ଖାଲି ପେଟରେ ଗୁଡ଼ ଖାଇ ଗରମ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଜାଣିଲେ ପାଦ ତଳୁ ମାଟି ଖସିଯିବ- Health Tips

ଗୋଟିଏ ଦିନର ଛୋଟ ଶିଶୁକୁ ମା ଦୁଗ୍ଧ ବ୍ୟତୀତ ଆଉ କିଛି ଖାଇବାକୁ ଦିଆ ଯାଏ ନାହିଁ । ମାତ୍ର ଆପଣ କଣ ଜାଣିଛନ୍ତି କି ଆମ ଭାରତର ଅନେକ ସ୍ଥାନରେ ନବଜାତ ଶିଶୁକୁ ମଧ୍ୟ ଗୁଡ ଖାଇବାକୁ ଦିଆଯାଏ ।

ଏଥିରୁ ଆପଣ ଅନୁମାନ କରି ପାରୁଥିବେ ଗୁଡ କେତେ ଅଧିକ ପୌଷ୍ଟିକ ଓ ଲାଭଦାୟକ ହୋଇପାରେ । ତେବେ ସକାଳୁ ଏହି ଗୁଡ଼ ଖଣ୍ଡେ ଖାଇ ହାଲୁକା ଗରମ ପାଣି ପିଇଲେ ତାହା ଆମ ଶରୀର ପାଇଁ ବହୁତ ଲାଭଜନକ ହୋଇଥାଏ । ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମ୍ ରେ ବାଗଭଟ୍ଟ ଋଷି ଦେଇଥିବା ଉପଚାର ବିଷୟରେ ଜାଣିବା ।

ଗୁଡ଼ର ଫାଇଦା ବିଷୟରେ ଜାଣିବା ପୂର୍ବରୁ କେଉଁ ଗୁଡ଼ ଆପଣ ବଜାରରୁ କିଣିବେ ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ବଜାରରୁ ହଳଦୀ ରଙ୍ଗ ଦେଖା ଯାଉଥିବା ଗୁଡ଼ କେବେ ମଧ୍ୟ କିଣନ୍ତୁ ନାହିଁ । ସବୁବେଳେ ତମ୍ବା ରଙ୍ଗର ବା ଗାଢ଼ ରଙ୍ଗର ଗୁଡ଼ କିଣନ୍ତୁ । ସକାଳୁ ଉଠି ୨ ଇଞ୍ଚ ର ଖଣ୍ଡେ ଗୁଡ଼ ଖାଇ ହାଲୁକା ଗରମ ପାଣି ପିଇଲେ ଆପଣ ଏହାର ଅନେକ ଲାଭ ପାଇବେ ।

ଗୁଡ଼ରେ ଫସଫରସ ପ୍ରଚୁର ମାତ୍ରାରେ ରହିଥାଏ ଓ ଫସଫରସ ଆମ ରକ୍ତକୁ ପରିଷ୍କାର କରିବାରେ ସାହାଯ୍ୟ କରିଥାଏ । ଡାଇବେଟିସ, ଥାଇରଏଡ, ରକ୍ତଚାପ, ମୁହଁରୁ ଚମକ ପକେଇବା, ବ୍ରଣ, ଦାଗ, ଚର୍ମ ରୋଗ ସବୁ ରକ୍ତ ଅପରିଷ୍କାର ରହିବା ହେତୁ ବା ସଠିକ୍ ଭାବେ ପରିଷ୍କାର ନ ହୋଇ ପାରିବା ହେତୁ ହୋଇଥାଏ । ଏହିପରି ପ୍ରାୟ ୧୫୦ ଟି ରୋଗ ଆମକୁ ରକ୍ତ ଅପରିଷ୍କାର ରହିବା ଯୋଗୁଁ ହୋଇଥାଏ । ରକ୍ତରେ ଅମ୍ଳ ଅଂଶ ଅଧିକ ରହିଲେ ତାହା ରକ୍ତକୁ ଅପରିଷ୍କାର କରାଇ ଥାଏ । ସେଥିପାଇଁ ଗୁଡ଼ ପରି ଆଲକ୍ଲେନ୍ ଖାଦ୍ୟ ଖାଇବା ଦ୍ବାରା ରକ୍ତର ଶୁଦ୍ଧି ହୋଇଥାଏ । ଏପରି ହେଉଥିଲେ ଖଟା ଜାତୀୟ ଖାଦ୍ୟ ଖାଇବା ଅନୁଚିତ୍ ଅଟେ । ମାତ୍ର ଯେଉଁମାନଙ୍କ ଡାଇବେଟିସ ଅଧିକ ରହିଛି ସେମାନେ ଗୁଡ଼ ଖାଇବା ଉଚିତ୍ ନୁହେଁ ।

ଅନେକ ସମୟରେ କେହି କେହି ୧୦ ଟି ଲେଖାଏଁ ରୋଟି ଖାଇଲେ ମଧ୍ୟ ମୋଟା ହୁଅନ୍ତି ନାହିଁ । ମାତ୍ର ଆଉ କେହି କେହି ଦୁଇଟି ରୋଟି ଖାଇ ମଧ୍ୟ ମୋଟା ହୋଇଯାଆନ୍ତି । ଏହାର କାରଣ ହେଉଛି ମେଟାବୋଲିଜିମ୍ ରେ ଅସନ୍ତୁଳନତା । ସକାଳୁ ଉଠି ଖାଲି ପେଟରେ ଖଣ୍ଡେ ଗୁଡ଼ ଖାଇ ହାଲୁକା ଗରମ ପାଣି ପିଇବା ଦ୍ଵାରା ଏହା ଆପଣଙ୍କର ମେଟାବୋଲିଜିମ୍ ରେ ସନ୍ତୁଳନ ଆଣିବାରେ ସାହାଯ୍ୟ କରେ । କାରଣ ଗୁଡ଼ ଖାଇବା ଦ୍ବାରା ଏହା ଆପଣଙ୍କ ହଜମ ଶକ୍ତି ବଢାଇ ଥାଏ ।

ଆପଣଙ୍କ ମୁହଁରେ ବ୍ରଣ ଓ ଦାଗ ହୋଇଥିଲେ, ଆଖି ତଳ କଳା ପଡୁଥିଲେ କିମ୍ବା କମ୍ ବୟସରୁ ଅଧିକ ବୟସ ହେଲା ପରି ଦିଶୁଥିଲେ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଗୁଡ଼ ବହୁତ ଲାଭଦାୟକ ଅଟେ ।

ଯଦି ଆପଣଙ୍କ ମଧ୍ୟରେ ବହୁତ ଦୁର୍ବଳତା, ଥକାପଣ ରହୁଛି ଓ କିଛି କାର୍ଯ୍ୟ କରିବାକୁ ଫୁର୍ତ୍ତି ଲାଗୁ ନାହିଁ ବା ଆଳସ୍ୟତା ରହୁଛି, ତେବେ ଏହି ସବୁ ଦୂର କରି ଆପଣଙ୍କ ମଧ୍ୟରେ ଫୁର୍ତ୍ତି ଆଣିବାରେ ମଧ୍ୟ ଗୁଡ଼ ବହୁତ ସହାୟକ । ହାତ, ଗୋଡ଼, ଗଣ୍ଠି ଆଦିରେ ଦରଜ ବ୍ୟଥା ରହୁଥିଲେ ମଧ୍ୟ ସକାଳୁ ଗୁଡ଼ ଖାଇବା ଦ୍ବାରା ଆପଣ ଉପଶମ ପାଇବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *