କୁକୁର କାହିଁକି ନିଜର ନ୍ୟାୟ ପାଇଁ ଭଗବାନଙ୍କ ପାଖକୁ ଯାଇଥିଲା ? ଜାଣନ୍ତୁ ଏହି କାହାଣୀ ପଛର ମାହାତ୍ମ୍ୟ ! Motivational Speech

ନମସ୍କାର ବନ୍ଧୁଗଣ , ମଣିଷ ହେଉଛି ଏହି ସମଗ୍ର ସୃଷ୍ଟି ର ଜ୍ଞାନବାନ ବ୍ୟକ୍ତି । ଇଶ୍ଵର ପଶୁପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି ମାତ୍ର ସେମାନଙ୍କୁ ଜ୍ଞାନ ଦେଇନାହାନ୍ତି । କାରଣ ମଣିଷ  ହେଉଛି ସର୍ବ ଶ୍ରେଷ୍ଟ ଜୀବ । ମାତ୍ର ଏହି ମଣିଷ ଜ୍ଞାନ ଥାଇ ମଧ୍ୟ ଅଜ୍ଞାନ ପରି ବ୍ୟବହାର କରିଥାଏ ଏବଂ ଏହାର ଫଳ ମଧ୍ୟ ଭୋଗି ଥାଏ ।  ଥରେ କୁକୁର  ଟିଏ ଥିଲା ସେ ସବୁ ଆଡେ ବୁଲୁଥିଲା କିନ୍ତୁ ଖାଦ୍ୟ ପାଉନଥିଲା ।

ସେ ସେହି ସମୟରେ ସେ ଜଣଙ୍କ ଘର ଆଡକୁ ଦେଖିଲା ଏବଂ ଭୋକକୁ ସମ୍ଭାଳି ନ ପାରି ସେହି ଘରେ ରଖା ହେଇଥିବା ରୁଟି ଏବଂ ଭୋଜା ରେ ମୁହଁ ଲଗେଇ ଦେଲା । ଏହି ଦେଖି  ଘରର ମାଲିକ କ୍ରୋଧିତ ହୋଇ ଆସି ଏହି ନିରୀହ କୁକୁର ଉପରେ ବଡ ପଥର ରେ ଆଘାତ କରିଲା  । ପଥର ଆଘାତରେ କୁକୁରର ଗୋଡ ଭାଙ୍ଗି ଗଲା । ପାପ କୁକୁର ବହୁତ ଯନ୍ତ୍ରଣା ଅନୁଭବ କରି କାନ୍ଦୁଥାଏ , କାରଣ କୁକୁର ନିଜର ଜୀବନ କୁ ନେଇ ସର୍ବଦା ଦୁଃଖିତ ରହିଥାଏ ।

ଭଗବାନ କାହିଁକି ତାଙ୍କୁ ଏହି ଜନ୍ମ ଦେଲେ ଏହା ଭାବି ସବୁ ବେଳେ କାନ୍ଦୁ ଥାଏ । ମାତ୍ର ମଣିଷ ର ଏହି ବ୍ଯବହର ତାଙ୍କୁ ବହୁତ କଷ୍ଟ ଦେଇଥିଲା ତେଣୁ ସେ ତା ପ୍ରତି ଘଟିଥିବା ଅନ୍ୟାୟ ସହ ନ କରିପାରି ସେ ଭଗବାନ ରାମଙ୍କ  ପାଖ କୁ ନ୍ୟାୟ ମାଗିବାକୁ  ଗଲା  । କୁକୁର ଟି ଏ ଯାଇ ପହଞ୍ଚିଲା ଭଗବାନ ରାମଙ୍କ ଦରବାର ରେ କୁକୁର ନିଜକୁ ହୀନ ମନେ କରି ଭିତର କୁ ଗଲା ନାହିଁ । ମାତ୍ର ଭଗବାନ ରାମଙ୍କୁ ବାହାର କୁ ଆସିବାର ନିବେଦନ କରିଥିଲା ।

ରାମ ମଧ୍ୟ କୁକୁର ର କଥାରେ ବାହାର କୁ ଆସିଲେ ଭଗବାନ ରାମ  ଆସି ପଚାରିଲେ କୁକୁର କଣ ହେଲା । କୁକୁର ଟି ନିଜର ଦୁଃଖ ଘଟଣା କହିଲା ମୋର ଗୋଡ ଭାଙ୍ଗି ଗଲା ପାଞ୍ଚ ଦିନ ହେଲାଣି ମୁଁ ଭୋଜନ କରିନି । ଭଗବାନ ରାମ ପଚାରିଲେ ତୋର ଏଭଳି ପରିସ୍ଥିତି କିଏ କରିଲା କୁକୁର ସେ ବ୍ୟକ୍ତି ର ନାମ ଟି କହିଲା ଯିଏ ଦେଖିବାକୁ ଜ୍ଞାନୀ ବ୍ୟକ୍ତି ଥିଲେ , କିନ୍ତୁ ମନ ରେ ପ୍ରେମ କଦାପି ନ ଥିଲା ।

ସେ ବ୍ୟକ୍ତି ଦରବାର ଆସି କହିଲେ ମୁଁ ଯାହା କରିଛି ଠିକ କରିଛି , ତେବେ କୁକୁର ଟି କହିଲା ଭଗବାନ ଏହି ବ୍ୟକ୍ତି ଏଭଳି ସ୍ଥାନ ରେ  ମୁଖ୍ୟା କରିଦିଅନ୍ତି , ଯେଉଠି କି ଧନ ସମ୍ପତି ସୁନ୍ଦର ସ୍ତ୍ରୀ ମାନେ  ଆସୁଥିବେ । ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଲେ  ପରେ ଭଗବାନ ଆସି କୁକୁର କୁ ପଚାରିଲେ ମୁଖ୍ୟା କରିବାକୁ କାନ ପାଇ କହିଲା।

ତେବେ କୁକୁର ଟି କହିଲା ଯେବେ ସୁନ୍ଦର ସ୍ତ୍ରୀମନେ ଆସିବେ ବ୍ୟକ୍ତି ସେମାନଙ୍କ ସହ ପାପ କରିବ ଏବଂ ଜୀବନ ସାରା ଧନ ସମ୍ପତିରେ ଅହଂକାରୀ ଜୀବନ କାଟିବ ଏବଂ ଆର ଜନ୍ମ ରେ ମୋ ଭଳି କୁକୁର ହେଇ ଜନ୍ମ ହେବ । କୁକୁର ମଧ୍ୟ ପୂର୍ବ ଜନ୍ମରେ ଭୁଲ ଖରାପ ସ୍ଵାଭାବ ହେତୁ କୁକୁର ର ଜନ୍ମ ପାଇଛି । ତେଣୁ ମଣିଷକୁ ନିଜ ଜ୍ଞାନ ର ସଠିକ ବ୍ୟବହାର କରିବା ଉଚିତ୍ ।

ଯଦି ଆମେ କର୍ମ ଭୁଲ କରିଥାନ୍ତି ତେବେ ଏହାର ପରିଣାମ ଆମ କୁ ନିଶ୍ଚିତ ଭୋଗିବାକୁ ପଡିଥାଏ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *