ଖରାପ ଲୋକଙ୍କର ଏହି 5 ଟି ଲକ୍ଷଣ ଜାଣି ରଖନ୍ତୁ, କେବେ ବି ଖାଇବେନି ଧୋକା…(Dr APJ Abdul Kalam Motivational Tips)  

ନମସ୍କାର ବନ୍ଧୁଗଣ । ଜୀବନରେ ଆମେ ପ୍ରତ୍ଯେକ ଦିନ ଭିନ୍ନ ଭିନ୍ନ ପ୍ରକାର ର ଲୋକ ମାନଙ୍କ ସହ ମିଳିଥାଉ । କିଛି ଲୋକ ହଟାତ ଅଜଣା ରୁ ଜଣା ହୋଇଯାଆନ୍ତି ତ ପୁଣି କିଛି ଜଣା ରୁ ବନ୍ଧୁ । ସେହି ସ୍ତାହନରେ ପୁଣି କିଛି ଏପରି ମଧ୍ୟ ଥାନ୍ତି ଯେ କି ଦେଖୁ ଦେଖୁ ଜଣା ରୁ ହଟାତ ଅଜଣା ମଧ୍ୟ ହୋଇ ଯାଆନ୍ତି ତ ପୁଣି ବନ୍ଧୁ ହୋଇ ମଧ୍ୟ ବନ୍ଧୁ ହୋଇ ନଥାନ୍ତି । ଏକ ସୁନ୍ଦର ଲୋକ ବାଣୀ ମଧ୍ୟ ଏହି ସମ୍ବନ୍ଧରେ ଶୁଣିବାକୁ ମିଳେ । ଯାହାକି, ‘ ବହୁ ଦୂର ପର୍ଯ୍ୟନ୍ତ ଚାଲି ଗଲି.. କେବଳ ଏହା ଜାଣିବା ପାଇଁ ପ୍ରକୃତ ରେ ନିଜର କିଏ ଓ ପର କିଏ ? ‘

ବନ୍ଧୁଗଣ ସମୟ ର ସହ ଜୀବନରେ ପ୍ରକୃତ ବନ୍ଧୁ କିଏ ତାହା ଅତି ସହଜ ରେ ଜାଣି ହୋଇଥାଏ । କିନ୍ତୁ ବନ୍ଧୁଗଣ ବୁଦ୍ଧିମାନ ମନୁଷ୍ୟ ଉପଯୁକ୍ତ ସମୟ କୁ ଅପେକ୍ଷା ନ କରି ସମୟ ପୂର୍ବରୁ ହିଁ ଜୀବନରେ ଥିବ ମିଛ ଖଳ ପ୍ରବୃତିର ଲୋକ ଙ୍କ ଠାରୁ ଦୂରେଇ ଯାଇଥାଏ । ଯାହାକି ସମୟ ଆସିଲେ ତାଙ୍କୁ ପଡିବାକୁ ବା ଜୀବନରେ ହାରିବାକୁ ମଧ୍ୟ ଦେଇ ନଥାଏ ।

ଏ ଦୁନିଆ ରେ ଯେତେ ମଧ୍ୟ ସଫଳ ବ୍ୟକ୍ତି ମାନେ ଅଛନ୍ତି ସେମାନେ ତାଙ୍କ ସମୟରେ ଜୀବନରେ ସଫଳତା କୁ ପ୍ରାପ୍ତ କରିବା ପାଇଁ କିଛି ଅମୂଲ୍ୟ କଥା ଅଗୁଡିକ ଲେଖି ଯାଇଛନ୍ତି । ଯାହା ଜାଣି ଆପଣ ଯଦି ନିଜ ଜୀବନରେ ପାଳନ କରିବେ, ତେବେ ବନ୍ଧୁଗଣ ଆପଣ ମଧ୍ୟ ନିଜ ଜୀବନରେ ସଫଳତା କୁ ପ୍ରାପ୍ତ କରିବେ । ଓ ଏକ ସୁଖମୟ ଜୀବନ ଯାପନ କରିବେ । 

ଖଳ ବା ଖରାପ ପ୍ରକୃତି ଲୋକ ଙ୍କୁ ଚିହ୍ନିବାର ପ୍ରଥମ ଲକ୍ଷଣ ଟି ହେଉଛି, ସେମାନେ ସବୁବେଳେ ନିଜ କୁ ବଡ ବୋଲି ଦେଖାଇଥାନ୍ତି । ତାହାସହ ଏହି ଲୋକ ମାନେ ସବୁବେଳେ ଦୁଇ ପଟୁଆ ହୋଇ ରହିଥାନ୍ତି । ଆଗରେ ଏକ କଥା ଓ ପଛରେ ଏକ କଥା କହିଥାନ୍ତି । ତେଣୁ ଏଭଳି ଲୋକ ଙ୍କ ଠାରୁ ମଧ୍ୟ ସବୁବେଳେ ଦୂରରେ ରହିବା ଉଚିତ ।

ଦ୍ବିତୀୟରେ ବନ୍ଧୁଗଣ ଯେଉଁ ଲୋକ ମାନେ ସବୁବେଳେ ଅନ୍ୟର କଥା ଆଲୋଚନା କରନ୍ତି, ବା ସବୁବେଳେ ସମସ୍ତ ଙ୍କର ସବୁକଥା ରେ ଖୁଣ ବାଛିଥାନ୍ତି । ତୃତୀଯରେ ବନ୍ଧଗଣ ଖରାପ ପ୍ରକୃତିର ଲୋକ ମାନେ ସବୁବେଳେ ନିଜର ସ୍ଵାର୍ଥ ପାଇଁ ଅନ୍ୟକୁ ମିଛ ପ୍ରଶଂସା କରିଥାନ୍ତି । ଓ ସ୍ଵାର୍ଥ ପୂର୍ଣ ପାଇଁ ସବୁବେଳେ ଜୀବନରେ ପାୱାର ପଛରେ ଘୁରି ବୁଲନ୍ତି । ଯେଉଁଠି ଟଙ୍କା ପଇସା ଥାଏ ସେହି ଠାରେ ରହିବେ ।

କେତେବେଳେ ଗରମ ତ ପୁଣି କେତେବେଳେ ଥଣ୍ଡା ଆଚରଣ କରିଥାନ୍ତି । ନିଜର ସ୍ଵାର୍ଥ ହତିଳେ ନରମ ହୋଇ କଥା କହିବେ ଏବଂ ଆବଶ୍ୟକ ସରିଗଲେ ଗରମ ହୋଇ କଥା ବାର୍ତ୍ତା କରିବେ ।  ଶେଷ ରେ ବନ୍ଧୁଗଣ ପଞ୍ଚମ ଲକ୍ଷଣ ଟି ହେଉଛି ଯେଉଁ ସମୟରେ ଆପଣ ଙ୍କର ଆବଶ୍ୟକ ପଡିବ ସେହି ସମୟରେ ହିଁ ସେ ଆପଣଙ୍କ ଠାରୁ ଦୂରେଇ ଯିବେ । ଆପଣ ଅସୁବିଧାରେ ଥିବା ସମୟରେ ସେ ଆପଣଙ୍କ ଠାରୁ କିଛି ନା କିଛି ବାହନା କରି ଦୂର ହୋଇଯିବେ ।

ସବୁଠାରୁ ବଡ କଟାହ ହେଉଛି ଖରାପ ଲୋକଙ୍କ ଠାରେ କୌଣସି ପ୍ରକାର କିଛି ଆନ୍ତରିକତା ନଥାଏ । ତେଣୁ ଏପରି ବ୍ୟକ୍ତିତ୍ବ ଥିବା ଲୋକ ମାନଙ୍କ ଠାରୁ ସବୁବେଳେ ଦୂରେଇଯିବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆଜିର ଏହି ପୋଷ୍ଟ ଟି କିପରି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ 

Leave a Reply

Your email address will not be published. Required fields are marked *