୀ ଠାକୁରାଣୀ ସଦାବେଳେ ସେହି ଘରେ ବସବାସ କରି ରହିଥିବେ ।

୫;- ଯେଉଁ ମା ମାନେ ରାତି ଅଧରେ ପାନିଆ ରେ ମୁଣ୍ଡ ନ କୁଣ୍ଡାଉଥିବେ । ଯେଉଁମାନେ ଗୁରୁବାରରେ ପିଲାଙ୍କୁ ମାରପିଟା କରୁନଥିବେ । ଯେଉଁ ମା ମାନେ ପିଲା ଙ୍କ ଖାଦ୍ୟ କୁ ନିଜେ ଖାଇ ଦେଉଥିବେ, ଲକ୍ଷ୍ମୀ ଠାକୁରାଣୀ ସେମାନଙ୍କ ଠାରୁ ଛାଡି ପଳାଇଥାନ୍ତି ।

୬;- ପ୍ରତ୍ୟକ ଦିନ ସକାଳୁ ଲକ୍ଷ୍ମୀ ଙ୍କୁ ଲାଲପୁଷ୍ପ ଅର୍ପଣା କରିବା ଦ୍ଵାରା ଏବଂ ଖିରୀ ଭୋଗ ଲଗାଇବା ଦ୍ଵାରା ଧନର ଅଭାବ ଦୂର ହୋଇଥାଏ ।

୭;- ୫ ଟି ଗୋଲମରୀଚ କୁ ମୁଣ୍ଡ ଚାରିପଟେ ୭ ଥର ବୁଲାଇ ୪ ଟି ଚାରିଦିଗ କୁ ଏବଂ ଗୋଟିଏ ଆକାଶକୁ ପକାଇ ଦେବା ଦ୍ଵାରା ଧନପ୍ରାପ୍ତି ହୋଇଥାଏ ।

୮;- ଓସ୍ତ ପତ୍ରରେ ଶ୍ରୀ ରାମ ଲେଖି ତାହା ଉପରେ କିଛି ମିଷ୍ଠାନ୍ନ ରଖି ମନ୍ଦିରରେ ହନୁମାନଙ୍କୁ ଅର୍ପଣ କରିବା ଦ୍ଵାରା ଧନବୃଦ୍ଧି ହୋଇଥାଏ ।

୯;- ବ୍ୟବସାୟ ରେ ଲାଭ ପ୍ରାପ୍ତି କରିବା ପାଇଁ ଶୁକ୍ରବାର ଦିନଠାରୁ ନିତ୍ୟ ଗୋଧୂଳି ସମୟରେ ମହାଲକ୍ଷ୍ମୀ ଙ୍କ ପାଖରେ କିମ୍ବା ତୁଳସୀ ମୂଳ ଘିଅଦୀପ ଜଳାଇବା ଉଚିତ ।

୧୦;- ଶନିବାର ଦିନ ଓସ୍ତପତ୍ର ରେ ହଲଦିରେ ହଲିଂ ଲେଖି ମନିପର୍ସରେ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ପଇସା ଅଭାବ ହୋଇ ନଥାଏ ।

୧୧;- ଶୁକ୍ଲପକ୍ଷ ଶୁକ୍ରବାର ଠାରୁ ତିନୋଟି ଶୁକ୍ରବାର ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଭୋଗ ଲଗାଇ ଛୋଟ ପିଲାଙ୍କୁ ଖିରୀ ଖାଇବାକୁ ଦେବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *