ବନ୍ଧୁଗଣ, ବ୍ରହ୍ମବୈବର୍ତ୍ତ ପୁରାଣର ବ୍ରହ୍ମଖଣ୍ଡ ରେ ବର୍ଣ୍ଣିତ ଅଛି ୩ ଗୋଟି ପରିବାର ନାମ । ଯେଉଁ ପାରିବା କୁ ଆମ୍ଭେ ଖାଇଲେ ଆମ୍ଭର ଶତୃ ବଢିବେ ଏବଂ ଧନନାଶ ହେବ । କେବଳ ୩ ଗୋଟି ପରିବାର ନାମ ନୁହେଁ ବହୁତ ଗୁଡିଏ ପରିବାର ନାମ ଲେଖା ଅଛି ଏବଂ ବହୁତ ଗୁଡିଏ ତିଥି ମଧ୍ୟ ଲେଖା ଅଛି । କେଉଁ ତିଥିରେ କେଉଁଭଳି ପାରିବା ଖାଇଲେ କଣ ସବୁ ଅସୁବିଧା ହୋଇଥାଏ, ତାହା ସମ୍ବନ୍ଧରେ ବର୍ଣ୍ଣିତ କରାଯାଇଅଛି ।
ଆଜି ଆମ୍ଭେ ସେହି ୩ ଟି ପରିବା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଖାଇବା ଦ୍ଵାରା ଆପଣଙ୍କର ଧନ ହ୍ରାସ ହେବ । ଏବଂ ଆପଣ ଦରିଦ୍ର ହୋଇଯିବେ, ଏହା ସହିତ ଶତୃ ଯେଉଁମାନେ ରହିଥିବେ ସେମାନେ ବୃଦ୍ଧି ପାଇବେ । “କୁଷ୍ମାଣ୍ଡ ଖାଇଲେ ପ୍ରତିପଦା ତିଥି ଦିନେ, ନିଶ୍ଚୟ ଅର୍ଥ ବିନାଶ ହୁଏ ଘେନ ମନେ” । ଅର୍ଥାତ ଯଦି ପ୍ରତିପଦା ତିଥିରେ ଆପଣ କୁଷ୍ମାଣ୍ଡ ଖାଉଛନ୍ତି ଅଥବା ପାଣି କଖାରୁ ଖାଉଛନ୍ତି, ତେବେ ନିଶ୍ଚୟ ଅର୍ଥ ର ବିନାଶ ହେବ ।
ଅର୍ଥାତ ଯେଉଁ ବ୍ୟକ୍ତି ଖାଉଥିବେ ତାଙ୍କର ଧନର ହାନୀ ହେବ । “ସେପରି ପୋଟଳ ଫଳ ଅଭକ୍ଷ୍ୟ ଅଟଇ, ଖାଇଲେ ସର୍ବଦା ଶତ୍ରୁ ବୃଦ୍ଧି ହେଉଥାଇ, ତୃତୀୟା ଚତୁର୍ଥୀ ଦୁଇ ତିଥିରେ ଯେ ଜନ, ମୂଳକ ଖାଇବ ନଷ୍ଟ ହେବ ତାର ଧନ” । ଏହାର ଅର୍ଥ ଯଦି ପୋଟଳ ଫଳ କୁ ଆମ୍ଭେ ଭକ୍ଷଣ କରିବା ତେବେ ସର୍ବଦା ଆମ୍ଭର ଶତୃ ବୃଦ୍ଧି ହେବେ ।
ବହୁତ ଲୋକଙ୍କ ମନରେ ଆସୁଥିବ ଯେ ପୋଟଳ ଏକ ପାରିବ ଅଟେ ତ ଏହି ପାରିବା କୁ ଖାଇଲେ କଣ ଶତୃ ବୃଦ୍ଧି ହେବେ ? ମାତ୍ର ଏହା ପୁରାଣ ରେ ଲେଖା ହୋଇଥିବାରୁ ଏହାକୁ ସତ୍ୟ ମନାଯାଇଛି । ଅମାବାସ୍ୟା ପରେ ଶୁକ୍ଲପକ୍ଷ ଆରମ୍ଭ ହୁଏ ଏବଂ ପୂର୍ଣ୍ଣିମା ପରେ କୃଷ୍ଣପକ୍ଷ ଆରମ୍ଭ ହୁଏ । ଏହି ତିଥି ମାନଙ୍କ ପରେ ପ୍ରଥମା, ଦ୍ଵିତୀୟା, ତୃତୀୟା ଏହିଭଳି ତିଥିମାନ ରହିଥାଏ ।
ଏହି ତିଥି ମଧ୍ୟରୁ ତୃତୀୟା ଏବଂ ଚତୁର୍ଥୀ ତିଥିରେ କୌଣସି ବ୍ୟକ୍ତି ମୂଳକ ଖାଉଛନ୍ତି ଅର୍ଥାତ ମୂଳା ଖାଉଛନ୍ତି ତେବେ ତାଙ୍କର ଧନ ନଷ୍ଟ ହେବ ବୋଲି ବର୍ଣ୍ଣନା କରାଯାଇଅଛି । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ