ନମସ୍କାର ବନ୍ଧୁଗଣ ଯେଉଁ ମାନେ ପାନ ଖାଇଥାନ୍ତି ସେମାନଙ୍କୁ ଲୋକମାନେ ପସନ୍ଦ କରନ୍ତି ନାହିଁ ଏବଂ ବାରଣ ମଧ୍ୟ କରିଥାନ୍ତି । ଏହା ଠିକ କଥା କିନ୍ତୁ ପାନ ଭିତରେ ଯେଉଁ ଚୂନ ମସଲା ପକାଇ ଖାଇବା ଉଚିତ ନୁହେଁ ଏବଂ ତାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ମଧ୍ୟ ହୋଇଥାଏ ।
କିନ୍ତୁ ଆମ ଆୟୁର୍ବେଦ ରେ ଯଦି ପାନ ର ମଝିରେ ଚାଉଳ ଦାନା ଯେତିକି ଚୂନ ଯେଉଁ ଥିରେ କ୍ୟାଲସିୟମ ଥାଏ ତାକୁ ପକାଇ ସେବନ କରିବା ଦ୍ୱାରା ଆମର ଅନେକ ରୋଗ ଭଲ ହୋଇ ଯାଇଥାଏ । ତେବେ ଆସନ୍ତୁ ପାନ ଖାଇବା ଦ୍ୱାରା କି କି ଲାଭ ମିଳିଥାଏ ଆସନ୍ତୁ ଜାଣିନେବା । ସକାଳୁ ସକାଳୁ ଉଠି ଆପଣ ଖାଲି ପେଟ ରେ ଯଦି ଗୋଟିଏ ପାନ ପତ୍ର ରେ ଚାଉଳ ଦାନା ଭଳି ଚୂନ ମିଶାଇ ସେବନ କରିବା ଦ୍ୱାରା ଏହା ଆମ ହାଡ଼ କୁ ବହୁତ ମଜବୁତ କରି ଦେଇଥାଏ ଏବଂ ୬୦ ୭୦ ବର୍ଷ ପର୍ଯ୍ୟନ୍ତ ଆପଣ ଙ୍କ ହାଡ଼ ବହୁତ ସବଳ ରୁହେ ଏବଂ ଆପଣ ଙ୍କୁ ଚଲାବୁଲା କରିବା ରେ ମଧ୍ୟ କୌଣସି ଅସୁବିଧା ହୁଏ ନାହିଁ ।
ଏହା ଛଡା ଚାଲିଲା ବେଳେ ମଧ୍ୟ ଆଣ୍ଠୁ ରୁ କିଛି କଟକଟ ଶବ୍ଦ ଆସେ ନାହିଁ । ଯେଉଁ ମାନଂକୁ ଅଣ୍ଟା ରେ ମଧ୍ୟ ବିନ୍ଧା ଥାଏ କିମ୍ବା ଅଳ୍ପ କାମ କରିବା ପରେ ଆପଣ ଙ୍କୁ ନିଜ ଅଣ୍ଟା ରେ ବହୁତ କଷ୍ଟ ଅନୁଭବ ହୁଏ ଏହି ପାନ କୁ ସେବନ କରିବା ଦ୍ୱାରା ମଧ୍ୟ ଏହା ବହୁତ ଆରାମ ଦେଇଥାଏ ଏବଂ ଶୀଘ୍ର ଭଲ ମଧ୍ୟ କରି ଦେଇଥାଏ ।
ଦ୍ଵିତୀୟ ରେ ଯଦି ଆପଣ ପୁଅ ହୁଅନ୍ତୁ କିମ୍ବା ଝିଅ ଯଦି ଆପଣ ଙ୍କ ଶରୀର ରେ ହରମୋନ ର ମାତ୍ରା ରେ କୌଣସି ଅସୁବିଧା ହୋଇ ଯାଇଥାଏ । ଆୟୁର୍ବେଦ ଅନୁସାରେ ଯଦି ଆପଣ ଙ୍କ ଶରୀର ରେ ହରମୋନ ର ମାତ୍ରା ରେ କୌଣସି ଅସୁବିଧା ଦେଖା ଯାଏ ତେବେ ଆପଣଂକୁ ୧୪୮ ପ୍ରକାର ରୋଗ ହେବ ହିଁ ହେବ । ସେ ଏବେ ହେଉ କିମ୍ବା ବୁଢା ହେବା ପରେ । କିନ୍ତୁ ହେବ ନିଶ୍ଚିତ ।
ଆପଣ ଙ୍କୁ ବାତ ରୋଗ କିମ୍ବା ପିତ ରୋଗ ମଧ୍ୟ ଆସିପାରେ କିମ୍ବା କଫ ରୋଗ ମଧ୍ୟ ଆସିପାରେ । ଯଦି ଆପଣ ସକାଳୁ ଉଠି ଗୋଟିଏ ପାନ ପତ୍ର କୁ ଚୋବେଇ ସେବନ କରିବା ଦ୍ୱାରା ଏହା ଆମ ଶରୀର ରେ ହରମୋନ ଲେବେଲ କୁ ସଠିକ ଭାବେ ରଖିବା ରେ ସାହାଯ୍ୟ କରିଥାଏ ।
ଏହା ସବୁ ଛଡା ଯଦି ଆପଣ ଙ୍କ ର ପାଚନ ତନ୍ତ୍ର ରେ କୌଣସି ସମସ୍ୟା ଦେଖା ଦେଉଛି କିମ୍ବା ଆପଣ ଙ୍କ ଖାଦ୍ୟ ଠିକ ଭାବରେ ହଜମ ହେଉ ନାହିଁ ଏହାର କାରଣ ଆମର ଅଖାଦ୍ୟ । ଆମେ ବାହାର ଜିନିଷ ଯେପରି ତେଲ ମସଲା ଜାତୀୟ ଖାଦ୍ୟ କିମ୍ବା ଫାଷ୍ଟ ଫୁଡ଼ କୁ ଖାଇ ଆମ ଶରୀର କୁ ବହୁତ ଖରାପ କରି ଦେଇଛୁ ଏବଂ ଏହା ଯୋଗୁଁ ହଜମ ଠିକ ଭାବରେ ନ ହୋଇ ଅନେକ ରୋଗ ର ସୃଷ୍ଟି ମଧ୍ୟ ହେଉଛି ।
ଏହାକୁ ଠିକ କରିବା ପାଇଁ ପାନ ପତ୍ର ବହୁତ ଲାଭଦାୟକ ହୋଇଥାଏ । ବହୁତ ଫାଇଦା ଦେଇଥାଏ । ତେଣୁ ଆପଣ ସକାଳୁ ଉଠି ଖାଲି ପେଟ ରେ ଗୋଟିଏ ପାନ ପତ୍ର କୁ ଖାଇବା ଦ୍ୱାରା ଆମ ପାଚନ ଶକ୍ତି ଠିକ ରୁହେ ଏବଂ ରକ୍ତ ସଫା ହେବା ଦ୍ୱାରା ଆମ ତ୍ୱଚା ମଧ୍ୟ ବହୁତ ଉଜ୍ଜ୍ୱଳ ଦେଖା ଯାଏ । ତେଣୁ ପାନ ଖାଇବା ଭୁଲ ନୁହେଁ କିନ୍ତୁ ପାନ ଭିତରେ ଥିବା ମସଲା,ଖଇନି ଆଦି ସେଗୁଡିକ ବହୁତ ଖରାପ କିନ୍ତୁ ଖାଲି ପାନ ପତ୍ର ର ସେବନ ଦ୍ୱାରା ଆମେ ଏହି ସବୁ ଅସୁବିଧା ରୁ ମୁକ୍ତ ହୋଇ ପାରିବୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।