ବନ୍ଧୁଗଣ, ଭଗବାନ ଶିବ ଙ୍କୁ ମନ୍ଦାର, ନାଗାର୍ଜୁନ, ସେବତୀ, ଶ୍ଵେତପଦ୍ମ, ଅରଖ, ଜୟା, କଦମ୍ବ, ଦୁର୍ଦୁରା, ପଳାଶ, କୁଶ, ବଉଳ, ଅଗସ୍ତି, ଗଙ୍ଗ ଶିଉଳି, କାଶତଣ୍ଡି, ଦୁବ, ଚମ୍ପା ଏବଂ କେତକୀ, ଧଳା କନିଅର, ଧଳା ମନ୍ଦାର ଓ ବେଲ ପତ୍ର, ଏହି ଜିନିଷରେ ଯଦି ଆପଣ ଦେବା ଦେବା ମହାଦେବ କୁ ପୂଜାର୍ଚ୍ଚନା କରିବେ ତେବେ ଆପଣଙ୍କୁ ଉତ୍ତମ ଫଳ ପ୍ରାପ୍ତ ହେବ ।
ମା ଦୂର୍ଗା ଙ୍କୁ ମନ୍ଦାର, କୁନ୍ଦ, କୁନାର୍ଙ୍ଗ, ଜୟନ୍ତୀ, ନାଗେଶ୍ଵର, ପାଟଳୀ, ନବମଲ୍ଲିକା, ଏବଂ କନିଅର । ଏହି ସବୁ ଫୁଲରେ ଯଦି ମାତା ଦୂର୍ଗା ଙ୍କୁ ପୂଜାର୍ଚ୍ଚନା କରିବେ ତେବେ ସୁଖ ଶାନ୍ତି ପାଇବା ସହିତ ଶତ୍ରୁ ଦମନ ହେବେ । ଏବଂ ଶତ୍ରୁ ମାନେ ମଧ୍ୟ ଆପଣଙ୍କର କିଛି କ୍ଷତି କରିବେ ନାହିଁ ।
ଯଦି ସୂର୍ଯ୍ୟ ଭଗବାନ ଙ୍କୁ ଆପଣ ଚମ୍ପା, ଯାଇ, କୁନ୍ଦ, ପଦ୍ମ, ନାଗେଶ୍ଵର, ଶମୀ, କୁଶ, ଅଶୋକ, ପଳାଶ, ଆଗସ୍ତି, ଶତଦଳ ପଦ୍ମ, ଜବା, କରବୀର, ଗଙ୍ଗ ଶିଉଳି, କୁଷୁମ, ବାସନ୍ତୀ, ଏବଂ ଅରଖ । ଏହି ଫୁଲ ରେ ଯଦି ସୂର୍ଯ୍ୟ ଭଗବାନ ଙ୍କୁ ପୂଜାର୍ଚ୍ଚନା କରାଯାଏ ତେବେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତ ହୋଇଥାଏ । ଯଦି ଆପଣ ମାତା ଲକ୍ଷ୍ମୀ ଙ୍କୁ ପଦ୍ମ, ଚମ୍ପା, ଅଶୋକ, ପୁନାର୍ଙ୍ଗ, ସେବତୀ, କଦମ୍ବ, ଧୁତୁରା, ଦୁବ ଏବଂ ବେଲପତ୍ର । ଏହି ଜିନିଷ ରେ ଯଦି ଆପଣ ମାତା ଲକ୍ଷ୍ମୀ ଙ୍କୁ ପୂଜାର୍ଚ୍ଚନା କରନ୍ତି, ତେବେ ମାତା ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କ ଘରେ ଧନଧାନ୍ୟ ମଧ୍ୟ ପୂର୍ଣ୍ଣ ହୋଇଥାଏ ।
ଏହା ସହିତ ଆପଣଙ୍କ ଘରେ ସୁଖ ଶାନ୍ତି ମଧ୍ୟ ଲାଭ ହୋଇଥାଏ । ଏହିଘରେ ମଧ୍ୟ ଆପଣଙ୍କ ଧନ ଅଭାବ ହୁଏ ନାହିଁ । ଗଣେଶ ଭଗବାନ ଙ୍କୁ ଯଦି ଆପଣ ଅପରାଜିତା, ଶ୍ଵେତଦୁବା, ପୂର୍ଣାଙ୍ଗ, ପଦ୍ମ, ମନ୍ଦାର, ଅଶୋକ, ଚମ୍ପା, ଦୁଦୁରା, କରବୀର । ଏହି ଫୁଲରେ ଯଦି ଗଣେଶ ଭଗବାନ ଙ୍କୁ ପୂଜାର୍ଚ୍ଚନା କରାଯାଏ, ତେବେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ରାଧାକୃଷ୍ଣ ଭଗବାନ ଙ୍କୁ ମଧ୍ୟ ଆପଣ ଗୋଲାପ ଫୁଲ, କନିଅର ଏବଂ ପଦ୍ମ ଫୁଲ, ଏହିସବୁ ଫୁଲରେ ମଧ୍ୟ ଆପଣ ରାଧା କୃଷ୍ଣ ଙ୍କୁ ପୂଜାର୍ଚ୍ଚନା କରି ପାରିବେ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ