ଆମର ଆଖପାଖରେ ଯେତିକି ସକାରତ୍ମକ ଊର୍ଜା ରହିବ ସେତିକି ହିଁ ଆମର ମନ ଶାନ୍ତ ରହିଥାଏ ଓ ଆମକୁ ଆମର କାର୍ଯ୍ୟରେ ସଫଳତା ମିଳିବ । ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ଏହିଭଳି ବସ୍ତୁ ବିଷୟରେ କୁହାଯାଇଛି ଯାହାର ପ୍ରଭାବ ଆପଣଙ୍କ ଜୀବନରେ ସକରାତ୍ମକ ରହିବ । ଆମ ସମସ୍ତଙ୍କ ଘରେ ଭିନ୍ନ ଭିନ୍ନ ପ୍ରକାରର ଫଟୋ ଲଗାଯାଏ । କିନ୍ତୁ ସମସ୍ତେ ଏହି ଫଟୋର ମହତ୍ଵ ଜାଣି ନ ଥାନ୍ତି । ବେଳେ ବେଳେ ଏହି ଫଟୋର ଖରାପ ପ୍ରଭାବ ବି ଭୋଗିବାକୁ ପଡିଥାଏ ।
ସେଥିପାଇଁ ଘରେ ସକରାତ୍ମକ ପ୍ରଭାବ ଥିବା ଫଟୋ ଲଗାନ୍ତୁ । ଆଜି ଆମେ ଆପଣଙ୍କୁ ସେହି ଫଟୋ ବିଷୟରେ କହିବୁ ଯାହାକୁ ଆପଣ ଘରେ ଲଗାଇ ପାରିବେ ଓ ଘରେ କେଉଁ ଫଟୋ ଲଗାଇବା ଉଚିତ ନୁହେଁ । ଯଦି ଆପଣଙ୍କ ବ୍ୟାପାରରେ ବାରମ୍ବାର କ୍ଷତି ହେଉଛି ଓ ଆପଣଙ୍କୁ ସଫଳତା ମିଳୁ ନାହିଁ ତେବେ ଆପଣ ଅଫିସରେ କିମ୍ବା ଦୋକାନରେ ସେହି ସ୍ଥାନର ପୂର୍ବ ଦିଗରେ ସମୁଦ୍ରରେ କୂଳରେ ଦୌଡୁଥିବା ୭ ଟି ଧଳା ରଙ୍ଗର ଘୋଡାର ଫଟୋ ଲଗାନ୍ତୁ । ଏହି ଘୋଡା ସବୁବେଳେ ଆପଣଙ୍କୁ ଆଗକୁ ବଢିବା ପାଇଁ ଶକ୍ତି ପ୍ରଦାନ କରିବ ।
ଯଦି ଆପଣ ନିଜର ଆୟ ବଢାଇବା ପାଇଁ ଚାହୁଁଛନ୍ତି ତେବେ ଟଙ୍କାର ଅଭାବ କେବେ ବି ନ ରହୁ ତେବେ ଘରେ ଭଗବାନ ଧନତ୍ଵରୀର ଫଟୋ ଲଗାନ୍ତୁ । ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
ଯଦି ଆପଣଙ୍କ ପତ୍ନୀ ଗର୍ଭବତ୍ତୀ ଅଛନ୍ତି ତେବେ ଆପଣ ଘରେ ଯୋଶଦା ମା ଙ୍କ ସହ କୃଷ୍ଣଙ୍କ ପିଲାଦିନର ଫଟୋ କିମ୍ବା ଲହୁଣୀ ଖାଉଥିବା କୃଷ୍ଣଙ୍କ ଫଟୋ ଲଗାନ୍ତୁ । ଏହା ମା ଓ ଶିଶୁ ପାଇଁ ଲାଭଦାୟି ହୋଇଥାଏ ।
ଯଦି ଆପଣ ମନ ସବୁବେଳେ ବିଚଳିତ ହେଉଛି ଓ କୌଣସି କାର୍ଯ୍ୟରେ ମନ ଲାଗୁ ନାହିଁ ତେବେ ରୋଷେଇ ଘରେ ଫୁଲ ଗୁଡିକର ଫଟୋ ଲଗାନ୍ତୁ । ଏହା ଛଡା ଆପଣ ଘରେ ସୁଗନ୍ଧିତ ଫଟୋ ବି ରଖି ପାରିବେ ।
ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ପରିବାର ଏକ ଆଦର୍ଶ ପରିବାର ହେଉ ଓ ସମସ୍ତ ସଦସ୍ୟଙ୍କ ମନରେ ଭଲ ପାଇବା ରହୁ । ଏଥିପାଇଁ ଆପଣ ନିଜର ଘରର ଡ୍ରଇଂ ରୁମରେ ରାମଦରବାର ଫଟୋ ଲଗାନ୍ତୁ ।
ପିଲାମାନଙ୍କ ପାଠପଢା ଘରେ ଯଦି ସରସ୍ଵତୀଙ୍କ ଫଟୋ ରଖୁଛନ୍ତି ତେବେ ପିଲାମାନଙ୍କୁ ମାତା ସରସ୍ଵତୀଙ୍କ ଆଶୀର୍ବାଦ ମିଳିଥାଏ ।
କହିଦେଉଛୁ କି ମହାଭାରତ ସହ ଜଡିତ କୌଣସି ଫଟୋ ଘରେ କେବେ ବି ଲଗାଇବା ଉଚିତ ନୁହେଁ । ଏହା ଘର ପାଇଁ ଅଶୁଭ ହୋଇଥାଏ । କେବଳ ମହାଭାରତ ନୁହେଁ କୌଣସି ବି ଯୁଦ୍ଧର ଫଟୋ ଘରେ ଲଗାଇବା ଉଚିତ ନୁହେଁ ।
ଘରେ କେବେ ବି ପ୍ରବାହିତ ହେଉଥିବା ପାଣି କିମ୍ବା ନଦୀ ଓ ଝରଣାର ଫଟୋ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଟଙ୍କା ବି ଜଲ୍ଦି ଜଲ୍ଦି ଖର୍ଚ ହୋଇଯାଏ । ଏହା ଦ୍ଵାରା ବାସ୍ତୁ ଦୋଷ ଲାଗିଥାଏ ।ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ