କେଉଁ କର୍ମ କରିବା ଦ୍ଵାରା ମିଳିଥାଏ ମଣିଷ ଜନ୍ମ ? ଗରୁଡ ପୁରାଣରେ ଅଛି ବର୍ଣ୍ଣିତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ଜନ୍ମ ଦୁର୍ଲଭ ଜନ୍ମ ହୋଇଥାଏ । ମନୁଷ୍ୟ ପାଖରେ କିଛି ବିଶେଷ ଗୁଣ ଥାଏ । ଯାହା ସାଧରଣତଃ ଅନ୍ୟ ପ୍ରାଣୀମାନଙ୍କ ଠାରେ ନଥାଏ ।ପ୍ରତେକ ମନୁଷ୍ୟଙ୍କ ମନରେ ପ୍ରାୟତଃ କିଛି ପ୍ରଶ୍ନ ଥାଏ । ଯେପରିକି ସେମାନେ ଗଲା ଜନ୍ମରେ କଣ ଥିଲେ ଓ ଆଗାମୀ ଆସୁଥିବା ଜନ୍ମରେ ସେମାନେ କଣ ହୋଇକି ଜନ୍ମ ହେବେ । ସମସ୍ତ ମନୁଷ୍ୟ ନିଜ ନିଜର କର୍ମ କରିଥାନ୍ତି ।

ସେହି କର୍ମକୁ ଆଧାର କରି ସେ ଆସନ୍ତା ଆର ଜନ୍ମରେ କେଉଁ ଯୋନୀରେ ଜନ୍ମ ହେବେ ଭଗବାନ ତାହା ନିର୍ଦ୍ଧାରଣ କରିଥାନ୍ତି । ଏକଦା ଥରେ ମହର୍ଷି ବେଦ ବ୍ଯାସଙ୍କୁ କେତେ ଜଣ ଋଷି ପଚାରିଲେ । କେଉଁ କର୍ମରୁ କେଉଁ ଯୋନୀରେ ଜନ୍ମ ଲାଭ ମିଳିଥାଏ । ଏହାର ଉତ୍ତରରେ ଯେଉଁ ମଣିଷ ପର ସ୍ତ୍ରୀ ସହିତ ସମ୍ପର୍କ ରଖିଥାଏ ଓ ଘରର ସ୍ତ୍ରୀ ସହିତ ଅତ୍ୟାଚାର କରିଥାଏ । ସେହି ମାନବକୁ ଭୟାନକ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିଥାଏ ।

କେତେ ଯୋନୀରେ ଜନ୍ମ ହୋଇ ବୁଲିବାକୁ ପଡିଥାଏ । ମହର୍ଷିଙ୍କ କହିବା ଅନୁସାରେ ପ୍ରତେକ ପୁରୁଷଙ୍କୁ ସବୁ ମହିଳାଙ୍କୁ ସମ୍ମାନ କରିବା ଉଚିତ । ସମସ୍ତଙ୍କୁ ଭଲ ଦୃଷ୍ଟିରେ ଦେଖିବା ଉଚିତ । ନଚେତ ସେ ମାନବକୁ ପ୍ରଥମେ କୋକୋସିଆଳ ତାପରେ କୁକୁର , ଶିଆଳ ଓ ଓଟ ପକ୍ଷୀ ଏହିସବୁ ଯୋନୀରୁ ଜନ୍ମ ନେଇସାରିଲା ପରେ ତାକୁ ମନୁଷ୍ୟ ଯୋନୀରେ ଜନ୍ମ ମିଳିଥାଏ ।ବଡ ଭାଇ ସବୁବେଳେ ଆଦରଣୀୟ ହୋଇଥାଏ । ବଡ ଭାଇଙ୍କୁ କେବେ ମଧ୍ୟ ହତାଦର କରିବା ଉଚିତ ନୁହେଁ, ନଚେତ ଆର ଜନ୍ମରେ କ୍ରୋଚ ପକ୍ଷୀ ଭାବରେ ଜନ୍ମ ନେବାକୁ ପଡିଥାଏ ।

ଯଦି ଏହା ଉପରେ ଇଶ୍ଵରଙ୍କ କୃପାଦୃଷ୍ଟି ପଡିଥାଏ । ତେବେ ଏହା ଆର ଜନ୍ମରେ ମନୁଷ୍ୟ ଯୋନୀରୁ ଜନ୍ମ ହୋଇଥାଏ । ଅନ୍ୟଥା ଏହି ପକ୍ଷୀକୁ କେତେ ଗୁଡିଏ ଅଲଗା ଜନ୍ମ ନେବାକୁ ପଡିଥାଏ। ଯେଉଁ ବ୍ୟକ୍ତି ବସ୍ତ୍ର ଚୋରୀ କରିଥାଏ, ସେ ଆର ଜନ୍ମରେ ଶୁଆ ହୋଇ ଜନ୍ମ ନେଇଥାଏ । ଯେଉଁ ବ୍ୟକ୍ତି କାହାର ହତ୍ୟା କରିଥାଏ କିମ୍ବା କିଛି ଜଘନ୍ୟ ଅପରାଧ କରିଥାଏ । ସେହି ବ୍ୟକ୍ତି ଆର ଜନ୍ମରେ ଗଧ ହୋଇ ଜନ୍ମ ହୋଇଥାଏ ।

ଗରୁଡ ପୁରାଣ ଅନୁସାରେ ୮୪ ଲକ୍ଷ ଯୋନୀରୁ ଜନ୍ମ ନେଇସାରିଲା ପରେ ମଣିଷ ଜନ୍ମ ମିଳିଥାଏ । ଯେଉଁ ବ୍ୟକ୍ତି ଭଲ କର୍ମ କରିଥାଏ । ଯେପରି ନିସହାୟ ଲୋକଙ୍କୁ ସାହାଜ୍ଯ କରିବା । ପଶୁପକ୍ଷୀଙ୍କର ଆଦର କରିବା ଓ ବିନା କିଛି ସ୍ଵାର୍ଥ ରାଖୀ ନିଜର ସଞ୍ଚିତ ଧନରେ ଧାର୍ମିକ କାର୍ଯ୍ୟ କରିବା । ଏହି ଧରଣର ବ୍ୟକ୍ତିମାନେ ଆଗାମୀ ଆର ଜନ୍ମରେ ମନୁଷ୍ୟ ଯୋନୀରୁ ଜନ୍ମ ନେଇଥାନ୍ତି ।

ଗରୁଡ ପୁରାଣ ଅନୁସାରେ ମଣିଷର ଅନ୍ତିମ ସମୟରେ ସେ ଯେଉଁ ଜିନିଷ ଉପରେ ଆସକ୍ତି କରିଥାଏ। ସେ ଆସନ୍ତା ଜନ୍ମରେ ସେହି ଜନ୍ମ ପାଇଥାଏ  ଯେପରିକି ଯେଉଁ ବ୍ୟକ୍ତି ନିଜର ଶେଷ କାଳରେ କୌଣସି ମହିଳା କଥା ଭାବୁଥାଏ । ତେବେ ସେହି ଆର ଜନ୍ମରେ ଝିଅ ହୋଇ ଜନ୍ମ ହୋଇଥାଏ । ଯେଉଁ ବ୍ୟକ୍ତି ନିଜର ଅନ୍ତିମ ସମୟରେ ଭଗବାନଙ୍କୁ ସ୍ମରଣ କରିଥାଏ।  ସେହି ବ୍ୟକ୍ତି ମୁକ୍ତି ମାର୍ଗରେ ଅଗ୍ରସର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *