କେଉଁ ଜିନିଷ କପଡାରେ ବାନ୍ଧି ରଖିଲେ ବ୍ୟବସାୟ ବଢିଥାଏ ଓ ଏହା ସହିତ ପଢନ୍ତୁ ଆଜିର ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବା ପାଇଁ ଜଣାଇବା ପାଇଁ ଯାଉଛୁ କିଛି ଗୁରୁତ୍ଵପୂର୍ଣ କାର୍ଯ୍ୟ ଯାହାକୁ ଆପଣ କରିବା ଦ୍ଵାରା ଆପଣଙ୍କ ଜୀବନରେ ଆପଣ ସଫଳତା ପାଇବା ସହ ଶୀର୍ଷରେ ପହଞ୍ଚିଯିବେ । ଜୀବନରେ ଅସୁବିଧା ତ ଲାଗି ରହିଥାଏ ସମସ୍ତଙ୍କର କିନ୍ତୁ ତାହାକୁ ଦୂର କରିବାର ଉପାୟ ଆପଣ ମାନଙ୍କୁ ଜଣାନଥାଏ । ଯାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସଫଳ ଜୀବନ ବିତାଇବା ପାଇଁ କେଉଁ ଉପାୟ କରିବା ଆବଶ୍ୟକ । 1-  ଘର କୋଣରେ କେବେ ମଧ୍ୟ ଅଳିଆ ଗଦା କରି ରଖିବା ଉଚିତ ହୋଇନଥାଏ । ଏହା ଆପଣଙ୍କ ପାଇଁ ଅଶୁଭ ହେବା ସହିତ କ୍ଷତି କାରକ ହୋଇଥାଏ । 2- ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ ସମୟରେ କେବେ ମଧ୍ୟ ଖାଦ୍ୟ ଖାଇବା ଉଚିତ ହୋଇନଥାଏ । ଏହାଦ୍ୱାରା ଅଶୁଭ ଏବଂ ଆପଣଙ୍କର ଅମଙ୍ଗଳ ହୋଇଥାଏ ।

3- ସକାଳୁ ଉଠିବା ପରେ ସର୍ବପ୍ରଥମେ ନିଜର ଦୁଇ ପାପୁଲିକୁ ଦେଖିବା ଉଚିତ । ଏହା ଶୁଭ ହେବା ସହିତ ଆପଣଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ । 4- ସକାଳୁ ଉଠିବା ପରେ କେବେ ମଧ୍ୟ ନିଜ ମୁହଁକୁ ସର୍ବ ପ୍ରଥମେ ଆଇନାରେ ଦେଖିବା ଉଚିତ ହୋଇନଥାଏ । ଏହା ବହୁତ ଅଧିକ ଅଶୁଭ ହୋଇଥାଏ । 5- ନଡିଆ ଭାଙ୍ଗିବା ପରେ ବେଳେବେଳେ ସେଥିରେ ଗଜା ବାହାରିଥିବାର ଦେଖାଯାଏ । କିନ୍ତୁ ସେହି ଗଜାକୁ ଖାଇବା ଉଚିତ ହୋଇନଥାଏ । ଏହା ଆପଣଙ୍କ ପାଇଁ ଅମଙ୍ଗଳକାରୀ ହୋଇଥାଏ ।

6- ଘର ଉପରେ ଧଳା ପେଚା ବସିବା ଶୁଭ ହୋଇଥାଏ । ସେହିଭଳି ରାସ୍ତାରେ ଯିବା ସମୟରେ ଧଳା ପେଚା ଦେଖିବା ମଧ୍ୟ ଶୁଭ ହୋଇଥାଏ । 7- ସନ୍ଧ୍ୟା ସମୟରେ କେବେ ବି ଖାଇବା ଉଚିତ ନୁହେଁ । 8- ଗାଧୋଇବା ଘରେ କେବେ ମଧ୍ୟ ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ । ଏହାଦ୍ୱାରା ପିତୃ ପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି ।

9- ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଥିଲେ ଦୁଇଟି ମୟୁର ପୁଚ୍ଛ ଆଣି ବିବାହ ଆଲବମ ଭିତରେ ରଖିବା ଦ୍ଵାରା ତାହା ଦୂର ହୋଇଥାଏ । 10- ଦୋକାନରେ ଭଲ ବ୍ୟାପାର ହେବା ପାଇଁ 7ଟି କଉଡିକୁ କେଶରରେ ଗୋଳାଇ ହଳଦିଆ କପଡାରେ ବାନ୍ଧି ପଇସା ରଖୁଥିବା ବାକ୍ସରେ ରଖିବା ଦ୍ଵାରା ଶୁଭପ୍ରଦ ହୋଇଥାଏ । ଏବଂ ଆପଣଙ୍କ ବ୍ୟବସାୟ ମଧ୍ୟ ବୃଦ୍ଧି ହେବାକୁ ଲାଗିଥାଏ ।

11- ଶୋଇବା ସମୟରେ ମୁଣ୍ଡ ପାଖରେ କେବେ ବି ମନି ପର୍ସ ରଖିବା ଉଚିତ ନୁହେଁ । ଏବଂ ତକିଆ ତଳେ ବହି ରଖିବା ଅନୁଚିତ । ଏହା କ୍ଷତିକାରକ ହୋଇଥାଏ । 12- ପର୍ସରେ ଠାକୁରଙ୍କ ଫଟୋ ରଖିବା ଉଚିତ ନୁହେଁ । କିମ୍ବା ଚାବି ରିଙ୍ଗରେ ଠାକୁରଙ୍କ ଫଟୋ ଲଗାଇବା ଅନୁଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *