କେଉଁ କେଉଁ କର୍ମ କରିବା ଦ୍ଵାରା ମିଳିଥାଏ ଦୁଃଖ ଓ ଦରିଦ୍ରତା ?

ଆଜିକାଲି ପ୍ରତେକ ମଣିଷ ବଡ ଘରେ ରହିବା ସହ ମହଙ୍ଗା ଗାଡିରେ ବୁଲିବା ଓ ଭଲ ବସ୍ତ୍ର ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଏଥିପାଇଁ ବ୍ୟକ୍ତି ଅନେକ ଚେଷ୍ଟା କରିଥାଏ । କିନ୍ତୁ ଏହା ସତ୍ବେ ମଧ୍ୟ ବ୍ୟକ୍ତି ଦୁନିଆର କୌଣସି ସୁଖ ପାଏ ନାହି ଧନୀ ହୋଇପାରେ ନାହି । ବାସ୍ତବରେ ମଣିଷର ଦୁଖୀ ଓ ଦରିଦ୍ରତା ହେବା ତାର କର୍ମର ଫଳ ହୋଇଥାଏ । ପୁରାଣ ଅନୁସାରେ ସୁଦାମା ଯିଏ କି ଭଗବାନ କୃଷ୍ଣଙ୍କ ପ୍ରିୟ ବନ୍ଧୁ ଥିଲେ ସେ ଗୁରୁ ମାତାଙ୍କ ଦ୍ଵାରା ଦିଆ ଯାଇଥିବା ଭୋଜନ ନିଜେ ଏକା ଖାଇଥିଲେ । କିନ୍ତୁ ଭୋଜନରେ ଭଗବାନ କୃଷ୍ଣଙ୍କର ମଧ୍ୟ ଭାଗ ଥିଲା ।

ଏମିତି କୁହାଯାଏ କି ଅନ୍ୟର ଭାଗ ଖାଇବା ଦ୍ଵାରା ମଣିଷକୁ ଦରିଦ୍ରତାର ସମାନା କରିବାକୁ ପଡିଥାଏ । ଯାହା ପାଇଁ ସୁଦାମାଙ୍କୁ ଦରିଦ୍ରତାର ସମାନ କରିବାକୁ ପଡିଥିଲା । ଭଗବାନ କୃଷ୍ଣ ନିଜର ପ୍ରିୟ ବନ୍ଧୁ ସୁଦାମାଙ୍କର ଦରିଦ୍ରତା ଦୂର କରିଥିଲେ । ତେବେ ଆସନ୍ତୁ ଜାଣିବା କେଉଁ କର୍ମ କରିବା ଦ୍ଵାରା ଦରିଦ୍ରତା ଆସିଥାଏ ।

୧- ଯେଉଁ ବ୍ୟକ୍ତି ଈଶ୍ଵରଙ୍କୁ ଭୋଗ ନ ଲଗାଇ ନିଜେ ଭୋଜନ ଗ୍ରହଣ କରିଥାଏ ତେବେ ସେ ପର ଜନ୍ମରେ ଦୁଖୀ ଓ ଦରିଦ୍ରତାର ସମାନ କରିଥାଏ । କାରଣ ଶାସ୍ତ୍ର ଅନୁଯାୟୀ ଭଗବାନଙ୍କୁ ଭୋଗ ନ ଲଗାଇ ନିଜେ ଖାଇଲେ ଏହାର ଫଳ ପରଲୋକରେ ମଧ୍ୟ ଭୋଗିବାକୁ ପଡିଥାଏ ।

୨- କେବେ ବି ଦ୍ଵାରା କୁ ଆସିଥିବା ଅସହାୟ ଲୋକଙ୍କୁ ଖାଲି ହାତରେ ଛାଡି ଦେବା ଉଚିତ ନୁହେଁ । ଏହା ଦ୍ଵାରା ବ୍ୟକ୍ତିକୁ ଦୁଖି ଓ ଦରିଦ୍ରତାର ଶିକାର ହେବାକୁ ପଡିଥାଏ । ମହାଭାରତ ଅନୁଶାସନ ରେ କୁହା ଯାଇଛି ଉଦାରତା ଦ୍ଵାରା ସୁଖ ପ୍ରାପ୍ତ ହୋଇଥାଏ । ତେଣୁ ଯେବେ କୌଣସି ବ୍ୟକ୍ତି ଦ୍ଵାରା କୁ ଭୋଜନ ମାଗିବାକୁ ଆସନ୍ତି ତେବେ ତାଙ୍କୁ ଖାଲି ହାତରେ ବିଦା କରିବା ଉଚିତ ନୁହେଁ । ଏପରି ଘରେ କେବେ ବି ଧାନ ରୁହେ ନାହି ।

୩- ହିନ୍ଦୁ ଧର୍ମ ଅନୁଯାୟୀ ଯେଉଁ ବ୍ୟକ୍ତି ନାରୀ ମାନଙ୍କର ସହ ଅପବ୍ଯବହର କରିଥାଏ ବା ଅପଶବ୍ଦ କହିଥାଏ ବା ମାରପିଟ କରିଥାଏ ସେଭଳି ବ୍ୟକ୍ତିଙ୍କ ଠାରେ ମା ଲକ୍ଷ୍ମୀ ରୁଷ୍ଟ କରିଥାନ୍ତି । ଅନ୍ୟ ଏକ କାରଣ ହେଉଛି ମଦ୍ୟପାନ ଓ ଜୁଆ ଖେଳିବା ଦ୍ଵାରା ଦରିଦ୍ରତା ଆସିଥାଏ । ହିନ୍ଦୁ ଧର୍ମ ରେ ମଦ୍ୟପାନ ଓ ଜୁଆ ଖେଳିବାକୁ ମହାପାପ ଶ୍ରେଣୀ ରେ ରଖା ଯାଇଛି । ଯେଉଁ ବ୍ୟକ୍ତି ଏହି ମହାପାପ କରିଥାଏ ସେ ଆଗାମୀ ଜନ୍ମରେ ଦରିଦ୍ରତା ଭୋଗ କରିଥାଏ ।

୪- ଯେଉଁ ପୁରୁଷ ଅନ୍ୟ ସ୍ତ୍ରୀ ଉପରେ ଖରାପ ନଜର ରଖିଥାଏ ସେ କୌଣସି ଜନ୍ମ ରେ ବି ସୁଖୀ ରୁହେ ନାହି । ଉଦାହରଣ ହେଉଛି ରାବଣ ଯିଏ କି ମା ସିତାଙ୍କର ହରଣ କରିଥିଲା । ଯାହା ପାଇଁ ରାବଣକୁ ଭଗବାନ ଶ୍ରୀରାମ ହାତରୁ ମାରିବାକୁ ପଡିଥିଲା ଓ ଶ୍ରୀଲଙ୍କା ଭଳି ବିରାଟ ରାଜ୍ୟ ରେ ପୁରା ଜଳି ଯାଇଥିଲା । ତେଣୁ ଅନ୍ୟ ସ୍ତ୍ରୀ ଉପରେ ନଜର ରଖିବା ଅନୁଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *