ନମସ୍କାର ବନ୍ଧୁଗଣ ଆପଣ ମାନେ ଭଗବାନ ଶ୍ରୀକୃଷ୍ଣ ଙ୍କ ଲୀଳା ବିଷୟରେ ନିଶ୍ଚିତ ଅବଗତ ଥିବେ। ତାଙ୍କ ଲୀଳା କୁ କେହି ବି କେବେବି ବୁଝି ପାରନ୍ତି ନାହିଁ। ସେ ନିଜର ସୁନ୍ଦର ହସ ରେ ସମସ୍ତ ଙ୍କ ହୃଦୟ କୁ କ୍ଷଣକ ରେ ହିଁ ଚୋରି କରି ଦେଇଥାନ୍ତି।
ତେବେ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁ ଙ୍କ ସପ୍ତମ ଅବତାର ଏବଂ ସେ ହିଁ ଏହି ସୃଷ୍ଟି ର ପାଳନ କର୍ତ୍ତା। ତାଙ୍କ ଯୋଗୁଁ ହିଁ ଏହି ସୃଷ୍ଟି ଚାଲିଛି ଏବଂ ଚାଲୁଥିବ। ଶ୍ରୀ କୃଷ୍ଣ ନିଜର ଭକ୍ତ ମାନଙ୍କ ର ସମୟେ ସମୟେ ପରୀକ୍ଷା ମଧ୍ୟ ନେଇଥାନ୍ତି। ତେବେ ସେ ଏହି ଜୀଵନ କୁ ସରଳ ଏବଂ ଖୁସି ରେ ବଞ୍ଚିବା ପାଇଁ ଅନେକ କଥା କହିଛନ୍ତି।
ଯେପରି କି କର୍ମ କରିବା ଟା ହିଁ ମନୁଷ୍ୟ ର କର୍ତ୍ତବ୍ୟ ତେଣୁ ସେ କେବଳ କର୍ମ କରି ଚାଲିବ ଏବଂ ଫଳ ର କଥା ଭଗବାନ ଙ୍କ ଉପରେ ଛାଡ଼ିଦେଵ। ଭଗବାନ ଆମକୁ ନିଜ କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥାନ୍ତି। ତେବେ ଆଜି ଆମେ ସେହି ବିଷ୍ଣୁଙ୍କ ଅବତାର ଶ୍ରୀ କୃଷ୍ଣ ଙ୍କ ର କିପରି ମୃତ୍ୟୁ ହୋଇଥିଲା ସେହି ସମ୍ପର୍କରେ ଆଲୋଚନା କରିବା।
ତେବେ ଏହି କାହାଣୀ ର ଆରମ୍ଭ ହେଉଛି ମହାଭାରତ ସମୟରୁ।
ଯେତେବେଳେ ମହାଭାରତ ରେ ଦୁର୍ଯ୍ୟୋଧନ ସମେତ ତାର ୯୯ ଜଣ ଭାଇ ଙ୍କ ମୃତ୍ୟୁ ହୋଇଗଲା ସେତେବେଳେ ମାତା ଗାନ୍ଧାରୀ ଏହା ଶୁଣି ବିଳାପ କଲେ ଶୋକ କଲେ ଏବଂ କ୍ରୋଧରେ ଶ୍ରୀକୃଷ୍ଣ ଙ୍କୁ ଅଭିଶାପ ଦେଲେ କି ୩୬ ବର୍ଷ ପରେ ଯଦୁ ଵଂଶ ର ନାଶ ହେବ ଏବଂ ଦ୍ୱାରକା ମଧ୍ୟ ଧ୍ୱଂସ ହୋଇଯିବ।ତେବେ ମାତା ଗାନ୍ଧାରୀ ଙ୍କ କ୍ରୋଧ ଶାନ୍ତ ହେବା ପରେ ସେ ନିଜର ଏହି ଅଭିଶାପ ପାଇଁ ଶ୍ରୀକୃଷ୍ଣ କୁ କ୍ଷମା ମାଗିଲେ ଏବଂ ଶୋକ ପ୍ରକାଶ କଲେ ତେବେ ସେତେବେଳେ ଶ୍ରୀକୃଷ୍ଣ ମାତା ଗାନ୍ଧାରି ଙ୍କୁ ବୁଝାଇଲେ ଏବଂ ଏହା ବିଧି ର ବିଧାନ ଆପଣ ତ କେବଳ ମାଧ୍ୟମ ଅଟନ୍ତି ତେଣୁ ଆପଣ ଶୋକ କରନ୍ତୁ ନାହିଁ।
ଠିକ ଏହାର ୩୬ ବର୍ଷ ପରେ ଯଦୁ ଵଂଶ ର ରାଜା ମାନଙ୍କ ଭିତରେ ଗର୍ବ ଅହଂକାର ଭରି ଯାଇଥିଲା ଏବଂ ସେହି ଅହଂକାର ରେ ଆସି ରାଜା ମାନେ ପରସ୍ପର ଉପରେ ଆକ୍ରମଣ କରି ଚାଲିଲେ ଏବଂ ଯଦୁ ଵଂଶ ର ବିନାଶ ର ଆରମ୍ଭ ହୋଇ ଗଲା ତେବେ ଏହା ଦେଖି ଶ୍ରୀକୃଷ୍ଣ ଙ୍କ ବଡ଼ଭାଇ ବଳରାମ ମଧ୍ୟ ନିଜ ଦେହ ତ୍ୟାଗ କରି ଶେଷନାଗ ରୂପରେ ନିଜ ସ୍ଥାନ କୁ ପଳାଇଲେ ।
ଶ୍ରୀକୃଷ୍ଣ ଏକ ବନ କୁ ଯାଇ ସେଠାରେ ବିଶ୍ରାମ କରିଥିଲେ ଏବଂ ଠିକ ସେହି ସମୟରେ ଏକ ଶିକାରୀ ଆସି ଶ୍ରୀକୃଷ୍ଣ ଙ୍କ ପାଦକୁ ହରିଣ କାନ ଭାବି ତୀର ଚଳାଇ ଦେଲା ଏବଂ ଶ୍ରୀକୃଷ୍ଣ ଙ୍କ ର ମୃତ୍ୟୁ ଘଟିଲା ସେହି ଶିକାରୀ ହେଉଛି ରାମାୟଣ ର ବାଳି ଯାହାକୁ ରାମଚନ୍ଦ୍ର ଧୋକା ରେ ଵଧ କରି ଦେଇଥିଲେ।ତେବେ ଏହି ପରି ଭାବରେ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ଘଟିଥିଲା । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।