ସକାଳୁ ଉଠି କେଉଁ କାମ କଲେ ହେବେ ଧନୀ ଓ କେଉଁ କାମ କଲେ ହେଇଯିବେ ଭିକାରୀ, ଏହା ସହିତ ପଢନ୍ତୁ ଆଜିର 16 ଟି Anichinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟାରେ କହିବାକୁ ଯାଉଛୁ ଯାହା ମାନବ ସମାଜର ହିତରେ ଆସିଥାଏ । ଯାହା ଆମ ପୁରାଣ, ଶାସ୍ତ୍ରରେ କୁହା ଯାଇଛି । ଯାହାର ପାଳନ କରିଲେ ମଙ୍ଗଳ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ରହିଛି । ୧- ବନ୍ଧୁଗଣ, ସକାଳୁ ଉଠିବା ଦ୍ଵାରା ଶରୀର ସତେଜ ରହିଥାଏ, ଯେକୌଣସି କାମରେ ମନ ଲାଗିଥାଏ ଏବଂ ବ୍ଲଡ ସୁଗର ଓ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ରେ ରହିଥାଏ । ଏହା ଆପଣଙ୍କ ପାଇଁ ବହୁତ ମଙ୍ଗଳକାରୀ ହୋଇଥାଏ ।

୨- ସକାଳୁ ଉଠି ସକାଳ ଜଳଖିଆ ଶୀଘ୍ର କଲେ ଶରୀର ଫୁର୍ତ୍ତି ରହିବା ସହିତ ଶରୀର ସୁସ୍ଥ ଓ ନିରୋଗ ରହିଥାଏ ।

୩- ସକାଳୁ ଶୀଘ୍ର ଉଠିବା ଦ୍ଵାରା ପୁରା ଦିନ ମନ ପ୍ରଫୁଲ୍ଲିତ ରହିଥାଏ ଏବଂ ଚିନ୍ତାଧାରା ସକରାତ୍ମକ ହୋଇଥାଏ ।

୪- ସକାଳୁ ଉଠିବା ଦ୍ଵାରା ଯେକୌଣସି କାର୍ଯ୍ୟ କରିବା ପାଇଁ ଅଧିକ ସମୟ ମିଳିଥାଏ ଏବଂ ନିଜ ପାଇଁ ମଧ୍ୟ ଅଧିକ ସମୟ ମିଳିଥାଏ ।

୫- ସକାଳୁ ଉଠିବା ଦ୍ଵାରା ମସ୍ତିଷ୍କ ସୁସ୍ଥ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ପାଇଥାଏ । ଯାହାଫଳରେ ପ୍ରତେକ କାର୍ଯ୍ୟ ଉତ୍ତମ ରୂପେ କରିହୁଏ ।

୬- ସକାଳ ସମୟ ଶରୀର ପାଇଁ ଉତ୍ତମ ହୋଇଥାଏ ସକାଳୁ କିଛି ସମୟ ଵ୍ୟାୟାମ ଏବଂ ଯୋଗଭ୍ୟାସ  କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରୁହେ ।

୭- ସକାଳୁ ଉଠି ସୂର୍ଯ୍ୟଙ୍କ କଅଁଳିଆ କିରଣ କିଛି ସମୟ ବସିବା ଦ୍ଵାରା ହାତ ଓ ଗଣ୍ଡି ଜନିତ ସମସ୍ୟା ଦୂର ହୋଇଥାଏ । ସକାଳୁ ବାୟୁ ମଣ୍ଡଳରେ ଅମ୍ଳଜାନ ପରିମାଣ ଅଧିକ ଥାଏ ତେଣୁ ସକାଳୁ ଉଠି କିଛି ସମୟ ବାହାରେ କଟାଇଲେ ମସ୍ତିଷ୍କ ଉପରେ ଭଲ ପ୍ରଭାବ ପଡିଥାଏ ।

୮- ସକାଳୁ ଉଠିବା ଦ୍ଵାରା ପେଟ ଜନିତ ରୋଗ ଦୂର ହୋଇଥାଏ ଏବଂ ହଜମ ଶକ୍ତି ବୃଦ୍ଧି ପାଇଥାଏ । ସକାଳୁ ଉଠି ବାହାର ତାଜା ପବନରେ ନିଃଶ୍ୱାସ ନେବା ଦ୍ଵାରା ଏବଂ କିଛି ସମୟ ବ୍ୟାୟାମ କରିବା ଦ୍ଵାରା ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ।

୯- ଆୟୁର୍ବେଦ ଅନୁସାରେ ଚନ୍ଦ୍ରଙ୍କ ଅମୃତ କିରଣ ଦ୍ଵାରା ସକାଳର ପବନ ଅମୃତ ତୁଲ୍ୟ ହୋଇଥାଏ ଏବଂ ଏହାକୁ ବୀର ବାୟୁ କୁହାଯାଏ ଯାହାଫଳରେ ଶରୀରରେ ଶକ୍ତି ସଂଚାର ହୋଇଥାଏ ।

୧୦- ସକାଳର ବାୟୁ ଶରୀରରେ ବାଜିବା ଦ୍ଵାରା ଶରୀରରେ ତେଜ, ଫୁର୍ତ୍ତି ଓ କାନ୍ତି ବୃଦ୍ଧି ହୋଇଥାଏ ଏବଂ ମନ ଶାନ୍ତ ରହେ ।

୧୧- ସକାଳର ପବନରେ ନିଃଶ୍ୱାସ ମାରିବା ଦ୍ଵାରା ଫୁସଫୁସ ସୁସ୍ଥ ଓ ମଜବୁତ ହୁଏ ଯାହାଦ୍ୱରା ର-କ୍ତ ପରିଷ୍କାର ହୋଇଥାଏ ।

୧୨- ସକାଳୁ ଉଠି ଜଳଖିଆ ନ ଖାଇବା ପର୍ଯ୍ୟନ୍ତ ଟିଭି କିମ୍ବା ପେପର ଦେଖିବା ଅନୁଚିତ କାରଣ ଏହାଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ ।

୧୩- ସକାଳୁ ଉଠି ତୁଳସୀ ଗଛରେ ପାଣି ଦେଲେ ଧନ ସଂପତ୍ତି ବୃଦ୍ଧି ପାଇଥାଏ ଏବଂ ବହୁତ ସକରାତ୍ମକ ପ୍ରଭାବ ପରିବାର ଉପରେ ପଡ଼ିଥାଏ ।

୧୪- ସକାଳୁ ଉଠିବା ପରେ ଗୋଟେ ତମ୍ବା ପାତ୍ରରେ ପାଣି ସହିତ ତୁଳସୀ ପତ୍ର ପକାଇ ଘରର ଭିତର ଓ ବାହାରେ ଛିଞ୍ଚିଲେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

୧୫- ସକାଳୁ ଉଠିଲା ପରେ ପରେ ଦୀପଟିଏ ଲଗାଇଲେ ଘରେ ସକରାତ୍ମକ ପ୍ରଭାବ ପଡିଥାଏ ଓ ଘରେ ଅର୍ଥର ଅଭାବ ଦୂର ହୋଇଥାଏ ।

୧୬- ଶାସ୍ତ୍ର ଅନୁସାରେ ସକାଳୁ ଉଠି ପାଞ୍ଚ ଜଣ ନାରୀଙ୍କ ନାମ ନେବା ଅଭ୍ୟାସ କରିବା ଉଚିତ୍ ସେମାନେ ହେଲେ ଦ୍ରୌପଦୀ, କୁନ୍ତୀ, ମନ୍ଦୋଦରୀ, ତାରା ଓ ଅହଲ୍ୟା ଏହାଦ୍ୱାରା ବହୁତ ଶୁଭ ହୋଇଥାଏ । ସକାଳ ସମୟ ଦେବୀଦେବତାଙ୍କ ଚରାଚର ସମୟ ହୋଇଥାଏ, ତେଣୁ ଏହି ସମୟରେ ସ୍ତ୍ରୀ କିମ୍ବା ଅନ୍ୟ କୌଣସି ସ୍ତ୍ରୀ ସହ ଶାରୀରିକ ସମ୍ବନ୍ଧ ରଖିବା ଅନୁଚିତ । ଏହାଦ୍ବାରା ଅନିଷ୍ଟ ହୋଇଥାଏ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *