ନମସ୍କାର ବନ୍ଧୁଗଣ । ପ୍ରତ୍ଯେକ ଦିନ ପ୍ରତ୍ଯେକ ମଣିଷ ନିଜର ଦିନ ଆରମ୍ଭ କରିବା ସମୟରେ ନିଜ ନିଜର ଧର୍ମ ଓ ବିଶ୍ଵସ୍ଥ ଦେବୀ ଦେବତା ଙ୍କୁ ସ୍ମରଣ କରି ଆରମ୍ଭ କରିଥାନ୍ତି । ନିଜ ଅନୁସାରେ ନିଜ ଭଗବାନ ଙ୍କର ପ୍ରାଥନା କରିଥାଉ ଓ ସେମାନଙ୍କୁ ମନାଇ ଥାଉ । ଏପରି ରେ ବେଳେବେଳେ ଜୀବନର ଦୁବିଧା ମାନଙ୍କରେ ଫାଶୀ ଏପରି ପ୍ରଶ୍ନ ଆସିଥାଏ, କ’ଣ ଭଗବାନ ପ୍ରକୃତ ରେ ଆମ ସହ ଅଛନ୍ତି ।
ଆମର ମନରେ ଈଶ୍ଵରଙ୍କ ପ୍ରତି ଥିବା ବିଶ୍ବାସ ହଲଚଲ ହେବାକୁ ଲାଗେ । ବନ୍ଧୁଗଣ ଆଜି ଆମେ ଆପଣଙ୍କ ସମକ୍ଷରେ ଏକ ଛୋଟ ଗଳ୍ପ ଟି କହିବୁ ଯାହା ଶୁଣି ଆପଣଙ୍କ ହୃଦୟ ଭରିଯିବ । ଓ ତାହାସହ ଆପଣ ଙ୍କର ଈଶ୍ଵର ଙ୍କ ପ୍ରତି ବିଶ୍ଵାସ ଆହୁରି ମଧ୍ୟ ବଢିଯିବ ।
କାଶୀ ନଗର ସ୍ଥିତ ଏକ ଲୋକ ଜୀବନ ର ଦୁଃଖ କଷ୍ଟ ରେ ଭାଙ୍ଗି ଅସହାୟ ହୋଇ ଦିନେ ଭଗବାନ ଭୋଳା ଶଙ୍କର ଙ୍କର ଦ୍ଵାରରେ ପଡି ପ୍ରାଥନା କରିବାକୁ ଲାଗିଲା । ନିଜ ଭକ୍ତ ର ଏପରି କରୁଣା ଭରା ଡାକ ଶୁଣି ଭଗବାନ ଶଙ୍କର ଭକ୍ତ ସମ୍ମୁଖରେ ଉପସ୍ଥିତ ହେଲେ ।
ଭକ୍ତ ଭଗବାନ ଙ୍କୁ ଦେଖି କହିଲା ପ୍ରଭୁ ମତେ ଆପଣ ଆପଣଙ୍କ ସହ ଏହି ସଂସାରରୁ ନେଇ ଜାଣନ୍ତୁ କାରଣ ଏହି ସଂସାର ରେ ମୋର ଆପଣଙ୍କ ଛଡା ଅନ୍ୟ କେହି ନାହାନ୍ତି । ତେଣୁ ମତେ ଆପଣ ଦୟା କରି ଏଠାରୁ ନେଇ ଯାଆନ୍ତୁ । ଭକ୍ତ ର ଏପରି କଥା ଶୁଣି ଭଗବାନ କହିଲେ ଏହା ହୋଇପାରିବ ନାହିଁ । ଯେ ପର୍ଯ୍ୟନ୍ତ ତୁମର ସମୟ ନ ହୋଇଛି ତୁମକୁ ଏଠାରେ ରହିବାକୁ ହିଁ ପଡିବ ।
ଏହା ଶୁଣି ଭକ୍ତ ଜଣକ କହିଲେ କି ପ୍ରଭୁ ତେବେ ଆପଣ ଏହି ସଂସାର ରେ ମୋ ସହ ରହି ଯାଆନ୍ତୁ । ଯାହାଦ୍ଵାରା ମୁଁ ନିଜକୁ ଏକୁଟିଆ ଅନୁଭବ ନ କରେ । ଏହା ଶୁଣି ଭଗବାନ କହିଲେ କି ତୁମେ ମୋର ଅତି ପ୍ରିୟ ସନ୍ତାନ ମୁଁ ସବୁବେଳେ ତୁମ ପାଖରେ ହିଁ ଅଛି । ମାତ୍ର ତୁମେ ଏହା ଜାଣି ପାରୁ ନାହଁ । ଏହା ଶୁଣି ଭକ୍ତ ଜଣକ କହିଲେ, ପ୍ରଭୁ ମୁଁ ଚାହେଁ କି ମତେ ଆପଣ ଏପରି କ୍ଷମତା ପ୍ରଦାନ କରନ୍ତୁ ଯାହାଦ୍ଵାରା ମୁଁ ଆପଣଙ୍କୁ ପ୍ରତ୍ଯେକ୍ଷ ରୂପରେ ଦର୍ଶନ କରିପାରେ ।
ଏହା ଶୁଣି ଭଗବାନ କହିଲେ ବତ୍ସ ତୁମେ ପ୍ରତିଦିନ ଏହି ନଦୀ କୂଳରେ ସକାଳ ବୁଲା ପାଇଁ ଆସିଲା ବେଳେ ଏହି ବାଲି କୁ ଦେଖିବ ଏହି ବାଲି ରେ ତୁମକୁ ତୁମ ପାଦ ସହ ଆଉ ଏକ ପାଦ ମଧ୍ୟ ଦେଖା ଯିବ । ସେହି ଅନ୍ୟ ପାଦ ଟି ମୋର ହୋଇଥିବ । ଯେ କି ସବୁବେଳେ ତୁମ ସହ ଥିବ । ଏହା ଶୁଣି ଭକ୍ତ ଜଣକ ଖୁସି ହୋଇଗଲେ । ପରଦିନ ସକାଳେ ଯେତେବେଳେ ଭକ୍ତ ଜଣକ ସକାଳ ବୁଲା ପାଇଁ ନଦୀ କୁଳ କୁ ଗଲେ, ସେହି ସମୟରେ ନିଜ ପାଦ ସହ ଆଉ ଏକ ପାଦ ଚିହ୍ନ ଦେଖି ଭକ୍ତ ଜଣକ ଖୁବ ଖୁସି ହୋଇଗଲେ । ଏପରି କିଛି ଦିନ ବିତିଗଲା । ଦିନେ ସେହି ଭକ୍ତ ଟିର ଜୀବନରେ ପୁଣି ଅନେକ କିଛି ପରିବର୍ତନ ହେଲା ।
ବନ୍ଧୁଗଣ ପରିବର୍ତନ ହିଁ ସଂସାର ର ନିୟମ ଅଟେ । ଜୀବନରେ କେବେ ସୁଖ ଛି ତ ପୁଣି କେବେ ଦୁଃଖ ମଧ୍ୟ ଅଛି । କେବେ ବି ସବୁ ସମୟ ସମାନ ନଥାଏ । ସେହି ଦୁଃଖ ର ସମୟ ରେ ସେହି ଭକ୍ତ ଟିର ସମସ୍ତ ପ୍ରିୟ ପରିହଜନ ମାନେ ତାହର ସାଥ ଛାଡି ଦେଲେ । ତାହାର ବ୍ୟାପାର ରେ ବହୁ କ୍ଷତି ମଧ୍ୟ ହେଉଥାଏ । ଏହି ସମୟରେ ସେ ନିଜ କୁ ଖୁବ ଏକୁଟିଆ ଅନୁଭବ କରୁଥାଏ ।
ଏପରି ରେ ସେ ପରଦିନ ସକାଳେ ଯେତେବେଳେ ଚାଲିବାକୁ ଯାଏ, ସେତେବେଳେ ଭଗବାନ ଙ୍କୁ ସ୍ମରଣ କରି ଯେତେବେଳେ ବାଲି କୁ ଅନାଇ ସେତେବେଳେ ତାକୁ କେବଳ ଗୋଟିଏ ପାଦ ଚିହ୍ନ ହିଁ ଦେଖା ଯାଉଥାଏ । ଏପରି ରେ ସେ ନିରାଶ ହୋଇ ଚାଲିଗଲା ।
ପୁଣି ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ହିଁ ଶେ ପୁଣି ବ୍ୟାପାର ରେ ଅଧିକ ରୁ ଅଧିକ ସଫଳତା ପ୍ରାପ୍ତ କରିବାକୁ ଲାଗିଲା । ତାର ଆର୍ଥିକ ସ୍ଥିତି ମଧ୍ୟ ପୁଣି ଠିକ ହୋଇଗଲା । ତାର ପ୍ରିୟ ପରିଜନ ମାନେ ମଧ୍ୟ ସବୁ ପୁଣି ଭଲ ସମୟ ଦେଖି ତା ପାଖରେ ଫେରି ଆସିଲେ । ଏପରି ସବୁ ପରିସ୍ଥିତି ଦେଖି ନଦୀ ପାଖରେ ଯାଇ ଚାଲୁଥିବା ସମୟରେ ବ୍ୟକ୍ତି ଜଣକ ଦେଖେ ଯେ ବାଲିରେ ମଧ୍ୟ ଗୋଟିଏ ସ୍ଥାନରେ ଦୁଇଟି ପାଦ ଓ ଚିହ୍ନ । ଏହା ଦେଖି ସେହି ବ୍ୟକ୍ତି ଜଣକ ବିସ୍ମିତ ହୋଇ ରାଗି ଯାଇ ଭଗବାନ ଙ୍କୁ ପ୍ରଶ୍ନ କଲା ପ୍ରଭୁ ଆପଣ ମଧ୍ୟ ମୋର ବିପତ୍ତି ରେ ମୋର ହାତ ଛାଡି ଚାଲିଗଲେ ।
ଏହା ଶୁଣି ଭଗବାନ କହିଲେ ବତ୍ସ ତୁମେ ହୁଏତ ମୋତେ ଭୁଲି ଯାଇ ପାର କିନ୍ତୁ ମୁଁ କେବେ ତୁମକୁ ଭୁଲି ପାରିବିନି । ଏହା ଶୁଣି ଭକ୍ତ ଜଣକ କହିଲେ କି ତେବେ ଆପଣ ଙ୍କର ପାଦ ଚିହ୍ନ ମୋତେ ଦେଖା ଯାଉ ନଥିଲା କାହିଁକି ? ଏହାର ଉତାର ଭଗବାନ କହିଲେ ଯେତେବେଳେ ତୁମେ କଷ୍ଟ ରେ ଥିଲ ସେହି ସମୟରେ ମୁଁ ତୁମକୁ ମୋର ହାତ ରେ ଉଠାଇ ନେଇଥିଲି ଯାହା କାରଣ ରୁ ତୁମକୁ କେବଳ ଗୋଟେ ହିଞ୍ଜ ପାଦ ଚିହ୍ନାର ଦର୍ଶନ ହେଉଥିଲା । ଯାହାକି ତୁମର ନୁହେଁ ମୋର ହିଁ ଥିଲା । ଏହା ଶୁଣି ଭକ୍ତ ଜଣକ ଭାବ ବିହୋଲିତ ହୋଇଗଲେ ।
ତେବେ ବନ୍ଧୁଗଣ ଦେଖିଲେ ତ ଭଗବାନ କିପରି ନିଜର ସନ୍ତାନ ମାନଙ୍କୁ ପ୍ରତି କ୍ଷେତ୍ରରେ ସହାୟତା କରିଥାନ୍ତି । କେବଳ ଏତିକି ହିଁ ନୁହେଁ ସେ ଆମର ଦୁଃଖ କଷ୍ଟ ରେ ଆମକୁ ନିଜ ହାତରେ ମଧ୍ୟ ଉଠାଇ ଦେଇଥାନ୍ତି । ମାତ୍ର ଆମେ ତାହା ଜାଣି ପାରି ନଥାଉ ।
ତେଣୁ ଜୀବନରେ ଯେତେବେଳେ ଆପଣ ମଧ୍ୟ ନିଜକୁ ଏକୁଟିଆ ଅନୁଭବ କରନ୍ତି ସେତେବେଳେ ନିଜ ଆଖି ବନ୍ଦ କରି ଥରେ ଚିନ୍ତା କରିବାକୁ ଚେଷ୍ଟା କରନ୍ତୁ, ଆପଣ ମଧ୍ୟ ଦେଖି ପାରିବେ ଭଗବାନ ଆପଣଙ୍କ ନିକଟ ରେ ହିଁ ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ