Ajira Anuchinta- କେଉଁମାନେ ଅଲକ୍ଷଣ ମଣିଷ ଦେଖିଲେ ଜାଣିବେ ?

ବନ୍ଧୁଗଣ, ଆଜି ଆମ୍ଭେ ଜାଣିବା ଯେ କେଉଁ ମାନେ ଅଲକ୍ଷଣ ପ୍ରକୃତିର ଲୋକ ? ଲୋକ ମାନଙ୍କର କେଉଁ କାର୍ଯ୍ୟ କୁ ଦେଖିଲେ ଆପଣ ମାନେ ଜାଣି ପାରିବେ ଯେ ସେମାନେ ଅଲକ୍ଷଣା ପ୍ରକୃତିର । ଯେଉଁ ଲୋକ ବସିବା ଜାଗାରେ ଅର୍ଥାତ ଯେଉଁ ଜାଗାରେ ବସିଥାଏ ଯଦି ସେଠାରେ ବିନା କାରଣରେ ଗାର ଟାଣିଥାଏ, ଲୁହା ଖଡିକା ହେଉ, କଟୁରୀ ହେଉ ଅଥବା କୌଣସି ଥିରେ ଯଦି ଗାର କାଟୁଥାଏ, ତେବେ ସେହି ବ୍ୟକ୍ତି ଅଲକ୍ଷଣ ସ୍ଵଭାବର ବ୍ୟକ୍ତି ଅଟେ । ଏବଂ ଯିଏ ନିଜ ନଖରେ ମଧ୍ୟ ଗାର କାଟୁଥାଏ, ସେ ମଧ୍ୟ ଅଲକ୍ଷଣ ସ୍ଵଭାବର ବ୍ୟକ୍ତି ଅଟନ୍ତି ।

ଯେଉଁ ବ୍ୟକ୍ତି କେବଳ ଗୋଡର ଆଗ ପଟକୁ ଟିକିଏ ଧୋଇ ପଛ ପଟକୁ ଆଦୌ ଧୁଅନ୍ତି ନାହିଁ । ସେମାନେ ମଧ୍ୟ ଅଲକ୍ଷଣ ପ୍ରକୃତିର ମଣିଷ । ଏବଂ ଯେଉଁ ବ୍ୟକ୍ତି ଯଦି ଦିନେ ଦିନେ ଘଟିଯାଏ, ତାହା କିଛି ଦୋଷାବହ ହୋଇ ନଥାଏ । କିନ୍ତୁ ପ୍ରାଏତଃ ଦେଖିବେ ଅଧିକାଂଶ ବ୍ୟକ୍ତି ଗାଧୋଇବା ପରେ ଦାନ୍ତ ଘଷିଥାନ୍ତି, ତେବେ ସେମାନେ ଅଲକ୍ଷଣ ସ୍ଵଭାବର ବ୍ୟକ୍ତି ଅଟନ୍ତି ।

ଯେଉଁ ବ୍ୟକ୍ତିମାନେ ସଦାସର୍ବଦା ମଳିନ ବସ୍ତ୍ର ପରିଧାନ କରିଥାନ୍ତି, ତାଙ୍କର ଅବସ୍ଥା ସ୍ଵଛଳ ଥିଲେ ମଧ୍ୟ ତଥାପି ସେମାନେ ଯଦି ମଳିନ ବସ୍ତ୍ର ବ୍ୟବହାର କରିଥାନ୍ତି ସେମାନେ ମଧ୍ୟ ଅଲକ୍ଷଣ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଅର୍ଣ୍ଣ ଭୁଞ୍ଜିବସିଥିବ ବଡ ସଙ୍ଗେ ସଦା, ସେମାନଙ୍କୁ ମଧ୍ୟ ଆଲକ୍ଷଣା ବ୍ୟକ୍ତି କୁହନ୍ତି । ଯେଉଁ ବ୍ୟକ୍ତି ଖାଇବା ସମୟରେ ପାଟିରେ ମଧ୍ୟ ଅର୍ଣ୍ଣ ଥିବ ଏବଂ ହାତରେ ମଧ୍ୟ ଧରିଥିବ, ସେହିଭଳି ବ୍ୟକ୍ତି ମଧ୍ୟ ଅଲକ୍ଷଣ ସ୍ଵଭାବର ବ୍ୟକ୍ତି ଅଟନ୍ତି ।

ଅର୍ଥାତ ଖାଉଥିବେ ଏବଂ ପାଟିରେ ଗୁଣ୍ଡା ନେଇ ସାରିବା ପରେ ମଧ୍ୟ ପୁନ୍ନର୍ବାର ହାତରେ ଗୁଣ୍ଡା ନେଉଥିବେ, ପାଟିରୁ ନ ସରିବା ପୂର୍ବ ରୁ ସେହିଭଳି ବ୍ୟକ୍ତି ମଧ୍ୟ ଅଲକ୍ଷଣା ସ୍ଵଭାବର ବ୍ୟକ୍ତି ଅଟନ୍ତି । ଯେଉଁ ବ୍ୟକ୍ତି ନିଜ ଦେହ ରେ ତାଳି ମାରିଥାନ୍ତି । ସେମାନେ ମଧ୍ୟ ଅଲକ୍ଷଣା ସ୍ଵଭାବର ବ୍ୟକ୍ତି ଅଟନ୍ତି । ଯେଉଁ ମାନେ ଦିନକୁ ଦୁଇଥର ରୁ ଅଧିକ ଶୋଇଥାନ୍ତି, ସେମାନେ ଅଲକ୍ଷଣା ସ୍ଵଭାବର ବ୍ୟକ୍ତି ଅଟନ୍ତି ।

ମାତ୍ର ଏହିସବୁ ବ୍ୟକ୍ତି ଙ୍କ ସମ୍ବନ୍ଧରେ ଆମ୍ଭେ ଯେଉଁ ବିବରଣୀ ପ୍ରଦାନ କଲୁ, ଏମାନଙ୍କୁ ଖରାପ ଭାବିବାର କିଛି ନାହିଁ । ମାତ୍ର ଏହିଭଳି କିଛି ଭୁଲ ଯଦି ଆପଣ ମାନେ କରୁଛନ୍ତି ତେବେ ଏପରି କିଛି କରନ୍ତୁ ନାହିଁ ପୂର୍ବ ରୁ ସଚେତନ ହୋଇ ଜାଆନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *