Ajira Upadesha- ଲକ୍ଷ୍ମୀ କାହା ପାଖରେ ବାସ କରନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ । କାରଣ ମା’ ଅର୍ଣ୍ଣପୂର୍ଣ୍ଣା ଯେଉଁ ଘରେ ବାସ କରିଥାନ୍ତି । ସେହି ଘରେ କେବେ ମଧ୍ୟ ଧନ ଜନିତ ଅଭାବ ଦେଖାଯାଇନଥାଏ । ତେବେ ଯେଉଁ ଘରେ ଲକ୍ଷ୍ମୀ ବିରୁଦ୍ଧ କାର୍ଯ୍ୟ ସବୁ ହେଉଥାଏ । ସେପରି ଘରକୁ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ତେବେ କେଉଁ ସବୁ କାର୍ଯ୍ୟ କରିବା ଦ୍ଵାରା ଘରକୁ ମା’ ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ । ସେହି ସବୁ କଥାର ଆଲୋଚନା କରିବା ।

ଯେଉଁ ଘରେ ଖରାପ ବା ଦୁଷ୍ଟ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇନଥାଏ । ସେମାନଙ୍କର ପୂଜା କରାଯାଇନଥାଏ । ସେପରି ଘରେ ମା’ ଲକ୍ଷ୍ମୀ ସଦା ସର୍ବଦା ବାସ କରିବାକୁ ପସନ୍ଦ କରିଥାନ୍ତି । ଯେଉଁ ଘରେ ଦୁଷ୍ଟ ଓ ଖରାପ ଲୋକଙ୍କର ବସ ବାସ ହେଉଥାଏ । ସେପରି ଘରକୁ ମା’ ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ଦିତୀୟରେ ଯେଉଁ ଘର ହାଣ୍ଡିରୁ କେବେ ଭାତ ସରିନଥାଏ ।

ସେପରି ଘର ମାନଙ୍କରେ ମା ଲକ୍ଷ୍ମୀ ସଦା ସର୍ବଦା ବାସ କରିଥାନ୍ତି । କାରଣ ଖାଇସାରିଲା ପରେ ଭାତ ହାଣ୍ଡି କେବେ ମଧ୍ୟ ସଂପୂର୍ଣ୍ଣ ରୂପେ ପୋଛି ଭାତ ହାଣ୍ଡିକୁ ଫାଙ୍କା କରି ରଖିବା ଉଚିତ ହୋଇନଥାଏ । ତେଣୁ ସବୁବେଳେ ଖାଇସାରିଲା ପରେ ଅଳ୍ପ ହେଉ ପଛେ ହାଣ୍ଡିରେ ଭାତ ରଖିବା ଉଚିତ । ତୃତୀୟରେ ଯେଉଁ ଘରେ ଅତିଥିଙ୍କର ଉପଯୁକ୍ତ ଅତିଥି ଅଭ୍ୟର୍ଥନା କରାଯାଇଥାଏ ।

ଅତିଥିଙ୍କୁ କେବେ ମଧ୍ୟ ଭୋକିଲା ଯିବାକୁ ଦିଆଯାଇନଥାଏ । ସେପରି ଘରେ ମା’ ଲକ୍ଷ୍ମୀଙ୍କର ସବୁବେଳେ କୃପା ରହିଥାଏ । ଏପରି ଘରକୁ ମା’ ଲକ୍ଷ୍ମୀ କେବେ ବି ତ୍ୟାଗ କରିନଥାନ୍ତି । ଚତୁର୍ଥରେ ଯେଉଁ ଘରେ ସ୍ଵାମୀ ଓ ସ୍ତ୍ରୀଙ୍କର ମଧ୍ୟରେ ସବୁବେଳେ କଳି ଝଗଡା ଲଗୁନଥିବ । ସଦା ସର୍ବଦା ପାରିବାରିକ ମନମନ୍ତାନ୍ତର ଦ୍ରୁଷ୍ଟିଗୋଚର ହେଉନଥିବ ।

ସେହି ଘରେ ମା’ ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରହିଥାନ୍ତି । କାରଣ ସବୁବେଳେ କଳି ଝଗଡା ହେଉଥିବା ସ୍ଥାନରେ ମା’ ଲକ୍ଷ୍ମୀ ରହିବାକୁ ଭଲ ପାଇନଥାନ୍ତି । ଯେଉଁ ଘରେ ଗୁରୁଜନ ଖାଇସାରିବା ପରେ ଘରର ବୋହୁ ଖାଉଥିବ । ସେପରି ଘରେ ମା’ ଲକ୍ଷ୍ମୀ ନିଜର କୃପା ବୃଷ୍ଟି କରିଥାନ୍ତି ।

ଏହା ଛଡା ଯେଉଁ ଘରେ ଗୁରୁ ଗୁରୁଜନ ଙ୍କୁ ଖାଇବାକୁ ନଦେଇ ଘରର ବୋହୁ ଆଗେ ଭୋଜନ କରିଥାଏ । ସେପରି ଘର ଲକ୍ଷ୍ମୀ ଛଡା ହୋଇଯାଇଥାଏ । ଯେଉଁ ଘରେ ଗୁରୁବାର ରାତିରେ ମୁଣ୍ଡ କୁଣ୍ଡାଉ ନଥିବେ, ଗୁରୁବାର ପିଲାଙ୍କୁ ମାରୁନଥିବେ ସେପରି ଘରେ ମା’ ଘରେ ମା ଲକ୍ଷ୍ମୀ ଶୁଭ ନଜର ରଖିଥାନ୍ତି ।

ତେଣୁ ଏହି ସବୁ ନିୟମକୁ ପାଳିବା ଦ୍ଵାରା ଘରେ ମା’ ଲକ୍ଷ୍ମୀଙ୍କର କୃପା ନଜର ରହିଥାଏ । ସେହି ଘରେ ସୁଖ ସମୃଦ୍ଧି ବଢିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *