Vastu Tips- କିପରି ଏବଂ କେଉଁ ଧାତୁର କଇଁଛ ଘରେ ଓ ଦୋକାନରେ ରଖିଲେ ହୁଏ ଧନର ବର୍ଷା

ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ରେ ମାନ୍ୟତା ରହିଅଛି ଯେ କଇଁଛର ପ୍ରତିମା କୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁଘରେ କଇଁଛ ର ପ୍ରତିମା ରହିଥାଏ ସେହି ଘରେ ସଦାସର୍ବଦା ମାତା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି । କାରଣ ଭଗବାନ ବିଷ୍ଣୁ ଙ୍କ ଅବତାର କଇଁଛ ଅଟେ । ଭଗବାନ ବିଷ୍ଣୁ କଇଁଛ ର ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରାଜ ପର୍ବତ କୁ ନିଜ ପିଠିରେ ଧାରଣ କରିଥିଲେ । ଏହା ଦ୍ଵାରା ସମୁଦ୍ର ମନ୍ଥନ ର ସମସ୍ତ ସମସ୍ୟା ଦୂର କରିଥିଲେ ।

ଶାସ୍ତ୍ର ରେ ବର୍ଣ୍ଣିତ ଅଛି ଯେଉଁ ଘରେ କଇଁଛ ଅଥବା କଇଁଛର ପ୍ରତିମା ରହିଥାଏ, ସେହିଘରେ ଭଗବାନ ବିଷ୍ଣୁ ଙ୍କ ସମେତ ମାତା ଲକ୍ଷ୍ମୀ ଙ୍କ ଅପାର କୃପା ରହିଥାଏ । ଆସନ୍ତୁ ଆଜି ଆମ୍ଭେ ଜାଣିବା କଇଁଛ ଅଥବା କଇଁଛ ର ରୂପ ପ୍ରତିମା ଘରେ ରଖିବା ଦ୍ଵାରା କେଉଁ ସବୁ ଲାଭ ମିଳିଥାଏ ?

୧;- କଇଁଛର ପ୍ରତିମା ଗୁରୁବାର ଦିନ ଘରକୁ ଆଣି ସ୍ଥାପନା କରିବା ଉଚିତ । ଯଦି ଆପଣ କଇଁଛ କୁ ଏହି ଦିନ ନିଜ ଘରକୁ ଆଣି ତାହାର ସେବା ତଥା ଯତ୍ନ ନିଅନ୍ତି ତେବେ କଇଁଛ ଟି ଯେତେ ଯେତେ ବଡ ହୋଇଥାଏ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇ ଆପଣଙ୍କ ଘରେ ଆନନ୍ଦର ଲହରୀ ଉଠିଥାଏ ।

୨;- ଦୋକାନ ମାନଙ୍କରେ ଆପଣ ମାନେ ଦେଖିଥିବେ କଇଁଛ ରଖାଯାଇଥାଏ । ଏହା କୌଣସି ଖୁସିରେ ରଖାଯାଇନଥାଏ ବରଂ ଏହା ବାସ୍ତୁ ଅନୁଯାୟୀ ବ୍ୟବାସାୟ ବାଣିଜ୍ୟ ରେ ଉନ୍ନତି ନିମନ୍ତେ ରଖାଯାଇଥାଏ । ଯେଉଁ ଧାତୁ ଅନୁଯାୟୀ ଦୋକାନ ରେ ସ୍ଥାପନ କରାଯାଇଥାଏ ସେହି ଧାତୁ ଅନୁଯାୟୀ ଏହା ଫଳ ପ୍ରଦାନ କରିଥାଏ ।

୩;- କଇଁଛ ର ପ୍ରତିମା କୁ ଆପଣ ମାନେ ଉତ୍ତର ଦିଗ, ପୂର୍ବ ଦିଗ ଅଥବା ଉତ୍ତର-ପୁର୍ବ କୋଣ କିମ୍ବା ଇଶାନ କୋଣ ରେ ରଖି ପାରିବେ । ଏହି କୋଣ ମାନ ଶ୍ରେଷ୍ଠ ହୋଇଥାଏ । ଅଫିସ, ଘର ଅଥବା ଦୋକାନ ହେଉ ଆପଣ ସେହି କଇଁଛ ର ମୁଖକୁ ମଧ୍ୟ ଉତ୍ତର ପୂର୍ବ ଦିଗ କରି ରଖି ପାରିବେ ।

୪;- ଆପଣଙ୍କ ଘରେ ଯେଉଁ ଦିଗରେ କବାଟ ଅଥବା ମୁଖ୍ୟ ଦ୍ଵାର ଥିବ ସେହି ଦିଗ କୁ କଇଁଛର ମୁଖ କରି କେବେ ମଧ୍ୟ ରଖିବେ ନାହିଁ । କଇଁଛ କୁ ରଖୁଥିବା ପାତ୍ର ରେ ପ୍ରତିଦିନ ପୁରୁଣା ଜଳ କୁ କାଢି ନୂତନ ଜଳ ରଖିବେ । କଇଁଛ ର ଦେହ ଯେପରି ଅଧା ବୁଡି ରହିବ ସେହିଭଳି ପାତ୍ର ଟି ନେବା ଉଚିତ ହୋଇଥାଏ । ଆପଣ ଏହାକୁ ଯେଉଁ ପାଣିରେ ରଖିବେ ତାହା ଗଙ୍ଗଜଳ ଅଥବା ଗଙ୍ଗାଜଳ ମିଶ୍ରିତ ସାଧାରଣ ଜଳ ହେବା ଆବଶ୍ୟକ ।

ମାତ୍ର ଯେଉଁ କଇଁଛ ଟି ନିଜ ଶୋଇବା ଘରେ ରଖିବେ ତାକୁ ପାଣି ଦେଇ ରଖିବେ ନାହିଁ । ସେହି କଇଁଛ କୁ ଶୁଖିଲା ରଖିବେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *