୧- ବନ୍ଧୁଗଣ, ଆପଣଙ୍କ ଘରେ କ୍ଷୀର ଉତୁରିଲା ଯଦି ତାହା ଶୁଭ କିନ୍ତୁ ଯଦି ଉତୁରିକି ତଳେ ପଡିଗଲା ତାହା ଅଶୁଭ ଅଟେ । ପୋଡିଯାଇଥିବା କ୍ଷୀରର ବାସ୍ନା ନାକକୁ ଆସିଲେ ତାହା ବହୁତ ଖରାପ ଅଟେ । ଏଣୁ ଆପଣ ଜଗିକରି କ୍ଷୀର ଗରମ କରନ୍ତୁ । ୨- ଯେଉଁ ଲୋକ ମଇଳା କପଡା ପିନ୍ଧେ, ଯିଏ ବହୁତ ଖାଏ, ଯିଏ କଠୋର ଭାଷା କହିଥାଏ ଏବଂ ଯେଉଁ ଲୋକ ସୂର୍ଯ୍ୟ ଉଦୟ ପରେ ଉଠେ ସେ ଯେତେ ପ୍ରାଭାବଶାଳୀ ହେଲେ ମଧ୍ୟ ଲକ୍ଷ୍ମୀ କୃପା ପ୍ରାପ୍ତ କରି ନଥାଏ ।
୩- ଯେଉଁ ଲୋକ ସମ୍ପର୍କୀୟ ପ୍ରତି ଉଦାର, ଭାଦ୍ର ଲୋକଙ୍କ ପ୍ରତି ଭଲ ପାଇବା, ନୀଚ ଲୋକଙ୍କ ପ୍ରତି ଧୃତ ସ୍ଵଭାବ, ବିଦ୍ଵାନ ଙ୍କ ପ୍ରତି ସତ୍ୟବାନ, ଶତ୍ରୁ ପ୍ରତି ସାହସୀ ହୋଇଥାଏ ସେ ସୁଖୀ ହୋଇଥାଏ । ୪- ନିଜ ଆବଶ୍ୟକତା ଠାରୁ ଅଧିକ ପ୍ରାପ୍ତ କରିଥିବା ସମ୍ପତ୍ତି ଦାନ କରିଦେବା ଉଚିତ । କାରଣ କର୍ଣ୍ଣ, ବଳି ଏବଂ ବିକ୍ରମାଦିତ୍ୟ ଭଳି ରାଜା ମାନଙ୍କୁ ଦାନୀ ସ୍ଵଭାବ ପାଇଁ ଲୋକେ ମନେ ରଖିଛନ୍ତି ।
୫- ବିଦ୍ୟାର୍ଥୀ ମାନେ କାମ, କ୍ରୋଧ, ଲୋଭ, ସ୍ଵାଦିଷ୍ଠ ଭୋଜନ, ଅଧିକ ନିଦ୍ରା, ଶରୀରର ଶୃଙ୍ଗାର ଏବଂ ଅଧିକ ଜିଜ୍ଞାସା ତ୍ୟାଗ କରିଦେବା ଉଚିତ । ୬- ଯେଉଁ ଲୋକ ଏକ ବର୍ଷ ପର୍ଯ୍ୟନ୍ତ ଭୋଜନ କରିବା ପୂର୍ବ ରୁ ଠାକୁରଙ୍କୁ ଧ୍ୟାନ କରେ ଏବଂ ମୁହଁ ରୁ କୌଣସି ଶବ୍ଦ ବାହାର କରେ ନାହିଁ, ସେ ବହୁ କାଳ ପର୍ଯ୍ୟନ୍ତ ସ୍ଵର ଲୋକ ରେ ବାସ କରିଥାଏ ।
୭- ଶରୀରକୁ ଯେତେ ଗାଧୋଇ ଦେଲେ ମଧ୍ୟ ମନର ମଇଳା କେବେ ଧୋଇ ହୁଏ ନାହିଁ । ସେହିପରି ମଦପାତ୍ର କୁ ଯେତେ ଅଗ୍ନି ରେ ପକାଇଲେ ମଧ୍ୟ ପବିତ୍ର ହୋଇ ନଥାଏ ।
୮- ସଂସାରରେ ଆକାର ନୁହେଁ, ଯାହାର ଶକ୍ତି ଅଧିକ ସେ ବଡ ହୋଇଥାଏ । ଯେପରି ହାତୀ ଯେତେ ବଡ ହେଲେ ମଧ୍ୟ ଅଙ୍କୁଶ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।
୯- ଉଦାରତା, ବଚନ ମଧୁରତା, ସାହସ ଏବଂ ବିବେକପୂର୍ଣ୍ଣ ଆଚରଣ କେଉଁଠାରୁ ପ୍ରାପ୍ତ ହୋଇ ନଥାଏ । ଏହା ସ୍ଵତଃସିଦ୍ଧ ଭାବେ ରହିଥାଏ ।
୧୦- ବାହାର ଲୋକଙ୍କୁ ଅପମାନିତ କରିଲେ, ସମ୍ପତ୍ତି ନଷ୍ଟ ହୋଇଥାଏ, ନିଜ ଲୋକଙ୍କୁ ଅପମାନିତ କରିଲେ, ଜୀବନ ନଷ୍ଟ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ