ଖଟ ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି 3 ଟି ଜିନିଷ, ଧୀରେ ଧୀରେ ହେବ ସର୍ବନାଶ- Vastu Tips

ବନ୍ଧୁଗଣ ବାସ୍ତୁଶାସ୍ତ୍ର ହେଉଛି ଏକ ଏପରି ବିଷୟ ଯାହା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ଦୂର କରିଥାଏ ଓ ଘରେ ସକାରାତ୍ମକ ଶକ୍ତିକୁ ବଢାଇଥାଏ । ଗୃହରେ ସୁଖ ସମୃଦ୍ଧିକୁ ବଢାଇବା ପାଇଁ ଏକ ସକାରାତ୍ମକ ପରିବେଶ ନିହାତି ଆବଶ୍ୟକ ।

ଯଦି ଆପଣଙ୍କ ଘରର କିଛି ଜିନିଷ ବାସ୍ତୁର ନିୟମ ଅନୁସାରେ ନାହିଁ ତା ହେଲେ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ବଢିବା ସହିତ ପରିବାର ବିନାଶ ଦିଗକୁ ଅଗ୍ରସର ହୋଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଖଟ ବା ବିଛଣା ସହ ଜଡିତ ବାସ୍ତୁଶାସ୍ତ୍ର ବିଷୟରେ କହିବାକୁ ଯାଉଛୁ ।


ଆପଣ ଯେଉଁ ଠାରେ ନିଦ୍ରା ଗ୍ରସ୍ତ ହେଉଛନ୍ତି ସେହି ସ୍ଥାନରେ କିଛି ବିଶେଷ ଜିନିଷ ରଖିବା ଉଚିତ ହୋଇନଥାଏ । ଯଦି ଆପଣ ଏପରି କରିବେ ତା ହେଲେ ସମସ୍ତ ନକରାତ୍ମକ ଊର୍ଜା ଆପଣଙ୍କ ଶରୀର ମଧ୍ୟକୁ ଯାଇଥାଏ ଏବଂ ଆପଣଙ୍କ ଘରେ ଖରାପ ଓ ଭୁଲ କାର୍ଯ୍ୟ ଗୁଡିକ ହୋଇଥାଏ । ତେଣୁ ଏହାର ପ୍ରଭାବ ଆପଣଙ୍କ ଗୃହର ଉନ୍ନତି ଓ ଶାନ୍ତି ଉପରେ ପଡିଥାଏ । ତେଣୁ ଆପଣ ମାନେ ନିଜ ଶୋଇବା ବିଛଣାରେ ଭୁଲ ସେ ମଧ୍ୟ ଏହି ସବୁ ଜିନିଷ ଗୁଡିକୁ ରଖନ୍ତୁ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ପଲଙ୍କ ତଳେ ଜୋତା ବା ଚପଲ ରଖିବା ଉଚିତ ନୁହେଁ । କିଛି ଲୋକ ନିଜର ଅବହେଳା କାରଣରୁ ଏହି ଭୁଲ କରି ଥାନ୍ତି । ଯଦି ବନ୍ଧୁଗଣ ଆପଣ ଏହି ଭୁଲ କରୁଛନ୍ତି ତା ହେଲେ ଶୀଘ୍ର ନିଜର ଏହି ଅବ୍ୟାସକୁ ବଦଳାଇ ଦିଅନ୍ତୁ । କାରଣ ଜୋତା ବା ଚପଲରେ ବହୁତ ନକରାତ୍ମକ ଶକ୍ତି ରହିଥାଏ । ଏହାକୁ ଖଟ ତଳେ ରଖିବା ଦ୍ଵାରା ଏଥିରେ ଥିବା ନକରାତ୍ମକ ଉର୍ଜ ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରିଥାଏ । ଏହା ଆଗକୁ ଯାଇ ଆପଣଙ୍କ ବିନାଶର କାରଣ ମଧ୍ୟ ହୋଇଥାଏ ।

୨. ବନ୍ଧୁଗଣ ବହୁତ ଲୋକ ନିଜ ଖଟ ପାଖରେ ପାପୋଛା ରଖିଥାନ୍ତି କାରଣ ସେମାନେ ନିଜ ପାଦକୁ ପୋଛିବା ପରେ ବିଛଣା ଉପରକୁ ଯିବା ପାଇଁ ଇଛା କରିଥାନ୍ତି । ହେଲେ ବନ୍ଧୁଗଣ ଲୋକମାନଙ୍କୁ ଏହି କଥାର ଧ୍ୟାନ ନିହାତି ରଖିବା ଉଚିତ ଯେ, ଯେପରି ସେହି ପାପୋଛା ଖଟ ତଳକୁ ନଯିବ । ଖଟ ତଳେ ପାପୋଛା ରହିବା ଦ୍ଵାରା ଘର ମଧ୍ୟରେ ବହୁତ ନକରାତ୍ମକ ଶକ୍ତିର ପ୍ରଭାବ ବଢି ଥାଏ ଯାହା ଆପଣଙ୍କ ବିନାଶର କାରଣ ହୋଇପାରେ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଭୁଲକୁ ଭୁଲ ସେ ମଧ୍ୟ କରନ୍ତୁ ନାହିଁ ।

୩. ବନ୍ଧୁଗଣ ଆପଣ ଯେଉଁ ସ୍ଥାନରେ ସଉଛନ୍ତି ସେହି ସ୍ଥାନରେ ବା ବିଛଣାରେ ଫାଟ ନଥିବା ଦରକାର । କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଫାଟ ଥିବା ସ୍ଥାନରେ ଶୋଇବା ଦ୍ଵାରା ଘରେ ଦାରିଦ୍ରତା ଆସିଥାଏ । ଏହା ବ୍ଯତୀତ ଗୃହରେ ବହୁତ ଟଙ୍କା ଖର୍ଚ ହୋଇଥାଏ, ଦୁର୍ଘଟଣା ଘଟିଥାଏ ଓ ରୋଗ ଆଦି ମଧ୍ୟ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ସବୁ ଜିନିଷକୁ ନିଶ୍ଚୟ ଗୁରୁତ୍ଵ ଦିଅନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *