ଖରାପ ସମୟରେ ମୋର ଏହି 1 କଥା ସବୁବେଳେ ମନେ ରଖିଥିବେ- Krishna Vani

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଲୋକମାନେ ବହୁତ ଭାବରେ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ହିନ୍ଦୁ ଧର୍ମ ର ଲୋକ ମାନଙ୍କ ପାଇଁ ଶାସ୍ତ୍ର ର ବହୁତ ମହତ୍ୱ ରହିଛି ।

ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ରଚିତ ଶ୍ରୀମଦ ଭଗବତ ଗୀତା କୁ ହିନ୍ଦୁ ଧର୍ମ ର ମୁଖ୍ୟ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଇଥାଏ । ଦୁନିଆ ରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ଏହି ଭଗବତ ଗୀତା ରେ ନ ଥିବ ।

ମନୁଷ୍ୟ ର ସାମାଜିକ ଜୀବନ କଥା ଵସ୍ତୁ କୁ ନେଇ ଭଗବତ ଗୀତା ରଚନା କରାଯାଇଛି । ଗୀତା ରେ ମନୁଷ୍ୟ ଜୀବନ ର ପ୍ରତି ଟି କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଯେତେବେଳେ ମନୁଷ୍ୟ ଦୁଃଖିତ ରହିଥାଏ ସେତେବେଳେ ଶ୍ରୀକୃଷ୍ଣ ଙ୍କ ର ଏହି କଥା ଗୁଡିକୁ ଶୁଣିବା ଦ୍ଵାରା ତାର ସମସ୍ତ ଦ୍ଵନ୍ଦ ଦୂର ହୋଇଯାଇଥାଏ ।

ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଜୀବନ ଜୀଇଁବାର କେବଳ ଦୁଇଟି ବାଟ ଅଛି । ଗୋତୁଏ ହେଉଛି ଜ୍ଞାନ ର ମାର୍ଗ ଓ ଅନ୍ୟଟି ହେଉଛି ସାଂସାରିକ ଜୀବନ,ଲୋଭ,ମୋହ ଇତ୍ୟାଦି । ମନୁଷ୍ୟ ନିଜ ମନର ଦାସ ହୋଇଥାଏ । ମନୁଷ୍ୟ ତାହା ହିଁ କରିଥାଏ ଯାହା ତା ମନ କହିଥାଏ । କେତେକ ମନୁଷ୍ୟ ଧନ ଓ ବନ୍ଧୁତା ପାଇବା ପରେ ମଧ୍ୟ ଖୁସି ରେ ରହି ନ ଥାନ୍ତି । ସେହିପରି ଲୋକଙ୍କୁ ସବୁବେଳେ ଦୁଃଖ ଚିନ୍ତା ଘେରି ହୋଇ ରହିଥାଏ ।

ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଆପଣ ବେଶୀ ସମୟ ଅନ୍ୟ ବିଷୟ ରେ ଚିନ୍ତା କରିବା ଉଚିତ ନୁହେଁ । ବରଂ ସେହି ସମୟ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । କାରଣ ଦ୍ଵିତୀୟ ଲୋକ ତୁ ଯାହା କରୁଛି ତାହା ତାର କର୍ମ ଅଟେ ତେଣୁ ଅନ୍ୟର କାମ ଉପରେ ନଜର ନ ରଖି ନିଜର କାମ ଉପରେ ଧ୍ୟାନ ଦେବା ଉଚିତ । ଶ୍ରୀକୃଷ୍ଣ କହିଛନ୍ତି ନର୍କ କୁ ଯିବାର ତିନୋଟି ମାର୍ଗ ହେଉଛି ଲୋଭ,କ୍ରୋଧ ଓ କାମନା । ତେଣୁ ଏହି ସବୁରୁ ଦୁରେଇ ରହିବା ଉଚିତ ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କର୍ମ କର ଫଳ ର ଆଶା ରଖ ନାହିଁ କାରଣ କର୍ମ ସବୁବେଳେ ଭଲ ଫଳ ହିଁ ଦେଇଥାଏ । କଣ ହୋଇଥିଲା କଣ ହେଉଛି ଓ କଣ ହେବାକୁ ଯାଉଛି ଏହି ସବୁ ବିଷୟରେ ଆପଣ ସବୁବେଳେ ଚିନ୍ତା କରୁଥାନ୍ତି କିନ୍ତୁ ଆପଣ ବିତି ଯାଇଥିବା କାଲି କୁ ଠିକ କରିପାରିବେ ନାହିଁ ତେଣୁ ଆପଣ ସବୁବେଳେ ନିଜର ବର୍ତ୍ତମାନ କୁ ନେଇ ବଞ୍ଚନ୍ତୁ ଆଗତ ଓ ଭବିଷ୍ୟତ କଥା ଚିନ୍ତା କରନ୍ତୁ ନାହିଁ । ଶ୍ରୀକୃଷ୍ଣ ଙ୍କ ମତରେ ବର୍ତ୍ତମାନ ଯାହା ହେଉଛି ତାହାକୁ ବଦଳା ଯାଇ ପାରିବି ନାହିଁ ।

ତେଣୁ ଯାହା ବି ହେଉଛି ତାହା ଭଲ ହେଉଛି ଭାବି କରି ନିଜର କାର୍ଯ୍ୟ କରିଚାଲନ୍ତୁ । ଏହି ଶରୀର ଆପଣଙ୍କର ନୁହେଁ ଏହି ଶରୀର ପଞ୍ଚତତ୍ୱ ରୁ ସୃଷ୍ଟି ଓ ପୁଣି ସମୟ ଆସିଲେ ତାହା ସେଥିରେ ହିଁ ମିଶିଯିବ । ତେଣୁ ନିଜ ଶରୀର କୁ ନେଇ କେବେ ବି ଗର୍ବ କରନ୍ତୁ ନାହିଁ । କେବଳ ଆତ୍ମା ହିଁ ଆପଣଙ୍କ ର ହୋଇଥାଏ । ମନୁଷ୍ୟ ନିଜ ବିଶ୍ୱାସ ରୁ ଜନ୍ମ ହୋଇଥାଏ ତେଣୁ ନିଜ ଉପରେ ବିଶ୍ୱାସ ରଖି କର୍ମ କରିଲେ ସେ ଯେକୋୖଣସି କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିପାରେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *