ବନ୍ଧୁଗଣ, ଆଶ୍ଵିନ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା କୁ କୁମାର ପୂର୍ଣ୍ଣିମା ଭାବରେ ପାଳନ କରାଯାଏ । ଏହାକୁ କୋମଦି ବ୍ରତ, କୋଜାଗରୀ ପୂର୍ଣ୍ଣିମା, ଅଥବା ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ରମା ପୃଥିବୀ ର ନିକଟତର ହୋଇଥାନ୍ତି । ଏହିଦିନ ଚନ୍ଦ୍ରମା ନିଜ ୧୬ କଳା ମାନଙ୍କ ମଧ୍ୟରେ ଚମକିଥାଏ ।
ମାନାଯାଇଥାଏ ଯେ ଏହିଦିନ ଚନ୍ଦ୍ରମା ଅମୃତ ର ବର୍ଷା କରିଥାନ୍ତି । ଚନ୍ଦ୍ରମା ର କିରଣ ରେ ଶରୀର ଏବଂ ଆତ୍ମା ଦୁହିଙ୍କୁ ଶୁଦ୍ଧି କରିବାର ବିଶେଷ ଶକ୍ତି ରହିଥାଏ । ଏହି ପୂର୍ଣ୍ଣିମା ଏଥିପାଇଁ ବିଶେଷ ଅଟେ ଯେ ଶାସ୍ତ୍ର ଅନୁଯାୟୀ ଏହି ଦିନ ମାତା ଲକ୍ଷ୍ମୀ ଙ୍କ ଉତ୍ପତ୍ତି ହୋଇଥିଲା । ମାତା ଲକ୍ଷ୍ମୀ ଙ୍କ ଉତ୍ପତ୍ତି ସମୁଦ୍ର ମନ୍ଥନ ସମୟରେ ହୋଇଥିଲା ।
ଏଥିପାଇଁ ଏହି ଦିନକୁ ମାତା ଲକ୍ଷ୍ମୀ ଙ୍କ ଉତ୍ପତ୍ତି ର ଦିନ ମାନାଜାଇଥାଏ । ଏହିଦିନ କିଛି ଲୋକ ଖିରୀ ବନାଇ ଭଗବାନଙ୍କୁ ଭୋଗ ଲଗାଇ ରାତିସାରା ଚନ୍ଦ୍ରମା ଙ୍କ କିରଣ ରେ ରଖିଥାନ୍ତି ଏବଂ ସକାଳେ ଏହାକୁ ସେବନ କରିଥାନ୍ତି । ଏଭଳି କରିବା ଦ୍ଵାରା ଆଖି ସୁସ୍ଥ ରହିଥାଏ । ଆୟୁର୍ବେଦିକ ଅନୁଯାୟୀ ଖିରୀ କୁ ଶରତ ପୂର୍ଣ୍ଣିମା ଅଥବା କୁମାର ପୂର୍ଣ୍ଣିମାରେ ଚନ୍ଦ୍ରମା କିରଣ ରେ ରଖିବା ଦ୍ଵାରା ସେଥିରେ ଔଷଧୀୟ ଗୁଣର ନିର୍ମାଣ ହୋଇଥାଏ ।
ଏହାଦ୍ଵାରା ଅନେକ ଅସାଧ୍ୟ ରୋଗ ଦୂର କରାଯାଇପାରେ । ମାତା ଲକ୍ଷ୍ମୀ ଏବଂ ଚନ୍ଦ୍ରମା ଭାଇ ଭଉଣୀ ଅଟନ୍ତି । ସନ୍ଧ୍ୟା ସମୟରେ ଆପଣ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଙ୍କ ପୂଜା କରନ୍ତୁ ଏବଂ ଚନ୍ଦ୍ରମା ଙ୍କୁ ଅର୍ଦ୍ଧ୍ୟ ପ୍ରଦାନ କରନ୍ତୁ । ଆପଣ ଏହିଦିନ ଯେଉଁ ଖିରୀ ପ୍ରସ୍ତୁତ କରି ଭୋଗ ଲଗାଇବେ ସେଥିରେ କେଶର ନିଶ୍ଚିତ ଭାବରେ ପକାନ୍ତୁ । ଏହିଦିନ ମାତା ଲକ୍ଷ୍ମୀ ଙ୍କୁ ଧଳା ଜିନିଷ ର ଭୋଗ ଲଗାଯାଇଥାଏ ।
ଏହି ଜିନିଷ ମାତା ଲକ୍ଷ୍ମୀ ଙ୍କୁ ବିଶେଷ ପ୍ରିୟ ଅଟେ । ଏଭଳି କରିବା ଦ୍ଵାରା ଜୀବନରେ ଧନର ଆଗମନ ହୋଇଥାଏ । ଆପଣ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ପୂର୍ଣ୍ଣିମା ତିଥି ରାତି ୮.୨୦ ମିନିଟ ପର୍ଯ୍ୟନ୍ତ ରହିଅଛି । ଆପଣ ଏହିଦିନ ବ୍ରତ ପାଳନ କରିବା ସହିତ ନିଜ ଘରର ଠାକୁର ଘରେ ଅଥବା ମନ୍ଦିରରେ ଏକ ଦୀପ ଜଳାଇ ରଖନ୍ତୁ ।
ଏହି ଦୀପ ଆପଣଙ୍କ ପୂଜା ଘରେ ଆପଣ ସଂପୂର୍ଣ୍ଣ ରାତି ଅଖଣ୍ଡ ଜଳାନ୍ତୁ । ଏବଂ ଯଦି ଆପଣ ସଂପୂର୍ଣ୍ଣ ରାତି ପର୍ଯ୍ୟନ୍ତ ଜାଗରଣ କରି ନ ପାରନ୍ତି ତେବେ ଆପଣ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ନିଶ୍ଚିନ୍ତ ଜାଗରଣ କରନ୍ତୁ । ଏହି ପୂର୍ଣ୍ଣିମା ର ନାମ ହିଁ ଓଜାଗରି ପୂର୍ଣ୍ଣିମା ଅଟେ । ଯେଉଁ ମନୁଷ୍ୟ ଏହି ଦିନ ଜାଗି ରହିଥାଏ ତାଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ହେବାକୁ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ଅଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।