କୁକୁର କାମୁଡିଲେ କ’ଣ କରିବେ ? ଜାଣନ୍ତୁ ଏହାର ପ୍ରାଥମିକ ଚିକିତ୍ସା ? Dr Srikant Kumar Dhar

ବର୍ତ୍ତମାନ ଅନେକ ସ୍ଥାନରେ କୁକୁର କାମୁଡିବା ଘଟଣା ସାମ୍ନାକୁ ଆସିବାରେ ଲାଗୁଛି । ତେବେ କୁକୁର କାମୁଡିବା ଏକ ସାଧାରଣ କଥା ହୋଇସାରିଲାଣି । ହେଲେ କୁକୁର କାମୁଡି ଥିବା ବ୍ୟକ୍ତିକୁ ଯଥାଶୀଘ୍ର ଏହାର ଚିକିତ୍ସା କରାଇ ନେବା ଉଚିତ । ନଚେତ ଏହି କୁକୁର କାମୁଡା ବ୍ୟକ୍ତିଙ୍କର ଜୀବନ ପାଇଁ ବିପଦ ମଧ୍ୟ ଆଗାମୀ ସମୟରେ ହୋଇପାରେ । ତେବେ କୁକୁର କାମୁଡାର ଚିକିତ୍ସା ସମ୍ପର୍କରେ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ମୁହଁରୁ ଏ ବିଷୟରେ ଆଲୋଚନା କରିବା ।

ତେବେ ଡାକ୍ତରଙ୍କ କହିବା ଆଧାରରେ ଯଦି କୌଣସି ବ୍ୟକ୍ତିକୁ କୁକୁର କାମୁଡିବା ଦ୍ଵାରା କୁକୁର ଦେହରେ ଥିବା ରାବିସ ନାମକ ଭୂତାଣୁ ଉକ୍ତ ବ୍ୟକ୍ତିର ଶରୀରକୁ ଚାଲି ଆସିଥାଏ । ତେବେ ଏହା ବ୍ୟକ୍ତିର ଜୀବନ ପାଇଁ ବିପଦପୂର୍ଣ୍ଣ ହୋଇପାରେ । କାରଣ ଏହି ରାବିସ ନାମକ ଭୂତାଣୁ ପାଇଁ ସ୍ଵତନ୍ତ୍ର ଭାବରେ କିଛି ଚିକିତ୍ସା ପଦ୍ଧତି ନାହିଁ । ଯେତେବେଳେ କୌଣସି ବ୍ୟକ୍ତିକୁ ହଟାତ କୁକୁର କାମୁଡିଦେଇଥାଏ । ସେତେବେଳେ ଉକ୍ତ ବ୍ୟକ୍ତି ଜଣଙ୍କର କୁକୁର କାମୁଡା ସ୍ଥାନଟିକୁ ସାବୁନ ପାଣିରେ ଭଲ ଭାବରେ ଧୋଇ ଦେବା ଉଚିତ ।

ଏହାପରେ ତୁରନ୍ତ କୁକୁର କାମୁଡାର 24 ଘଣ୍ଟା ମଧ୍ୟରେ ନିକଟସ୍ଥ ଡାକ୍ତରଖାନାକୁ ଆସି ଚିକିତ୍ସା କରାଇ ନିଅନ୍ତୁ । ଡାକ୍ତର ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ଆଣ୍ଟି-ରାବିଶ ଭ୍ୟାକସିନ ମଧ୍ୟ ଦେଇଥାନ୍ତି । ଏହାପରେ ଉକ୍ତ କୁକୁର କାମୁଡାରେ ଆକ୍ରାନ୍ତ ବ୍ୟକ୍ତିର ଜୀବନ ବିପଦମୁକ୍ତ ହୋଇଯାଇଥାଏ । ବ୍ୟକ୍ତିକୁ କୁକୁର କାମୁଡା ଦିନ, ଏହାର ତୃତୀୟ ଦିନ, ସପ୍ତମ ଦିନ, ଚଉଦ ଦିନ ଦରକାର ପଡିଲେ 28 ଦିନରେ ବି ଇଂଜେକସନ ଦିଆଯାଇଥାଏ ।

ଯଦି କୁକୁର କାମୁଡାର ସଙ୍ଗେ ସଙ୍ଗେ ବ୍ୟକ୍ତିର ସେହି କୁକୁର କାମୁଡା ସ୍ଥାନକୁ ସାବୁନ ପାଣିରେ ଧୁଆଯାଇନଥାଏ । ତେବେ କୁକୁର ପାଖରୁ ଆସିଥିବା ଭୂତାଣୁ ବ୍ୟକ୍ତିର ଶରୀର ମଧ୍ୟ ସ୍ନାୟୁ ଦେଇ ମସ୍ତିଷ୍କକୁ ଚାଲିଯାଇଥାଏ । ଏହାପରେ ରାବିଜ ଇନଫେକସନର ଲକ୍ଷଣ ଦେଖାଯାଇଥାଏ । ଯାହାକୁ ସାଧାରଣତଃ ଜଳାନ୍ତକ ରୋଗ ବୋଲି କୁହାଯାଇଥାଏ ।

ତେବେ ସେହି ବ୍ୟକ୍ତି ମାନେ ଜଳ ତଥା ପାଣିକୁ ଦେଖିବା ମାତ୍ରେ ଆତଙ୍କିତ ହୋଇଯାଇଥାନ୍ତି । ଏଥିସହ ବ୍ୟକ୍ତି ରାଗିବା, ଚିଡିଚିଡି,ବାଉଳିଚାଉଳି ହେବା ସହ ନିଶ୍ଵାସ ପ୍ରଶ୍ଵାସ ନେବାରେ ମଧ୍ୟ କଷ୍ଟ ହୋଇଥାଏ । କୁକୁର କାମୁଡା ବ୍ୟକ୍ତିର ମସ୍ତିଷ୍କକୁ ରାବିଜ ଭୂତାଣୁ ସଂକ୍ରମିତ ହୋଇଗଲେ । ତାହା ପାଇଁ କୌଣସି ସଫଳ ଚିକିତ୍ସା ମଧ୍ୟ ନଥାଏ ।

ତେଣୁ କୁକୁର କାମୁଡାର 24 ଘଣ୍ଟା ମଧ୍ୟରେ ଯଥାଶୀଘ୍ର ସମ୍ଭବ ବ୍ୟକ୍ତିର କ୍ଷତ ସ୍ଥାନକୁ ସାବୁନ ଓ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଡାକ୍ତରଖଣାରେ ଆଣ୍ଟି-ରାବିଜର ଇଂଜେକସନ ଦେଇ ତାହାର ଭଲ ଭାବରେ ଚିକିତ୍ସା କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *