Kidney ଖରାପ ହେବା ହେବାରୁ ଶରୀର ଦେଇଥାଏ ଏହି 6 ଟି ସଂକେତ, ସମୟ ଥାଇ ହୁଅନ୍ତୁ ସାବଧାନ, ନହେଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କିଡନୀ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ ହୋଇଥାଏ । ଏହା ଆମ ଶରୀରରୁ ଦୂଷିତ ପଦାର୍ଥ କାଢିବା ସହିତ ଅନ୍ୟ କିଛି ପ୍ରମୁଖ କାର୍ଯ୍ୟ ମଧ୍ୟ କରିଥାଏ । ପେଟର ପଛ ଭାଗରେ କିଡନୀ ଏକ ଯୋଡା ରହିଥାଏ । ଏକ ହାଡର ଏପଟ ସେପଟ କରି ହାତ ମୁଠା ଆକୃତିର ହୋଇ ରହିଥାଏ । ରକ୍ତକୁ ପରିଷ୍କାର କରିବା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ କାଢିବାରେ ଏହା ସାହାଜ୍ଯ କରିଥାଏ । ଯଦି ଏହି କାର୍ଯ୍ୟ ଗୁଡିକ କିଡନୀ କରିବାକୁ ସକ୍ଷମ ହୁଏନାହିଁ ।

ସେଇଠୁ ଜାଣି ହୁଏଯେ କିଡନୀ ଖରାପ ହୋଇଯାଇଛି । କିଡନୀ ଦୁଇଟି ମଧ୍ୟରୁ ଗୋଟିଏ ଖରାପ ହୋଇଗଲେ ବି ଅନ୍ୟ କିଡନୀ ଦ୍ଵାରା ଶରୀରର କାର୍ଯ୍ୟ ସବୁ ସମ୍ପାଦିତ ହୋଇଥାଏ । କିନ୍ତୁ ଯେତେବେଳେ ଦୁଇଟି କିଡନୀ ଖରାପ ହୋଇଯାଇଥାଏ, ସେତେବେଳେ ମଣିଷର ଅତ୍ୟନ୍ତ ଖରାପ ଅବସ୍ଥାକୁ ଚାଲି ଆସିଥାଏ । ଆଜି କାଲିର ବ୍ୟସ୍ତ ଜୀବନରେ ମଣିଷ ନିଜ ଶରୀର ପ୍ରତି ବହୁତ ଅବହେଳା କରୁଛି ।

ଯେଉଁଥି କାରଣରୁ ବହୁତ ଶୀଘ୍ର ଅଙ୍ଗଗୁଡିକ ନଷ୍ଟ ହେବାର ସମ୍ଭାବନା ରହିଥାଏ । ଅତ୍ୟଧିକ ମାତ୍ରାରେ ତେଲ, ମସଲା ଜାତୀୟ ଖାଦ୍ୟର ସେବନ, ମଦ୍ୟପାନ କରିବା, ପ୍ରଦୂଷିତ ପରିବେଶର ଜଳ ପିଇବା ଓ ଦୂଷିତ ଗ୍ଯାସକୁ ନିଜର ନିଶ୍ଵାସରେ ନେବା । ଏହିପରି କିଛି କାରଣ ଯୋଗୁ ଏହା ସିଧା ସଳଖ ଖରାପ ପ୍ରଭାବ ଆମର କିଡନୀ ଉପରେ ପଡୁଛି । କିଡନୀ ଖରାପ ହେବାର କେତୋଟି ଲକ୍ଷଣ ରହିଛି ।

ଯାହାକୁ ଆପଣମାନେ ଜାଣିଲାମାନେ ଏହାପ୍ରତି ଆଦ୍ୱା ହେଳା କରିବା ଉଚିତ ନୁହେଁ । ଯେପରି ପେଟ କାଟିବା ଏକ ସାଧାରଣ କଥା ହୋଇପାରେ । କାରଣ କିଛି ଏଆଡୁ ସିଆଡୁ ଖାଇବା ଦ୍ଵାରା ପେଟ କାଟିଥାଏ । କିନ୍ତୁ ଯଦି ପେଟର ଡାହାଣ ଓ ବାମ ପଟରେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ । ଏହା କିଡନୀ ଖରାପ ହେବାର ସୂଚନା ଦେଇଥାଏ । କିଡନୀ ଖରାପ ହେବାକୁ ଯାଉଥିଲେ ଶରୀରରେ ଠିକ ଭାବରେ ରକ୍ତ ସଂଚାଳନ ହୋଇପାରିନଥାଏ ।

ଦେହର ଦୂଷିତ ପଦାର୍ଥ କୌଣସି ଜାଗାରେ ଜମିଯାଇଥାଏ ଓ ସେହି ଜାଗାରେ ଯନ୍ତ୍ରଣା ହେବାକୁ ଆରମ୍ଭ ହୋଇଯାଇଥାଏ । କିଡନୀ ଖରାପ ହୋଇଗଲେ ରକ୍ତ ଭଲ ଭାବରେ ପରିଷ୍କାର ହୋଇପାରେ ନାହିଁ । ଯେଉଁଠି ରକ୍ତ ଜମାଟ ବାନ୍ଧି ହୋଇରହିଯାଇଥାଏ । ସେହି ଜାଗାରେ ନାଲି ନାଲି କିଛି ଫଳି କୁଣ୍ଡାଇ ହେବାକୁ ଆରମ୍ଭ ହେଲେ ଏହା ମଧ୍ୟ କିଡନୀ ଖରାପ ସଂକେତ ଦେଇଥାଏ ।

ଏହାଛଡା ଶରୀରରେ ବହୁତ ଥକାପଣ ଅନୁଭବ ହୋଇଥାଏ । ପରିଶ୍ରା କରିବା ସମୟରେ ୟୁରିନ୍ ରେ କିଛି ପରିବର୍ତନ ଆସିଲେ । ଏହାକୁ ଜମାରୁ ହେଳା କରିବା ଉଚିତ ନୁହେଁ। କିଡନୀକୁ ଭଲ ରଖିବା ପାଇଁ ପ୍ରଚୁର ପାଣି ପିଇବା ଦରକାର । ଧୂମ୍ରପାନ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର କିଡନୀ ଖରାପ ହେବାର ଅଧିକ ସମ୍ଭାବନା ଥାଏ, ତେଣୁ ଏଥିରୁ ବଞ୍ଚିକି ରୁହନ୍ତୁ । ପରିଶ୍ରାକୁ କେବେ ଅଧିକ ସମୟ ପାଇଁ ଶରୀରରେ ରଖନ୍ତୁ ନାହିଁ, ନଚେତ ଏହାର ଖରାପ ପ୍ରଭାବ କିଡନୀ ଉପରେ ପଡିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ନିହାତି ଭାବରେ ଲାଇକ୍ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *