କେଉଁ କର୍ମ କଲେ ମିଳିଥାଏ କୁକୁର ଜନ୍ମ ? ନିଶ୍ଚୟ ଜାଣି ରଖନ୍ତୁ…

ବନ୍ଧୁଗଣ, ହିନ୍ଦୁ ଧର୍ମ ଶାସ୍ତ୍ରରେ ଜୀବନ ସହିତ ମନୁଷ୍ୟ ର ମୃ-ତ୍ୟୁ ସହିତ ମିଳୁଥିବା ଅବସ୍ଥା ଅର୍ଥାତ ଯୋନି ମାନଙ୍କର ବର୍ଣ୍ଣନା ବିସ୍ଥାର ରୂପରେ ମିଳିଥାଏ । ମନୁଷ୍ୟ ର କର୍ମ ଅନୁଯାୟୀ ତାଙ୍କୁ ତାହାର ପରବର୍ତ୍ତୀ ଯୋନି ରେ ଜନ୍ମ ମିଳିଥାଏ । କିଛି ଧାର୍ମିକ ଗ୍ରନ୍ଥ ମାନଙ୍କରେ ଏହା ମଧ୍ୟ ବର୍ଣ୍ଣିତ ହୋଇଅଛି ଯେଉଁ ମନୁଷ୍ୟ ନିଜ ଜୀବନ କାଳ ରେ ବହୁତ ଅଧିକ ପାପ କରିଥାନ୍ତି ତାଙ୍କୁ ଗୋଟିଏ ଯୋନି ରେ ଜନ୍ମ ମିଳିନଥାଏ ।

ତାଙ୍କୁ ଏକ ଏଭଳି ଯୋନି ମିଳିଥାଏ ଯାହା ସେ ଅନ୍ୟକୁ କହି ପାରନ୍ତି ନାହିଁ । ସେ ନିଜର ଦୁଖ କାହା ସହିତ ବାଣ୍ଟି ପାରନ୍ତି ନାହିଁ । ଏହା ସହିତ ସେ ନିଜର ମଳମୂତ୍ର କୁ ଚାଟିଥାନ୍ତି । ଲୋକ ମାନେ ତାଙ୍କୁ ନିଜ ପାଖରୁ ମାରି ତଡି ଦେଇଥାନ୍ତି । ଯେପରି କୁକୁର ଯୋନି । ଆଜି ଆମ୍ଭେ ଆପଣଙ୍କ ନିକଟକୁ ଏକ ଏଭଳି କାହାଣୀ ନେଇ ଆସିଛୁ ଯେଉଁଠାରେ ଏକ ଆଘାତ ପାଇଥିବା କୁକୁର ଭଗବାନ ଶ୍ରୀ ରାମ ଙ୍କ ନିକଟକୁ ଏକ ନିଜର ଦୁଖ ନେଇ ଆସିଛନ୍ତି, ଏବଂ ସେ ନିଜ ନିମନ୍ତେ ନ୍ୟାୟ ମାଗିଥାଏ ।

ଏକ ସମୟ ଏଭଳି ଥିଲା ଯେଉଁଠାରେ ଭଗବାନ ଶ୍ରୀ ରାମ ନିଜ ସଭା ରେ ବସିଥିଲେ । ସେହି ସମୟରେ ସେ ଜଣେ କୁକୁର ର କାନ୍ଦୁଥିବାର ଶବ୍ଦ ଶୁଣିଲେ । ସେ ଦ୍ଵାର ପାଳ କୁ କହି ସେଠାରୁ କୁକୁର କୁ ଦୂରକୁ ପଠାଇ ଦେଲେ । ଦ୍ଵିତୀୟ ଦିନରେ ମଧ୍ୟ କୁକୁର ସଭା ଦ୍ଵାର କୁ ଆସିଥିଲା ଏବଂ ଦ୍ଵାରପାଳ ତାଙ୍କୁ ସେଠାରୁ ମାରି ତଡି ଦେଇଥଲେ ।

ଏହିଭଳି ୩ ୟ ଦିନ ମଧ୍ୟ ହେବାରୁ ଭଗବାନ ଶ୍ରୀ ରାମ କୁକୁରକୁ କାନ୍ଦିବାର କାରଣ ପଚାରିଲେ । କୁକୁର ଟି କହିଲା ପ୍ରଭୁ ମତେ ଗୋଟିଏ ପାପ ଯୋନିରେ ଜନ୍ମ ମିଳିଅଛି । କୌଣସି ପବିତ୍ର ତୀର୍ଥ ସ୍ଥାନକୁ ମୁଁ ଯିବା ଯୋଗ୍ୟ ନୁହେଁ । କୁକୁର ଟି ଭଗବାନ ଙ୍କୁ କୁହେ ହେ’ ପ୍ରଭୁ ଆପଣ ମୋ ନିମନ୍ତେ ବହୁତ କଷ୍ଟ ଉଠେଇଛନ୍ତି ।

ଆପଣ ମୋ ନିକଟକୁ ଆସିଲେ । ମୁଁ କୌଣସି ଅପରାଧ କରିନାହିଁ । ମୋତେ ଜଣେ ସନ୍ୟାସୀ ପଥରରେ ମାରିଲେ । ମୋର ଗୋଡ ଭାଙ୍ଗି ଯାଇଅଛି । ମୋତେ କଷ୍ଟ ହେଉଅଛି । କୁକୁର ଟିର ସମସ୍ତ କଥା ଶୁଣି ପ୍ରଭୁ ଶ୍ରୀ ରାମ ସେହି ସନ୍ୟାସୀ ଙ୍କୁ ସଭା କୁ ଡକାଇଲେ, ପଚାରିଲେ କାହିଁକି ମାରିଲେ ? ସନ୍ୟାସୀ ଜଣକ କୁହନ୍ତି ମୁଁ ଭିକ୍ଷା ନିମନ୍ତେ ମୋ ମାର୍ଗ ରେ ଯାଉଥିଲି ସେତେବେଳେ ଏହି କୁକୁର ଟି ମୋତେ ଛୁଇଁ ଅଶୁଦ୍ଧି କରିଦେଇଥିଲା ।

ସେତେବେଳେ ମଧ୍ୟାନ ସମୟ ଥିଲା ଏବଂ ମୁଁ ଭୋକିଲା ଥିଲି । ସେହି ଅପରାଧ କାରଣରୁ ମୋତେ କ୍ରୋଧ ଆସିଗଲା, ସେତେବେଳେ ମୁଁ ଏକ ପଥର ଉଠାଇ ତାକୁ ମାରିଦେଲି । ସେହି ପଥର ଏହାର ଗୋଡରେ ବାଜିଗଲା ଯାହା କାରଣରୁ ଏହାର ଗୋଡ ଭାଙ୍ଗି ଯାଇଛି । ଶ୍ରୀ ରାମ କହିଲେ ଏଥିରେ କୁକୁରର କିଛି ଦୋଷ ନାହିଁ । ପ୍ରଭୁ ଶ୍ଵାନ କୁ ପଚାରିଲେ ଯେ ତୁମ୍ଭେ ସନ୍ୟାସୀ ଙ୍କୁ କି ଦଣ୍ଡ ଦେବାକୁ ଚାହୁଁଛ ? ଏହାପରେ କୁକୁର ଟି କହିଲା ପ୍ରଭୁ ଆପଣ ସନ୍ୟାସୀ ଙ୍କୁ ଏକ ସଭାଳୟ ର ମହନ୍ତ ବାନାଇ ଦିଅନ୍ତୁ ।

ଏହାପରେ ପ୍ରଭୁ ଏପରି କରିଲେ । କୁକୁର ଙ୍କ କହିବା ଅନୁଯାୟୀ ପାପ କରିଥିବା ଲୋକ ପରବର୍ତ୍ତୀ ଜନ୍ମ ରେ କୁକୁର ଜନ୍ମ ନେଇଥାନ୍ତି । ମୁଁ ମଧ୍ୟ ମହନ୍ତ ଥିଲି ଏବଂ ବହୁତ ପାପ କରିଥିବାରୁ ମତେ କୁକୁର ଜନ୍ମ ମିଳିଅଛି । ଏଣୁ ସନ୍ୟାସୀ ଙ୍କୁ ନିଜ ପାପ ର ପରବର୍ତ୍ତୀ ଜନ୍ମ କୁକୁର ରୂପରେ ମିଳିବ । ସେଥିପାଇଁ ମୁଁ ତାଙ୍କୁ ଏହି ଦଣ୍ଡ ଦେଲି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *