ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଖରାପ ସମୟରେ ଏହି ଦୁଇଟି କାମ ନିଶ୍ଚୟ କରନ୍ତୁ- ଶ୍ରୀମତ ଭଗବତ ଗୀତା

ନମସ୍କାର ବନ୍ଧୁଗଣ ଆପଣ ମାନେ ପ୍ରାୟତଃ ଦେଖିଥିବେ କି ଅନେକ ଲୋକ କୁହନ୍ତି କି ମୋର ସମୟ ଏବେ ବହୁତ ଖରାପ ଚାଲିଛି କିନ୍ତୁ କଣ କରିବି ତାହା ଜାଣି ପାରୁନି । କେମିତି ମୋ ଖରାପ ସମୟ କୁ ଭଲ ସମୟରେ ପରିଣତ କରିବି ।

କିନ୍ତୁ ସତ୍ୟ ତ ଏହା ଅଟେ କି ଆପଣ ଦୁଇଟି ଜିନିଷ ନିଜ ଖରାପ ସମୟରେ ନିଶ୍ଚୟ କରିବା ଉଚିତ ଏବଂ ଅନେକ ଲୋକ ଏହି ଦୁଇଟି ଜିନିଷ କରିବା ଛାଡ଼ି ଦିଅନ୍ତି । ଖରାପ ସମୟ ବିଷୟରେ ଭଗବତ ଗୀତା ରେ ଶ୍ରୀ କୃଷ୍ଣ କଣ କହିଛନ୍ତି ଚାଲନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।

ଚାଲନ୍ତୁ ଏକ କାହାଣୀ ମାଧ୍ୟମରେ ଜାଣିବା କି ଖରାପ ସମୟରେ ଆମକୁ କଣ କରିବାର ହେବ । ମଧୁପୁର ଗ୍ରାମରେ ଗୋଟିଏ ଗରିବ ଚାଷୀ ରହୁଥିଲା । ସେ ପରିଶ୍ରମୀ ଥିଲା । ସମସ୍ତ ଙ୍କ ସହ ବହୁତ ଭଲ ବ୍ୟବହାର ମଧ୍ୟ କରୁଥିଲା ଏବଂ ସମସ୍ତ ଙ୍କୁ ଆଦର ମଧ୍ୟ କରିଥାଏ । ସେ ନିଜ ପରିବାରରେ ବହୁତ ଖୁସି ଥିଲା । ସେ ପ୍ରତିଦିନ ଭଗବାନ ଙ୍କ ମନ୍ଦିର ଯାଇ ସେଠାରେ କିଛି ସମୟ ରହି ପାର୍ଥନା କରୁଥିଲା ଏବଂ ତା ସ୍ତ୍ରୀ ମଧ୍ୟ ପ୍ରତିଦିନ ତା ସହିତ ମିଶି ସକାଳୁ ପୂଜା ପାଠ କରୁଥିଲା ।

ଚାଷୀ ପୂଜା ପାଠ କରି ନିଜ ଚାଷ ଜମିକୁ ଯାଇଥାଏ ନିଜର କାମ କରିବା ପାଇଁ । ସେ ପୁରା ଦିନ ବିଲରେ ବହୁତ ପରିଶ୍ରମ କରିଥାଏ । ତାର ଜୀଵନ ବହୁତ ଭଲ ଚାଲିଥାଏ । କିନ୍ତୁ ସେ ତାର ପରିଶ୍ରମ ରେ ଅଧିକ ଟଙ୍କା ରୋଜଗାର କରି ପାରୁ ନଥିଲା । କିନ୍ତୁ ସେ ଯାହାବି ରୋଜଗାର କରୁଥିଲା ସେଥିରୁ କିଛି ଟଙ୍କା ଲୋକଙ୍କ ସେବାରେ ଲଗେଇ ଥାଏ ।

ଦିନେ ତାଙ୍କ ଗ୍ରାମରେ ଏକ ଅଜଣା ମହାମାରୀ ବ୍ୟାପି ଗଲା । ଚାଷୀ ର ଗୋଟିଏ ମାତ୍ର ପୁଅ ଥିଲା ଏବଂ ସେ ସେହି ମହାମାରୀ ର ଶିକାର ହୋଇଥିଲା ଏବଂ ତାର ଚିକିତ୍ସା ପାଇଁ ତାକୁ ସହରକୁ ନିଆ ଗଲା ସେଠାରେ ଡାକ୍ତର ଖାନାରେ ତାର ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚ ହେଲା ଏବଂ ଚାଷୀ ପାଖରେ ସେତେ ପଇସା ନଥିଲା । ଏହା ଦେଖି ସେ ବହୁତ ହତାଶ ହୋଇ କାନ୍ଦିବାକୁ ଲାଗିଲା । ସେ କେବେ ନିଜକୁ ଏବଂ କେବେ ଭଗବାନ ଙ୍କୁ ଦୋଷ ଦେବାରେ ଲାଗିଲା । କିନ୍ତୁ ତାର ସ୍ତ୍ରୀ ପ୍ରତିଦିନ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରୁଥିଲା ଏବଂ ତାକୁ ବିଶ୍ୱାସ ଥିଲା କି ତାର ଏହି ଅସୁବିଧା ଦୁର ହୋଇଯିବ ।

ଦିନେ ସେ ମନ୍ଦିରରେ ଏକ ସେଠ ଆସିଲେ । ଦୁହିଁଙ୍କ ଭିତରେ କଥା ବାର୍ତ୍ତା ରୁ ସେ ଜାଣି ପାରିଲେ କି କୃଷକ କୁ ଦଶ ହଜାର ଟଙ୍କା ଦରକାର । ସେଠ ନିଜ ପକେଟ ରୁ ପଇସା ବାହାର କରି ଦେଲେ ଏବଂ ତା ସହିତ ଗୋଟିଏ କାଗଜ ରେ ନିଜର ଠିକଣା ଦେଲେ ଏବଂ କହିଲେ କି ଆବଶ୍ୟକ ହେଲେ ସାହାଯ୍ୟ ପାଇଁ ଆସି ପାରିବ । କୃଷକ ର ସ୍ତ୍ରୀ ସେ ପଇସା ନେଇ କହିଲେ ମୋତେ ଏ କାଗଜ ର କୌଣସି ଆବଶ୍ୟକତା ନାହିଁ । ମୁଁ ଜାଣିଛି ଏହି ପଇସା କିଏ ପଠାଇଛି । ଏହା ପରେ ସେ ଈଶ୍ଵର ଙ୍କୁ ପ୍ରଣାମ କଲେ । ଏହାକୁ ହିଁ କୁହାଯାଏ ଅତୁଟ ବିଶ୍ୱାସ ।

ଯାହାକି ଆମ ଖରାପ ସମୟରେ ଏହାର ଆବଶ୍ୟକତା ରହିଛି କିନ୍ତୁ ଆମେ ସେହି ସମୟରେ ସବୁ ଭୁଲି ଯାଇଥାଉ । ଭଗବାନ ଶ୍ରୀକୃଷ୍ଣ ଭଗବତ ରେ କୁହନ୍ତି କି ଯେଉଁ ବ୍ୟକ୍ତି ମୋ ଉପରେ ବିଶ୍ୱାସ ଏବଂ ଆସ୍ଥା ଥାଏ ତାହା ସହ ମୁଁ ସର୍ବଦା ରହିଥାଏ । ତେଣୁ ଖରାପ ସମୟରେ ଭଗବାନ ଙ୍କ ଠାରୁ ଦୂରରେ ରହିବା ଉଚିତ ନୁହେଁ । ଦ୍ଵିତୀୟ କଥା ଟି ହେଉଛି ଆମର ଖରାପ ସମୟରେ କେବେବି ପରାଜୟ ଗ୍ରହଣ କରି ବସିବା ଉଚିତ ନୁହେଁ । ସେଠାରେ ଆମକୁ ସାହାସର ସହିତ ନିଜର କାମ କୁ ସମ୍ପୂର୍ଣ୍ଣ କରିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *